ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ଆମେ ପୂଜା ଅର୍ଚ୍ଚନା କରିବା ପାଇଁ ବସିଥାନ୍ତି ସେତେବେଳେ ଆମ ପାଖରେ ଥିବା ନକରାତ୍ମକ ଶକ୍ତି ସକରାତ୍ମକ ଶକ୍ତିରେ ପରିବର୍ତ୍ତନ ହୋଇଥାଏ । ସେଥିପାଇଁ ମନ ସବୁବେଳେ ପ୍ରସନ୍ନ ରହିଥାଏ । ଈଶ୍ଵରଙ୍କୁ ପୂଜା କରିବା ସମୟରେ ସେ ଅଲୈକିକ ଶକ୍ତି ଆମ ଉପରେ ପଡ଼ିଥାଏ ଯାହାଫଳରେ ଆମ ଆଖିରେ ଲୁହ ଆସିଥାଏ । ତେବେ ଆଜି ଆମେ ଏପରି କିଛି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭଗବାନଙ୍କ ସଂକେତ କୁହାଯାଏ ।
ସର୍ଵ ପ୍ରଥମ କଥା ପୂଜା ସମୟରେ ଆଖିରେ ଲୁହ ଆସିବା । ଯଦି ପୂଜା ସମୟରେ ଆପଣଙ୍କ ଆଖିରେ ଲୁହ ଆସୁଛି ତେବେ ଏହାକୁ ଆପଣ ଜାଣି ନିୟନ୍ତୁ ଯେ ଆପଣଙ୍କ ଆତ୍ମା ଇଶ୍ଵରଙ୍କ ସହ ଯୋଡ଼ି ଯାଇଛି । ଏହି ସମୟରେ ଆପଣ ଆପଣଙ୍କର ମନସ୍କାମନା କୁହନ୍ତୁ ଯାହା ଭଗବାନ ପୂରଣ କରିଥାନ୍ତି । ଯଦି ପୂଜାର୍ଚ୍ଚନା ସମୟରେ ଆଖିରେ ଲୁହ ଆସୁଛି ତେବେ ଜାଣିନିୟନ୍ତୁ ଯେ ଆପଣଙ୍କ ଅନ୍ତରର ସବୁ ଦୁଚିନ୍ତା ଦୂର ହେଉଛି ।
ତେବେ ଅନ୍ୟ ଏକ କାରଣ ହେଉଛି ପୁଜା କରିବା ସମୟରେ ଆଖିରୁ ଲୁହ ଆସିଲେ ଆପଣଙ୍କ ମନର ଖରାପ ଚିନ୍ତାଧାରା ନଷ୍ଟ ହେଉଛି । ଆପଣଙ୍କ ଅନ୍ତକରଣ ଶୁଦ୍ଧ ହେଉଛି । ତେବେ ଯେପରି ଅନେକ ସମୟରେ ବିଦ୍ୟାର୍ଥୀ ପାଠ ପଢିବା ସମୟରେ ମା ସରସ୍ଵତୀଙ୍କ ଆରଧନା କରିଥାନ୍ତି । ସେହି ସମୟରେ ତାଙ୍କ ଆଖିରୁ ଲୁହ ଆସିଯାଏ ଅଥବା ଅଚାନକ ନିଦ ଆସିଥାଏ । ଏହାର ଅର୍ଥ ହେଉଛି ସେହି ବିଦ୍ୟାର୍ଥୀଙ୍କ ଉପରେ ମା ସରସ୍ଵତୀଙ୍କ କୃପା ଲାଭ ହେଉଛି ।
ଅନେକ ସମୟରେ ଈଶ୍ବରଙ୍କ କଥା ଶୁଣିବା ସମୟରେ ଆମ ଶରୀରର ରୋମ ଟାଙ୍କୁରି ଉଠିଥାଏ ଓ ଆଖିରେ ଲୁହ ଆସିଯାଏ । ଏହା ସହ ଈଶ୍ବରଙ୍କ ଉପରେ ଆମର ବିଶ୍ଵାସ ଦୃଢ ହେବାରେ ଲାଗିଥାଏ । ତେବେ ବେଳେବେଳେ ଆପଣଙ୍କ ଜୀବନରେ ଥିବା କିଛି ସମସ୍ୟା ର ସମାଧାନ ପାଇଁ ଆପଣ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛନ୍ତି ଏବଂ ଯଦି ତାହା ନହୁଏ ତେବେ ଆପଣ ଭଗବାନ ଙ୍କୁ ଦୋଷ ଦେବାରେ ଲାଗି ପଡ଼ନ୍ତି ।
ତେବେ ଆଜି ପାର୍ଥନା କଲେ କାଲି ପୂରଣ ହୋଇଯିବ ତାହା ସମ୍ଭବ ନୁହେଁ । ତେବେ ସେଥିପାଇଁ ଯୋଗ ହୋଇଥାଏ ଏବଂ ଆପଣଙ୍କ କାର୍ଯ୍ୟ ମଧ୍ୟ ସେହି ଅନୁସାରେ ହୋଇଥାଏ ତେଣୁ ସର୍ଵଦା ନିଜର ଭଲ କର୍ମ କରନ୍ତୁ ଏବଂ ସୁଚିନ୍ତା ରଖନ୍ତୁ ତେବେ ଯାଇଁ ଆପଣ ଭଲ ଫଳ ପାଇ ପାରିବେ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।