MP Aparajita Sarangi ଙ୍କର ମୋଟ ସମ୍ପତ୍ତି କେତେ ରହିଛି ? Aparajita Sarangi

ଅପରାଜିତାଙ୍କ ସମ୍ପତ୍ତି କେତେ ? ହଁ ଆଜ୍ଞା ଆଗକୁ ନିର୍ନାଚନ ଘଡି ପାଖେଇ ଆସୁଥିବା ବେଳେ ଏହାରି ମଧ୍ୟରେ ଗତକାଲି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବିଜେଡି ଓ ବିଜେପିର ଲୋକସଭା ପ୍ରାର୍ଥୀ ନାମାଙ୍କନ ଭରିବାକୁ ଯାଇଥିଲେ । 2019 ରେ ଭୁବନେଶ୍ବରରୁ ଲୋକସଭା ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ଅପରାଜିତା ଷଡଙ୍ଗୀ 2024 ରେ ନାମାଙ୍କନ ଭରିଛନ୍ତି । ଯାହା ଭିତରେ ଅପରାଜିତାଙ୍କର ମୋଟ ସମ୍ପତ୍ତି ତାଲିକା ମଧ୍ୟ ସାମ୍ନାକୁ ଆସିଛି । ଅପରାଜିତା ନିଜର 5 ଟି ବ୍ଯାଙ୍କ ଆକାଉଣ୍ଟର ତାଲିକା ଦେଇଛନ୍ତି ।

ଏଥିସହ ଇନଭେସ୍ଟ ବଣ୍ଡ, ଶେୟାର ଏସବୁ ତଥ୍ୟ ମଧ୍ୟ ସେ ସମ୍ପତ୍ତି ତାଲିକାରେ ରଖିଛନ୍ତି । ଅପରାଜିତା ଷଡଙ୍ଗୀଙ୍କର ସମ୍ପତ୍ତି ତାଲିକା ମଧ୍ୟରେ ଗାଡି 1150 ଗ୍ରାମର ସୁନା ଗହଣା ସବୁ ରହିଛି । ଏଥିସବୁ ମଧ୍ୟରେ ନିଜର ଅତି ଦରକାରୀ କାଗଜପତ୍ର ମଧ୍ୟ ସବୁ ପ୍ରସ୍ତୁତ କରି ରଖିଛନ୍ତି ବିଜେପିର ଭୁବନେଶ୍ବର ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ । ତେବେ ତାଙ୍କର 2024 ସୁଦ୍ଧା 4 କୋଟି 62 ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । 2019 ରେ ଅପରାଜିତା ଷଡଙ୍ଗୀଙ୍କର ମୋଟ ସମ୍ପତ୍ତି ରହିଥିଲା 3 କୋଟି 16 ଲକ୍ଷ ।

ତେବେ ଏହି ହିସାବରେ ତାଙ୍କର ସମ୍ପତ୍ତି 42 ଶତକଡା ହିସାବରେ ଗତ 5 ବର୍ଷରେ ବଢିଥିବା ନେଇ ଏଭଳି କିଛି ତାଙ୍କ ସମ୍ପତ୍ତିର କଥା ସାମ୍ନାକୁ ଆସିଛି । ତେବେ ଗତକାଲି ଇଶ୍ଵରଙ୍କୁ ପ୍ରାର୍ଥନା କରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଲୋକସଭା ପ୍ରାର୍ଥିନୀ ଅପରାଜିତା ଷଡଙ୍ଗୀ ଶପଥ ପାଠ କରିଛନ୍ତି । ଏଥିସହ ନିଜର ନାମାଙ୍କନ ମଧ୍ୟ ସେଠାରେ ଭରିଛନ୍ତି । ତେବେ ଏହାରି ଭିତରେ କହି ରଖିବା ପାଇଁ ଚାହିଁବୁ ।

ଯେ ଗତକାଲି ଉଭୟ ବିଜେଡି ଓ ବିଜେପିର ଲୋକସଭା ପ୍ରତି ମନ୍ମଥ ରାଉତରାୟ ଓ ଅପରାଜିତା ଷଡଙ୍ଗୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ନିଜର ଶପଥ ପାଠ କରିଛନ୍ତି । ଉଭୟ ପ୍ରାର୍ଥୀ ନିଜ ନିଜର ହଜାର ହଜାର ସମର୍ଥନଙ୍କ ସାଥିରେ ବିଶାଳ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ନାମାଙ୍କନ ଭରିବା ପାଇନ ଆସିଥିଲେ । ଏଥିସହ ନିଜ ନିଜର ସବୁ ଗୁରୁତ୍ୱପୂର୍ଣ୍ଣ ତଥା ଜରୁରୀ ଡକ୍ୟୁମେଣ୍ଟ ଦାଖଲ କରି ନିଜର ନାମାଙ୍କନ ମଧ୍ୟ ଭରିଛନ୍ତି । ତେବେ ଆଗକୁ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନ ପର୍ବ ଆସୁଅଛି । ତେବେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଲୋକସଭା ପ୍ରାର୍ଥୀ ଭାବେ କିଏ ବିଜୟର ମୁକୁଟ ପିନ୍ଧିବ ? ତାହା ଦେଖିବାକୁ ଅପେକ୍ଷା ରହିଲା । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *