ଆପଣଙ୍କର Thyroid ଅଛି କି ନାହିଁ ? ଘରେ ଏମିତି କରନ୍ତୁ ଚେକ (Health Tips)

ବନ୍ଧୁଗଣ ଏହି ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଥାଇରଡ ରୋଗର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଆମ ଶରୀରକୁ ଠିକ ଭାବରେ କାମ କରିବା ପାଇଁ ଥାଇରଡ ହରମୋନର ଆବଶ୍ୟକତା ପଡିଥାଏ ତେବେ ଯେତେବେଳେ ଥାଇରଡ ହରମୋନ ଉତ୍ପାଦନ କମ ହୋଇଥାଏ ସେତେବେଳେ ଆମେ ଥାଇରଡ ରୋଗରେ ପୀଡିତ ହୋଇଥାଉ । ଥାଇରଡ ରୋଗର ଅନେକ ଲକ୍ଷଣ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ଅନେକ ଲୋକ ଏହି ସବୁ ଲକ୍ଷଣକୁ ଅଣଦେଖା କରିଥାନ୍ତି ଯାହାଫଳରେ ସେହି ଲୋକ ମାନଙ୍କୁ ଭବିଷ୍ୟତରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ମାନେ ଏହି ସବୁ ଲକ୍ଷଣ ବିଷୟରେ ପୂର୍ବରୁ ଜାଣି ପାରିବେ ତା ହେଲେ ଆପଣ ମାନେ ଶୀଘ୍ର ଏହାର ଚିକିତ୍ସା କରି ସୁସ୍ଥ ହୋଇପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଲକ୍ଷଣ ଗୁଡିକ ବିଷୟରେ ।

ବନ୍ଧୁଗଣ ପୁରୁଷ ଓ ମହିଳା ମାନଙ୍କ ମଧ୍ୟରେ ଥାଇରଡ ଲକ୍ଷଣ ଭିନ୍ନ ଭିନ୍ନ ହୋଇପାରେ । ଥାଇରଡ ହେଲେ ଥାକାପଣ, ଅଧିକ ଶୀତ ଲାଗିବା, ଓଜନ ବଢିବା, କବଜ, ମୁଣ୍ଡ ବିନ୍ଧିବା, ମାଂସ ପେଶୀରେ ଯନ୍ତ୍ରଣା ହେବା, ନଖ ଓ କେଶ ଝଡିବା, ଚେହେରାରେ ଝୁରିଆ ହେବା, ହାତ ଗୋଡ ଝିମ ଝିମ ହେବା ଏବଂ ପେଟ ଜନିତ ସମସ୍ୟା ଆଦି ଲକ୍ଷଣ ଦେଖା ଦେବ ।

ବନ୍ଧୁଗଣ ଥାଇରଡ ଦ୍ଵାରା ହାର୍ଟ ଆଟାକ ଆସିପାରେ ଓ କୋମାରେ ମଧ୍ୟ ଆପଣ ମାନେ ରହିପାରନ୍ତି । ଥାଇରଡ ଅଛି ନା ନାହିଁ ଜାଣିବାକୁ ହେଲେ ରକ୍ତ ପରୀକ୍ଷା କରିବାକୁ ପଡେ । ବନ୍ଧୁଗଣ ଆପଣ ମାନେ ଚାହିଁଲେ ଏକ ସାଧାରଣ ଥର୍ମୋମିଟର ସହାୟତାରେ ଥାଇରଡ ଟେଷ୍ଟ କରେଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଟେଷ୍ଟ କିଭଳି ଆମେ କରିପାରିବା । ଏହି ଟେଷ୍ଟକୁ କରିବା ପାଇଁ ଆପଣ ମାନେ ଥର୍ମୋମିଟରକୁ ଛିଟକେଇ 35 C ବା 95 F ତଳକୁ ଖସେଇ ଦିଅନ୍ତୁ ।

ରାତିରେ ଶୋଇବା ପୂର୍ବରୁ ଆପଣ ମାନେ ଥର୍ମୋମିଟରକୁ ନିଜ ତକିଆ ତଳେ ରଖି ଦିଅନ୍ତୁ । ସକାଳେ ଉଠିବା ପରେ ଆପଣ ମାନେ ନିଜ କାଖ ତଳେ ଥର୍ମୋମିଟରକୁ ରଖିଦିଅନ୍ତୁ । କାଖରେ ୧୦ ମିନିଟ ରଖିବା ପରେ ଆପଣ ଏହାର ରିଡିଙ୍ଗ ନିଅନ୍ତୁ । ଯଦି ଥର୍ମୋମିଟର 5 C ବା 97 F ରୁ ତଳେ ଅଛି ତା ହେଲେ ଥାଇରଡ ସାମାନ୍ୟକୁ କମ କାମ କରୁଛି । ଏହା ହେବା ଦ୍ଵାରା ଡିପ୍ରେସନ, ଥକାପଣ, ମେମୋରିଲସ୍ ଓ କେଶ ଝଡିବା ଆଦି ସମସ୍ୟା ଦେଖା ଦେଇପାରେ ।


ଯଦି ଥର୍ମୋମିଟରର ତାପମାତ୍ରା 8 C ବା 98.2 F ରୁ ଅଧିକ ଅଛି ତା ହେଲେ ଥାଇରଡ ବହୁତ ଅଧିକ କାମ କରୁଛି । ଏହି ଥାଇରଡ ଟେଷ୍ଟକୁ ସଠିକ ଭାବରେ ଚେକ୍ କରିବାକୁ ହେଲେ ଆପଣ ଏହି ଟେଷ୍ଟକୁ ୪ ରୁ ୫ ଦିନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *