ଆପଣଙ୍କ ବିଷୟରେ କଣ କହିଥାଏ ଆପଣଙ୍କ ର ବ୍ଲଡ଼ ଗୃପ ?

ନମସ୍କାର ବନ୍ଧୁଗଣ ତେବେ କହିବାକୁ ଗଲେ ବର୍ତ୍ତମାନ ସମୟରେ ପ୍ରାୟତଃ ଲୋକମାନେ ଜ୍ୟୋତିଷ ବିଦ୍ୟା ଉପରେ ବିଶ୍ଵାସ ରଖନ୍ତି । କିନ୍ତୁ ଅନ୍ୟ ପଟେ ଏହିଭଳି ବି କିଛି ଲୋକମାନେ ଅଛନ୍ତି ଯେଉଁମାନେ ଜ୍ୟୋତିଷ ବିଦ୍ୟା ଉପରେ ବିଶ୍ଵାସ ରଖନ୍ତି ନାହିଁ । କହିବାକୁ ଗଲେ ସମସ୍ତେ ନିଜର ଭବିଷ୍ୟତ ଜାଣିବା ପାଇଁ ଉତ୍ସାହିତ ଥାଆନ୍ତି । ଜ୍ୟୋତିଷ ବିଦ୍ୟା ଦ୍ଵାରା ଆପଣ ନିଜର ଓ ନିଜ ଆଖପାଖ ଲୋକମାନଙ୍କର ଭବିଷ୍ୟତ ବିଷୟରେ ଜାଣି ପାରିବେ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆପଣ ନିଜର ବ୍ଲଡ ଗ୍ରୁପ ମାଧ୍ୟମରେ ବି ନିଜର ପର୍ସନାଲିଟି ବିଷୟରେ ଜାଣି ପାରିବେ । ଯଦି ଆପଣ ଜାପାନ, ସାଉଥ କୋରିୟାରେ ଅଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଭୁଲି ଯାଆନ୍ତୁ । କାରଣ ସେଠି ଆପଣଙ୍କ ଜନ୍ମ ତାରିଖ ପଚରାଯାଏ ନାହିଁ ସେଠି ଆପଣଙ୍କୁ ଆପଣଙ୍କର ବ୍ଲଡ ଗ୍ରୁପ କଣ ଅଟେ ଏହା ପଚରାଯାଏ ଆପଣଙ୍କ ବିଷୟରେ ଜାଣିବା।

ଏହି ଦୁଇଟି ଦେଶରେ ଏମିତି ବହୁତ ଥିୟୋରି ଅଛି ଯାହା କହିଥାଏ କି ଆପଣଙ୍କ ଚରିତ୍ର ଓ ଅନ୍ୟ ବ୍ୟକ୍ତି ସହ ବ୍ୟବହାର ପ୍ରାୟତଃ ଆପଣଙ୍କ ବ୍ଲଡ ଗ୍ରୁପ ଉପରେ ଆଧାରିତ ହୋଇଥାଏ । ଏହା ସବୁ ଆପଣଙ୍କୁ ଅନ୍ଧବିଶ୍ଵାସ ଲାଗିବ କିନ୍ତୁ ଏହା ସତ ଅଟେ କି ସମସ୍ତଙ୍କ ରକ୍ତ ସମାନ ହୋଇ ନ ଥାଏ । ଏହି ରକ୍ତ ଯଦି ଆମ ଶରୀରର ହିଁ ହୋଇଥାଏ ତେବେ ଏହା ଆମର ଚରିତ୍ରକୁ ବି ଦର୍ଶାଇପାରେ । ତେବେ ଚାଲନ୍ତୁ ଜାଣିବା ବ୍ୟକ୍ତିର ରକ୍ତରେ ଚାରି ପ୍ରକାରର ବ୍ଲଡ ଗ୍ରୁପ ଅଛି । ଯାହା ଏ, ବି, ଏବି ଏବଂ ଓ ଅଟେ।

୧- ଏ ବ୍ଲଡ଼ ଗ୍ରୁପ। ଏହି ବ୍ଲଡ ଗ୍ରୁପ ବାଲା ବ୍ୟକ୍ତି ସାଧାରଣତଃ ବହୁତ ହିଁ ସ୍ମାର୍ଟ, ଫ୍ୟାସନବାଲା ଓ ଭାବୁକ ହୋଇଥାନ୍ତି । ଏହି ଲୋକମାନେ ସବୁ କାମକୁ ବହୁତ ହିଁ ଭାବିଚିନ୍ତି ଭଲ ଉପାୟରେ କରିବାକୁ ଚେଷ୍ଟା କରନ୍ତି । ଏହା ଛଡା ଏମାନେ ସବୁ ଜିନିଷକୁ ବହୁତ ସିରିୟସ ରେ ବି ନିଅନ୍ତି ଓ ଫେଲ ହେଲେ ବହୁତ ଜଲ୍ଦି ଦୁଃଖି ହୋଇ ଯାଆନ୍ତି । ଏହାର କାରଣ ଏମାନଙ୍କ ରକ୍ତରେ ଷ୍ଟ୍ରେସ ହରମୋନ ଅଧିକ ଥାଏ । ଏମାନଙ୍କ ଉପରେ ଆପଣ ବିଶ୍ଵାସ କରି ପାରିବେ।

୨- ବି ବ୍ଲଡ଼ ଗ୍ରୁପ। ତେବେ ଏହି ଲୋକମାନେ ଏ ବ୍ଲଡ ଗ୍ରୁପ ଲୋକମାନଙ୍କର ଓଲଟା ହୋଇଥାନ୍ତି । ମାନେ ଯେଉଁଠି ଏ ବ୍ଲଡ ଗ୍ରୁପ ବାଲା କୌଣସି ବି ନିଷ୍ପତି ନେବା ପୂର୍ବରୁ ବାରମ୍ବାର ଚିନ୍ତା କରିଥାନ୍ତି । କିନ୍ତୁ ବି ବ୍ଲଡ ଗ୍ରୁପର ଲୋକମାନେ ବିନା କିଛି ଚିନ୍ତା କରି ବହୁତ କଡା ନିଷ୍ପତି ନେଇ ଯାଆନ୍ତି । ଏମାନେ ବହୁତ କ୍ରିଏଟିବ ବି ହୋଇଥାନ୍ତି । ଏମାନେ ସବୁବେଳେ ନିଜ କଥା ଚିନ୍ତା କରନ୍ତି । ଏମାନେ ସବୁବେଳେ ଖୁସିରେ ରୁହନ୍ତି ।


୩- ଏବି ବ୍ଲଡ଼ ଗ୍ରୁପ। ଏହି ବ୍ୟକ୍ତିମାନେ ଏ ବ୍ଲଡ ଗ୍ରୁପ ଓ ବି ବ୍ଲଡ ଗ୍ରୁପର ମିଶ୍ରଣ ହୋଇଥାନ୍ତି । ଏହିଭଳି ଲୋକମାନେ ବହୁତ ଜଲ୍ଦି ବନ୍ଧୁ ହୋଇ ଯାଆନ୍ତି । ଏହା ଛଡା ବହୁତ କମ ଲୋକମାନେ ଏମାନଙ୍କ ବିଷୟରେ ସବୁ କିଛି ଜାଣିଥାନ୍ତି । ଏମାନେ ବହୁତ ଆତ୍ମ କେନ୍ଦ୍ରିତ ଓ ଜଟିଳ ହୋଇଥାନ୍ତି । ସେଥିପାଇଁ ଏମାନଙ୍କୁ ବୁଝିବା ବହୁତ କଷ୍ଟଦାୟକ ହୋଇଥାଏ।


୪- ଓ ବ୍ଲଡ଼ ଗ୍ରୁପ। ତେବେ ଏମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି । ଏହି ବ୍ଲଡ ଗ୍ରୁପର ଲୋକମାନେ ଶାନ୍ତ, ସ୍ଵତନ୍ତ୍ର, କେୟାରିଂ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଏମାନେ ବହୁତ କାର୍ଯ୍ୟବ୍ୟସ୍ତ ରୁହନ୍ତି । ଏମାନଙ୍କୁ ବହୁତ ଜଲ୍ଦି ଈର୍ଷା ବି ହୋଇଥାଏ । କିନ୍ତୁ ଯଦି ଏମାନେ କାହାକୁ ଭଲ ପାଆନ୍ତି ତେବେ ସେ ତାଙ୍କୁ କେବେ ବି ଛାଡନ୍ତି ନାହିଁ । ତା’ ପାଇଁ ନିଜର ଜୀବନ ବି ଦେଇ ପାରନ୍ତି ।

Leave a Reply

Your email address will not be published. Required fields are marked *