Vastu Tips- ଧନର ବର୍ଷା କରିବ ଏହି ଫୁଲ, ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ଅପରାଜିତା ଫୁଲ ବିଷୟ ରେ ତ ଜାଣିଥିବେ ଯାହାର ନାମ ରେ ହିଁ ଜୟ ରହିଛି ଅର୍ଥାତ ଯାହାର କେବେ ପରାଜୟ ହୋଇନଥାଏ । ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ମହାଦେବ ଙ୍କ ଅନ୍ୟ ନାମ ଅଟେ । ଏହା ସହିତ ଦେବୀ ଦୁର୍ଗା ଙ୍କ ଅନ୍ୟ ନାମ ମଧ୍ୟ ଅପରାଜିତା ଅଟେ । ତେଣୁ ଅପରାଜିତା ଫୁଲ ମହଦେବ ଓ ଦେବୀ ଶକ୍ତି ଙ୍କ ପ୍ରତୀକ ଅଟେ ।

ଏହି ଫୁଲ ଭାରତର ବିଭିନ୍ନ ସ୍ଥାନରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ଏହି ଫୁଲ କୁ ବର୍ଷର ବାର ମାସ ତଥା ଛଅ ଋତୁ ରେ ଦେଖିବାକୁ ମିଳିଥାଏ । ଅପରାଜିତା ଫୁଲ କେବଳ ପ୍ରଭୁ ମହାଦେବ ଓ ପାର୍ବତୀ ଙ୍କ ହିଁ ପ୍ରିୟ ନୁହେଁ । ଏହି ଫୁଲ ହନୁମାନ, ଶନିଦେବ, ମାତଲକ୍ଷ୍ମୀ ଓ ନାରାୟଣ ଙ୍କ ମଧ୍ୟ ପ୍ରିୟ ଫୁଲ ଅଟେ । ଏହି ସାମାନ୍ୟ ଓ ସୁନ୍ଦର ଦେଖା ଯାଉଥିବା ଫୁଲ ର ଅନେକ ଦିବ୍ୟ ତଥା ଚମତ୍କାରୀ ଗୁଣ ରହିଛି ।

ତେବେ ବନ୍ଧୁଗଣ ଆଜି ଆମେ ଏହି ଅପରାଜିତା ଫୁଲ କୁ ନେଇ ଏଭଳି କିଛି ଉପାୟ ସମ୍ବନ୍ଧରେ କହିବୁ ଯାହାକୁ ଆପଣ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଜୀବନରେ ଧନର ଆଗମନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ସମ୍ବନ୍ଧରେ ।

୧- ପ୍ରଥମ ରେ ହେଉଛି ଏହି ଅପରାଜିତା ଫୁଲ ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୋଷକୁ ଦୂର କରିଥାଏ । ଶନିବାର ଦିନ ଏହି ଫୁଲର ଏକ ମାଳା ତିଆରି କରି ରାତ୍ରି ସମୟରେ ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ଭୁତପ୍ରେତ ଙ୍କ ଭୟ ଦୂର ହୋଇଥାଏ । ଏହି ଫୁଲର ମାଳା ଙ୍କୁ ପ୍ରଭୁ ବଜରଙ୍ଗବଲୀ ଙ୍କୁ ସମର୍ପଣ କରି ଘରର ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ନଜର ଦୋଷ ଏବଂ ତନ୍ତ୍ରମନ୍ତ୍ର ର ପ୍ରଭାବ ମଧ୍ୟ ଦୂର ହୋଇଥାଏ । ଏହା ସହିତ ଏହି ଅପରାଜିତା ଫୁଲ ର ମାଳା କୁ ମୁଖ୍ୟ ଦ୍ୱାର ରେ ଟଙ୍ଗାଇବା ଦ୍ଵାରା ଘର ମଧ୍ୟରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ର ସୃଷ୍ଟି ହୋଇଥାଏ । ଏହା ସହିତ ଆପଣଙ୍କ ଜୀବନରେ ଥିବା ଧନର ସମସ୍ତ ପ୍ରକାର ସମସ୍ୟା କୁ ଦୂର କରିଥାଏ ।


୨- ଦ୍ଵିତୀୟ ରେ ହେଉଛି ଶନିବାର ଅଥବା ସୋମବାର ଦିନ ରାତ୍ରି ସମୟରେ ୫ଟି ଅପରାଜିତା ଫୁଲ କୁ ତୋଳି ଆଣି ନଦୀ କିମ୍ବା କୌଣସି ଅନ୍ୟ ଜଳ ସ୍ରୋତରେ ଭସାଇ ଦିଅନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେ ଏହି ଉପାୟ କରିବା ସମୟରେ ଯେପରି ଅନ୍ୟ କେହି ନ ଜାଣି ପାରନ୍ତି । ଏହି ଉପାୟ ପ୍ରୟୋଗ କରିବା ସମ୍ବନ୍ଧରେ ଆପଣ ଅନ୍ୟ କୌଣସି ବ୍ୟକ୍ତି ଙ୍କୁ କହିବେ ନାହିଁ । ଏହି ଉପାୟ କୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଆପଣ କରଜ ରୁ ମଧ୍ୟ ମୁକ୍ତି ପାଇ ଥାଆନ୍ତି । ଏହା ସହିତ ଆପଣଙ୍କୁ ଜୀବନ ରେ ନୂତନ କାର୍ଯ୍ୟ କରିବାର ସୁଯୋଗ ମଧ୍ୟ ମିଳିବ । ଏହି ଉପାୟକୁ ଆପଣ ନିୟମିତ ଭାବରେ ୫ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ।


୩- ତୃତୀୟ ରେ ହେଉଛି ଯଦି ଆପଣ ନିଜ ମନ ପସନ୍ଦ ର ଚାକିରୀ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଦେବୀ ଦୁର୍ଗା ଅଥବା ମାତା ପାର୍ବତୀ ଙ୍କୁ ପ୍ରତିଦିନ ୧୧ ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଯଦି ପ୍ରତିଦିନ ସମ୍ଭବପର ହୋଇପାରୁ ନାହିଁ ତେବେ ନବରାତ୍ରି ର ନଅ ଦିନ ଅଥବା ୨୧ ଟି ମଙ୍ଗଳବାର ଏହି ଉପାୟ କୁ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇନାହିଁ । ଏପରି କରିବା ଦ୍ବାରା ଆପଣଙ୍କୁ ନିଶ୍ଚିତ ଭାବରେ ନିଜର ମନ ପସନ୍ଦ ର ଚାକିରୀ ମିଳିବ ଏବଂ ସମସ୍ତ ମନୋକାମନା ପୁରଣ ହେବ ।


୪- ଚତୁର୍ଥ ରେ ହେଉଛି ପ୍ରତ୍ୟେକ ଶନିବାର ଦିନ ପ୍ରଭୁ ହନୁମାନ ଙ୍କ ପାଖରେ କିଛି ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏବଂ ସେହି ଫୁଲ ଗୁଡ଼ିକ ମଧ୍ୟରୁ ଗୋଟିଏ ଫୁଲ କୁ ନିଜର ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ମନୋକାମନା ପୂର୍ଣ୍ଣ ହେବ ଏବଂ ଆପଣଙ୍କୁ ନିଜ ଇଚ୍ଛାନୁସାରେ ଚାକିରୀ ମଧ୍ୟ ମିଳିବ । ଏହି ଉପାୟଟି କୁ ନିୟମିତ ଭାବରେ କରନ୍ତୁ । ଏହାର ସୁଫଳ ଆପଣଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ।

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *