ମତେ କେତେ ଗାଳି କରୁଛ କର… ଭୁବନେଶ୍ବର ସାଲିଆସାହି ବସ୍ତିରେ ଆୟୋଜିତ ହୋଇଥିବା ବିଜେଡି ସଭାରେ ଭିକେ ପାଣ୍ଡୀୟାନ ଭୁବନେଶ୍ବର ସାଂସଦ ଅପରାଜିତା ସରଙ୍ଗୀଙ୍କୁ ନେଇ ଏଭଳି କିଛି କହିଥିଲେ । ତେବେ ଭିକେ ପାଣ୍ଡୀୟାନଙ୍କ କହିବା ଆଧାରରେ ଭୁବନେଶ୍ବର ସାଂସଦଙ୍କ ସମେତ ଅନ୍ୟ ସବୁ ବିରୋଦ୍ଧି ଦଳର ନେତା ମାନେ ଆସି ବସ୍ତିରେ ଲୋକଙ୍କୁ ଜାଗାର ପଟ୍ଟା ଦେବା ପାଇଁ ଭୋଟ ସମୟରେ ପ୍ରତିଶ୍ରୁତି ଦେଇକି ଯାଉଛନ୍ତି ।
ସେହି ସବୁ ବିରୋଦ୍ଧି ଦଳର ନେତା ମାନଙ୍କୁ ଆପଣ ମାନେ ପ୍ରଶ୍ନ କରନ୍ତୁ ? ଯେ କେଉଁ ରାଜ୍ୟର ସହରାଞ୍ଚଳରେ ବସ୍ତି ଲୋକଙ୍କୁ ବିଜେପି ଦଳ ପଟ୍ଟା ବାଣ୍ଟିଛନ୍ତି କି ! ବିରୋଦ୍ଧି ଦଳର ନେତା ମାନେ ଲୋକ ମାନଙ୍କୁ ଭୋଟ ସମୟରେ ମନେ ପକାଇଥାନ୍ତି । ହେଲେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଆପଣ ମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ବସ୍ତି ଲୋକଙ୍କ ଠାରୁ ବିକାଶର କଥା ଭାବିଥାନ୍ତି ।
ବସ୍ତିର ଲୋକଙ୍କୁ ତାଙ୍କ ଜାଗାରୁ ଉଚ୍ଛେଦ ନକରି ସେହି ସ୍ଥାନରେ ତାଙ୍କ ମାନଙ୍କୁ ରଖି ସେହି ସ୍ଥାନରେ ପଟ୍ଟା ଦେବାର ସୁବିଧା ମଧ୍ୟ କରିଛନ୍ତି । ଯେତେବେଳେ ଭୁବନେଶ୍ବରରେ ଡ୍ରିଂକ ଫ୍ରମ ଟ୍ୟାପର ଯୋଜନା ଆସିଥିଲା । ସେତେବେଳେ ଏହାକୁ କେଉଁ କେଉଁ ସ୍ଥାନରେ ସବୁ କରାଯିବ ବୋଲି ଯୋଜନା କରାଯାଉଥିଲା । ସେତେବେଳେ ଆମ ମୁଖ୍ୟମନ୍ତ୍ରୀ ସର୍ବ ପ୍ରଥମେ ବସ୍ତିରୁ ଡ୍ରିଂକ ଫ୍ରମ ଯୋଜନା କାମ ଆରମ୍ଭ କରାଯାଉ ବୋଲି କହିଥିଲେ । ସାରା ଓଡିଶାରେ ପିଲା ମାନଙ୍କର ପଢିବା ପାଇଁ 5 ଟି ସ୍କୁଲ ସବୁ ଆମ ସରକାର କରିଛନ୍ତି ।
ଯେମିତି ସେହିଠାରେ ପାଠ ପଢି ଆପଣ ମାନଙ୍କର ପିଲା ମନେ ମଧ୍ୟ ଉଚ୍ଚ ଶିକ୍ଷିତ ହୋଇ ବାହାରିବେ । ହେଲେ ଆମ ରାଜ୍ୟ ସରକାର ଏତେ ସବୁ ଲୋକଙ୍କ ପାଇଁ କରିକି ମଧ୍ୟ ବିରୋଦ୍ଧି ଦଳର ନେତା ମାନେ ତାଙ୍କୁ ନିନ୍ଦା କରୁଛନ୍ତି । ତାଙ୍କୁ ଅଶାଳୀନ ଭାଷାରେ ଗାଳି ମଧ୍ୟ କରୁଛନ୍ତି । ମୋତେ ଯେତେ ଗାଳି କଲେ ମଧ୍ୟ ମୁଁ ସହିଜିବି ।
ହେଲେ ଓଡିଶାର ଲୋକଙ୍କ ପାଇଁ ଏତେ ସବୁ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିନ୍ଦା କରୁଛନ୍ତି । ରାଜ୍ୟରେ କେତେ ରୂପାନ୍ତରୀକରଣ ହୋଇଛି ବିରୋଦ୍ଧି ଦଳର ଲୋକ ପ୍ରଥମେ ରାଜ୍ୟର ସବୁ ସ୍କୁଲକୁ ଯାଇ ମୁଣ୍ଡିଆ ମାରି ଆସିଲେ ଜାଣିପାରିବେ । ଖବରର ଅପଡେଟ ପାଇବା ଲାଗି ଯୋଡି ହୋଇ ରହିଥାନ୍ତୁ ।