ବନ୍ଧୁଗଣ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ଥାଇରଡ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସାଧାରଣତଃ ଲୋକମାନେ ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ ହେତୁ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ଥାଇରଡ ସମସ୍ୟାର ଚିକିତ୍ସା ଓ ଏହାର କାରଣ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । କିଭଳି ଆୟୁର୍ବେଦିକ ଉପାୟରେ ଏହାକୁ ନିୟନ୍ତ୍ରଣ କରିହେବ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯେତେବେଳେ କାହାକୁ ଥାଇରଡ ତା ଦେହରେ ଅନେକ ଲକ୍ଷଣ ଦେଖା ଦେଇଥାଏ । ଏହା ପରେ ମଣିଷ ଚିନ୍ତାରେ ପଡିଯାନ୍ତି ଓ ଡାକ୍ତରଙ୍କ ପାଖକୁ ଯାଇ ଥାଇରଡ ପରୀକ୍ଷା କରେଇ ଥାନ୍ତି । ଯେଉଁ ମାନଙ୍କର ଥାଇରଡ ବାହାରେ ସେମାନଙ୍କୁ ଆଜୀବନ ମେଡ଼ିସିନର ସେବନ କରିବାକୁ ପଡିଥାଏ ।
ସାଧାରଣତଃ ଥାଇରଡ ଆମ ଗଳାରେ ଥାଏ ଏହା ଆମ ଶରୀରର ବିକାଶ କରାଇଥାଏ । ତେବେ ଯଦି ଆମ ଥାଇରଡ କମ କାମ କରିବ ତେବେ ତାହାକୁ ହାଇପୋ ଥାଇରଡୋରିସିମ କୁହାଯାଏ । ଯଦି ଏହା ଅଧିକ କାମ କରେ ତା ହେଲେ ଏହାକୁ ହାଇପର ଥାଇରଡୋରିସିମ କୁହାଯାଏ । ଯଦି ଆପଣଙ୍କ ଶରୀରରେ ଥାଇରଡ କମ କାମ କରିବ ।
ତେବେ ଆପଣଙ୍କ ଶରୀରର ମେଟାବାଲିଜମ କମିଯିବ, ଓଜନ ବଢିଯିବ, ଅଳସୁଆ ଲାଗିବ, ଥକାପଣ ହେବ ଓ ଶରୀରର ଅନେକ ଅଙ୍ଗ ଧୀରେ ଧୀରେ କାମ କରିବ । ଯଦି ଥାଇରଡ ଆମ ଶରୀରରେ ଅଧିକ କାମ କରିବ ତା ହେଲେ ଆମ ଶରୀରର ଓଜନ କମିଯିବ, ଆପଣଙ୍କ ହାର୍ଟ ସ୍ପନ୍ଦନ ବଢିଯିବ, ଚିନ୍ତାଗ୍ରସ୍ତ ହେବେ, ମେଟାବାଲିଜମ ବଢିଯାଏ ଓ ଆପଣଙ୍କ ଶରୀରର ଅନେକ ଅଙ୍ଗ ବହୁତ ଫାଷ୍ଟ କାମ କରେ ।
ଯଦି ଆପଣଙ୍କୁ ହାଇପୋ ଥାଇରଡ ସମସ୍ୟା ଅଛି ତା ହେଲେ ଆପଣଙ୍କୁ ଏମିତି ଖାଦ୍ୟ ଖାଇବା ଉଚିତ ଯାହା ସହଜରେ ହଜମ ହୋଇଯିବ । ଆପଣ ମାନେ ସବୁ ପନିପରିବା, ଫଳ ଓ ଡାଲି ଆଦି ଖାଦ୍ୟ ଖାନ୍ତୁ । ହାଇପୋ ଥାଇରଡ ଥିଲେ ଆପଣ ମାନେ ମିଠା ଖାଦ୍ୟ, ତେଲ ମସଲା ଜାତୀୟ ଖାଦ୍ୟ ଆଦି ଖାନ୍ତୁ ନାହିଁ । ବନ୍ଧୁଗଣ ବର୍ତ୍ତମାନ ଯଦି କାହାକୁ କୌଣସି ରୋଗ ହେଉଛି ସେମାନେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ।
ହେଲେ ପ୍ରଥମେ ଜାଣନ୍ତୁ ରୋଗ ଆପଣଙ୍କୁ କାହିଁକି ହେଲା । ଆପଣଙ୍କ ଯେଉଁ ଖରାପ ଅଭ୍ଯାସ ପାଇଁ ରୋଗ ହୋଇଛି ପ୍ରଥମେ ସେହି ଅଭ୍ଯାସକୁ ବଦଳାଇ ଦିଅନ୍ତୁ । ଯଦି ଆପଣଙ୍କୁ ହାଇପର ଥାଇରଡ ସମସ୍ୟା ଅଛି ତା ହେଲେ ଆପଣ ଗରିଷ୍ଟ ଖାଦ୍ୟ ସେବନ କରନ୍ତୁ । ଅଧିକ ତେଲ ମସଲା ଜାତୀୟ ଖାଦ୍ୟ ଖାନ୍ତୁ ନାହିଁ । ଚାହା, କଫି ଓ ଆଲ୍କୋହଲ ଆଦିର ସେବନ କରନ୍ତୁ ନାହିଁ । ଯଦି ଆପଣ ଏଭଳି ଭାବରେ ନିଜ ଲାଇଫଷ୍ଟାଇଲ ରଖିବେ ତା ହେଲେ ଆପଣ ଥାଇରଡ ହେବା ପରେ ମଧ୍ୟ ସୁସ୍ଥ ରହିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ