Anubhav ଙ୍କ ଖୁସି କହିଲେ ନ ସରେ ! ଦେଖନ୍ତୁ କାହିଁକି ଏତେ ଖୁସି ଅଛନ୍ତି ଅନୁଭବ ? ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି ଓଡିଆ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା । ଦୀର୍ଘ କିଛି ବର୍ଷ ହେବ ଅନୁଭବ ଓ ବର୍ଷାଙ୍କ ପାରିବାରିକ ମାମଲା ଚାଲି ଆସୁଛି । ଏବେ ଏହି ମାମଲାରେ ଏକ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ବନ୍ଧୁଗଣ ଅନୁଭବଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଏସଡିଜିଏମ କୋର୍ଟ ।

ଏସଡିଜିଏମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏବେ ବର୍ଷା ଛାଡିବେ ଅନୁଭବଙ୍କ ପୈତୃକ ବାସ ଭବନ । ବର୍ଷା ରହିବା ପାଇଁ ଘରର ବ୍ୟବସ୍ଥା କରିବେ ଅନୁଭବ । ତେବେ ଏସଡିଜିଏମ କୋର୍ଟଙ୍କ ଏହି ରାୟ ଏବେ ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବନ୍ଧୁଗଣ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ପୈତୃକ ଭବନରେ ଦୀର୍ଘ ଦିନ ଧରି ରହି ଆସୁଥିଲେ ତେଣୁ ଅନୁଭବ ନିଜ ବାପା, ମା, ଭାଇ, ଭାଉଜ ଆଉ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ନେଇ ଏକ ଭଡା ଘରେ ରହି ଆସୁଥିଲେ । ବନ୍ଧୁଗଣ ଏବେ ମାନ୍ୟବର ଏସଡିଜିଏମ କୋର୍ଟ ଅନୁଭବଙ୍କ ପିଟିସନକୁ ଗ୍ରହଣ କରି ମାମଲାର ଶୁଣାଣି କରିଛନ୍ତି । କୋର୍ଟ ଶୁଣାଣି ହେବା ପରେ ଅନୁଭବ ଖୁସିରେ କାନ୍ଦି ପକାଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ମାମଲାରେ ଗତ କିଛି ଦିନ ତଳେ ଅନୁଭବ ଏକ ଭିଡିଓ ସେୟାର କରି ନିଜ ଦୁଃଖ ପ୍ରକାଶ କରିଥିଲେ । ସେହି ଭିଡିଓରେ ଅନୁଭବ ବର୍ଷାଙ୍କ ବିଷୟରେ ଅନେକ କଥା କହିଥିଲେ । ସେ କହିଥିଲେ ବର୍ଷାଙ୍କ ଭଲ ପାଇବା ଥିଲା ତାଙ୍କ ଜୀବନର ସବୁଠାରୁ ବଡ ଭୁଲ ଏଥିରୁ ଆପଣ ଭାବି ପାରୁଥିବେ ଅନୁଭବ ବର୍ଷାଙ୍କୁ ଛାଡିବା ପାଇଁ କେତେ ବ୍ୟାକୁଳ ଅଛନ୍ତି ।

ତେଣୁ ଏବେ କୋର୍ଟଙ୍କ ରାୟ ଆସିବା ପରେ ଅନୁଭବ ଖୁସିରେ କାନ୍ଦି ପକାଇ ଛନ୍ତି । ଅନୁଭବ ଏହା ମଧ୍ୟ କହିଥିଲେ ଯେ, ତାଙ୍କ ବାପା-ମାଙ୍କ ଦେହ ଅସୁସ୍ଥ ଅଛି ଆଉ ସେମାନେ ନିଜ ଘରକୁ ଯିବା ପାଇଁ ଚାହୁଁ ଛନ୍ତି । ତେବେ ବର୍ତ୍ତମାନ ବର୍ଷା ଘର ଛାଡିବା ପରେ ଅନୁଭବ ନିଜ ପରିବାରଙ୍କୁ ନେଇ ନିଜ ପୈତୃକ ବାସ ଭବନକୁ ଆସିପାରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *