Anubhav Mohanty ସାଂସଦ ହେଇ କେବଳ ନିଜ ଟର୍ଣ୍ଣଓଭର ବଢ଼େଇଛନ୍ତି, Kartik Pandiyan.

2 ଥର ସାଂସଦ ହେଇ ବି କିଛି କରିପାରିଲେ ନାହିଁ… ପାଟକୁରାରେ ଆୟୋଜିତ ହୋଇଥିବା ବିଜେଡି ସଭାରେ ବିଜେଡି ନେତା ଭିକେ ପାଣ୍ଡିୟାନ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ । ଯେଉଁଠାରେ ସେ ବିରୋଦ୍ଧି ଦଳର କୁମ୍ଭୀର କାନ୍ଦଣା ବିଷୟରେ ସ୍ପଷ୍ଠ ଭାବେ ଲୋକଙ୍କୁ ବୁଝାଇଥିଲେ । ଭିକେ ପାଣ୍ଡିୟାନ କହିଥିଲେ । ଯେପୂର୍ଣ ନିର୍ବାଚନ ସମୟରେ ମଧ୍ୟ ବିରୋଦ୍ଧି ଦଳର ନେତା ମାନେ ସବୁ ଥର ପରି ଅନେକ ଗୁଡିଏ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ଆଜି ପର୍ଯ୍ୟନ୍ତ ଓଡିଶାବାସୀଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ମଧ୍ୟ ପୂରଣ କରିନାହାନ୍ତି । ବିରୋଦ୍ଧି ଦଳର କିଛି କେନ୍ଦ୍ରରେ ଥିବା ମନ୍ତ୍ରୀଙ୍କ ମାନଙ୍କ ପାଖରେ ବହୁତ ପାୱାର ରହିଛି । ସେମାନେ ଚାହିଁଥିଲେ । ଓଡିଶାବାସୀଙ୍କ ପାଇଁ ବହୁତ କିଛି କରିପାରିଥାନ୍ତେ । ହେଲେ କିଛି ଟିଏ ବି ଲୋକଙ୍କ ପାଇଁ କରିନାହାନ୍ତି । ଓଡିଶାବାସୀଙ୍କର ଆର୍ଥିକ ମେରୁଦଣ୍ଡକୁ ପୁରା ଭାଙ୍ଗି ଦେଇଛନ୍ତି । ଏଥିସହ ଧୀରେ ଗ୍ଯାସ, ପେଟ୍ରୋଲ, ଡିଜେଲ ଭଳି ଜିନିଷର ଦରଦାମ ବୃଦ୍ଧି ପାଇଲା ପଛେ କମିବାର ନାମ ନେଲାନାହିଁ ।

ହେଲେ ଏବେ ଭୋଟ ସମୟରେ ସେମାନେ ଭୋଟ ମାଗିବା ପାଇଁ ଓଡିଶାରେ ଶାସନ ଚଳାଇବା ପାଇଁ ଚାଲି ଆସିଛନ୍ତି । ତେଣୁ ସେହି ସବୁ ଲୋକଙ୍କୁ କଡା ଜବାବ ଦେବା ଉଚିତ । କେନ୍ଦ୍ରପଡାର ଯିଏ ସାଂସଦ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଭରଷା କରିକି ସାଂସଦ କରିଥିଲେ । ଯେ କେନ୍ଦ୍ରପଡାର ଉନ୍ନତି କରିବେ। କେନ୍ଦ୍ରପଡାରେ ପୁଞ୍ଜି ନିବେଶ ଆଣିବାକୁ ଦାୟିତ୍ଵ ଦେଇଥିଲେ । ବଡ ବଡ ଶିଳ୍ପ, ଇଣ୍ଡଷ୍ଟ୍ରି କେନ୍ଦ୍ରପଡାକୁ ଆଣିବାକୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଦାୟିତ୍ଵ ଦେଇଥିଲେ ।

ହେଲେ ସେ ସେ ସବୁ କାମ ଉପରେ ଫୋକୋଷ ନକରିକି ସେ ନିଜ ଟର୍ଣ୍ଣଓଭର ବଢାଇବାରେ ଲାଗି ପଡିଲେ । ତେଣୁ ଓଡିଶାବାସୀଙ୍କୁ ଠକୁଥିବା ଆଉ ନିର୍ବାଚନ ସମୟରେ ଆସି ଲୋକଙ୍କ ପାଖରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଲୋକ ମାନଙ୍କୁ ଆପଣ ଏଥର କଡା ଜବାବ ଦିଅନ୍ତୁ । ଏଥିସହ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏଥର ନିର୍ବାଚନରେ ବହୁ ମାତ୍ରାରେ ଆଶ୍ରୀକରନ୍ତୁ । କାରଣ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କ୍ଷମତା ପାଇଁ ରାଜନୀତିକୁ ଆସିନଥିଲେ । ସେ ନିଜର ସ୍ବଚ୍ଛ ଭାବମୂର୍ତ୍ତିକୁ ନେଇ ଲୋକଙ୍କର ସେବା ଓ ଉନ୍ନତି ଉଦ୍ଧେଶ୍ୟରେ ଓଡିଶାକୁ ଆସିଥିଲେ । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *