Anubhav ଙ୍କୁ ମିଳିଲାନି ଟିକେଟ ହେଲେ, ଆସୁ ଆସୁ Varsha Priyadarshini ଙ୍କୁ ମିଳିଗଲା ଟିକେଟ Varsha Anubhab

ଅନୁଭବଙ୍କୁ ମିଳିଲାନି ଟିକେଟ ! ହେଲେ ଆସୁ ଆସୁ ବର୍ଷାଙ୍କୁ ମିଳିଗଲା ଟିକେଟ ! ହଁ ଆଜ୍ଞା ବିଜେଡିରେ ଯୋଗ ଦେଉ ଦେଉ ବର୍ଷାଙ୍କୁ ମିଳିଛି ଏହି ବଡ ସୁଯୋଗ । ତେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବିଜେଡିରେ ଗତ ନିକଟ କିଛି ଦିନ ତଳେ ହିଁ ସଜ ସଜ ମିଶିଛନ୍ତି । ତେବେ ବର୍ଷା ବିଜେଡିରେ ସାମିଲ ହେଲାପରେ ତାଙ୍କୁ ଦଳ ପକ୍ଷରୁ କେଉଁ ଦାୟିତ୍ଵ ମିଳିବ ତାହାକୁ ନେଇ ଅନେକ ଆଲୋଚନା ପର୍ଜ୍ଯାଲୋଚନା ଚାଲିଥିଲା ।

ତେବେ ଏହାରି ଭିତରେ କିନ୍ତୁ ବର୍ଷାଙ୍କୁ ମିଳିଥିବା ଏହି ବଡ ସୁଯୋଗ ବିଷୟରେ ଚର୍ଚା ହେବାରେ ଲାଗିଛି । ବର୍ଷାଙ୍କୁ ବିଜେଡିରେ ଏହି ଭୂମିକା ଦିଆଯିବା ପାଇଁ ଯାଉଛି । ତେବେ ବର୍ତ୍ତମାନର ଗୁରୁତ୍ଵପୂର୍ଣ୍ଣ ସୂଚନାଟି ହେଉଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ଲଢିବା ପାଇଁ ଦଳ ଟିକେଟ ଦେଇଛି । ତେବେ ନିକଟ ଅତୀତରେ କିନ୍ତୁ ବର୍ଷାଙ୍କୁ ନେଇ ଏପରି କିଛି ଚର୍ଚା ହେଉଥିଲା । ଯେ ବର୍ଷା ଯଦିଓ ଦଳରେ ମିଶିଛନ୍ତି ।

ତେବେ ତାଙ୍କୁ ହୁଏତ ଜଣେ ସଫଳ ଅଭିନେତ୍ରୀ ଭାବେ ନିର୍ବାଚନରେ କ୍ୟାମ୍ପେନିଙ୍ଗ କରିବା ପାଇଁ ଦଳକୁ ଅଣାଯାଇଛି ବୋଲି କୁହାଯାଉଥିଲା । ହେଲେ ଓଲିଉଡ କୁଇନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦଳରେ ମିଶିବାର ମାତ୍ର କେତୋଟି ଦିନ ହେଇନି । ତାଙ୍କୁ ଦଳ ପକ୍ଷରୁ ବଡଚଣାରୁ ବିଧାୟିକା ପ୍ରାର୍ଥୀ ଲଢିବା ପାଇଁ ଦଳରୁ ଟିକେଟ ମିଳିଛି । ହଁ ଆଜ୍ଞା ବଡଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ଛିଡା ହେବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ଯାହାକୁ ନେଇ ରାଜ୍ୟ ରାଜନୀତିରେ ଖୁବ ଚର୍ଚା ଧରିଛି ।

ତେବେ ବିଜେଡିରେ ପୂର୍ବରୁ ରହିଥିବା ଓଲିଉଡର ବଡ ବଡ ତାରକା ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଅରିନ୍ଦମ ରଏ ଓ ଆକାଶ ଦାସ ନାୟକଙ୍କ ଭଳି ଅଭିନେତା ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ହେଲେ ବିଜେଡିରେ ନୂଆ କରି ସାମିଲ ହୋଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କୁ ଦଳ ବିଧାୟିକା ପ୍ରାର୍ଥୀ ଭାବେ ଲଢିବାକୁ ସୁଯୋଗ ଦେଇଅଛି । ତାହା ମଧ୍ୟ ବର୍ଷାଙ୍କର ଦଳରେ ଯୋଗ ଦେବାର ମାତ୍ର ଅଳ୍ପ କେଇଟା ଦିନ ମଧ୍ୟରେ ଦଳ ବର୍ଷାଙ୍କୁ ଏତେ ବଡ ଦାୟିତ୍ଵ ଦେଇଅଛି ।

ତେବେ ବର୍ଷା ଜଣେ ଆଗ ଧାଡିର ଅଭିନେତ୍ରୀ ହୋଇଥିବାରୁ ଦଳ ତାଙ୍କୁ ଏହି ସୁଯୋଗ ଦେଇଛି ବୋଲି କୁହାଯାଉଛି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *