ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା । ଦୀର୍ଘ କିଛି ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ପାରିବାରିକ ମାମଲା ଚାଲି ଆସୁଛି । ଏବେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ବନ୍ଧୁଗଣ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜିଏମ କୋର୍ଟ ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ବର୍ଷା ଏବେ ଅନୁଭବଙ୍କ ପୈତୃକ ବାସ ଭବନ ଛାଡିବେ । ତେବେ ଏହାରି ମଧ୍ୟରେ ଓଡିଆ ଫିଲ୍ମ ମେକର ସଞ୍ଜୟ ନାୟକ ଗଣମାଧ୍ୟମ ସାମ୍ନାକୁ ଆସି ଉଭୟଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ସଞ୍ଜୟ ନାୟକ କହିଛନ୍ତି-‘ବର୍ଷା ପ୍ରିୟଦର୍ଶନୀ ଏବଂ ଅନୁଭବ ମହାନ୍ତି ମୋ ହାତ ତିଆରି କଳାକାର । ବର୍ଷାକୁ ମୁଁ ଇଣ୍ଟରଡ୍ୟୁସ କରିଥିଲି 2003ରେ ଆଉ ଅନୁଭବକୁ ମୁଁ ଇଣ୍ଟରଡ୍ୟୁସ କରିଥିଲି 2004 ମସିହାରେ ଆଇ ଲଭ ୟୁ ଫିଲ୍ମରେ । ଆଉ ଏମାନେ ଫିଲ୍ମ ଲାଇନକୁ ଆସିବା ପରେ ଏମାନଙ୍କ ମଧ୍ୟରେ ଯେଉଁ ପ୍ରେମ ହେଲା ସେଇଟା ମୁଁ ଆଖି ଆଗରେ ଦେଖିଛି ।
ଅନୁଭବ ପାଗଳ ଭଳି ଭଲ ପାଉଥିଲେ ବର୍ଷାଙ୍କୁ । ମୁଁ ଯେତିକି ଜାଣିଛି କାରଣ ମୋ ଠାରୁ ବେସୀ କେହି ଜାଣି ନଥିବେ କାହିଁକି ନା ସେମାନେ ମୋ ହାତ ତିଆରି ମଣିଷ । ସେମାନଙ୍କ ମଧ୍ୟରେ ବି ବହୁତ ଭଲ ପଡୁଥିଲା । ମୁଁ ଗତ କିଛି ମାସ ତଳେ ଏକ ଉତ୍ସବ କରିଥିଲି ସେଠାକୁ ଅନୁଭବ- ବର୍ଷା ଆସିଥିଲେ । ଅନୁଭବ ହେଉଛନ୍ତି ଜଣେ ଯତ୍ନଶୀଳ ମଣିଷ ସେ ବର୍ଷାଙ୍କର ବହୁତ ଯତ୍ନ ନେଉଥିଲେ ।
ଆପଣ ସେହି ଉତ୍ସବରେ ଯେତେ ଭିଜୁଆଲ ଦେଖନ୍ତୁ ଫଟୋ ଦେଖନ୍ତୁ ଅନୁଭବ-ବର୍ଷାଙ୍କର ସବୁ ଭିଡିଓରେ ଅନୁଭବ ବହୁତ କେୟାରିଙ୍ଗ । ସେ ବହୁତ ଭଲ ପାଏ ବର୍ଷାଙ୍କୁ । ହେଲେ କଣ ଏମିତି ହେଇଗଲା । ଘର କଲେ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଝଗଡା ହୁଏ ଏଇଟା କିଛି ବଡ କଥା ନୁହେଁ । ତେଣୁ ମୁଁ ଚାହିଁବି ଯେହେତୁ ସେ ଆମ ଘର ଛୁଆ ଘର କଥା ଘରେ ସମାଧାନ କରିବାଟା ଭଲ ହେବ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଫିଲ୍ମ ମେକର ସଞ୍ଜୟ ନାୟକ ନିଜର ବୟାନ ଦେଇଛନ୍ତି ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।