ଆସିଲା ବଡ ଖବର, Anubhav Mohanty ଏହି ବଡ ଝଟକା,

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କୁ ତ ବେସ ଭଲ ଭାବରେ ଜାଣିଥିବେ । ଅନୁଭବ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି ଓ ଅନୁଭବଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆସିବା ଦିନରୁ ଅନୁଭବ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।

ଅନୁଭବ ଜଣେ ଅଭିନେତା ହେବା ସହ ଜଣେ ରାଜନୀତିଜ୍ଞ ମଧ୍ୟ ଅଟନ୍ତି । ଅନୁଭବ କେନ୍ଦ୍ରାପଡା ଜିଲ୍ଲାର ସାଂସଦ ଅଟନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଅନୁଭବ ନିଜ ବାପାଙ୍କ ପାଇଁ ଚର୍ଚାକୁ ଆସିଛନ୍ତି । ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କୁ ଏକ ବଡ ଝଟକା ଲାଗିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପଦୋନ୍ନତି ବାତିଲ ହୋଇଛି ।

ମିଛ ଯୋଗ୍ୟତା ପ୍ରମାଣ ପତ୍ର ମାମଲାରେ ଅଭୟ ମହାନ୍ତିଙ୍କ ବଦୋନ୍ନତି ବାତିଲ ହୋଇଛି । ଏନେଇ ଆସିଥିବା ଅଭିଯୋଗ ଉପରେ ଉଚ୍ଚ ଶିକ୍ଷା ବିଭାଗ ତଦନ୍ତ କରିଥିବା ଚୁଡାନ୍ତ ରିପୋର୍ଟରେ ଅନୁଭବଙ୍କ ବାପା ରିଫ୍ରେସର କୋର୍ସ ପ୍ରମାଣ ପତ୍ର ଦେବାରେ ଜାଲିଆତି କରିଥିବାର ଜଣା ପଡିଛି ।

ଯାହାଫଳରେ ଉଚ୍ଚ ଶିକ୍ଷା ବିଭାଗ ଅଭୟଙ୍କ ପଦୋନ୍ନତି ବାତିଲ କରିଛି । ଅଭୟ ମହାନ୍ତିଙ୍କ କଟକ ସ୍ଥିତ ଘରକୁ ଚିଠି ପଠାଯାଇଥିବା ବେଳେ କନ୍ଦରପୁର କଲେଜର ଅଦକ୍ଷଙ୍କୁ ବି ଆବସକୀୟ ପଦେକ୍ଷେପ ନେବାକୁ ବିଭାଗୀୟ ପ୍ରମୁଖ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ତରଫରୁ କୁହାଯାଇଛି, ଅଭୟ ମହାନ୍ତି ଇଂରାଜୀ ଅଧ୍ୟାପକ ଭାବରେ ଚାକିରିରୁ ଅବସର ନେଇଥିଲେ ।

ପରେ ସେ ରିଡର ଭାବରେ ୧୯୯୭ ମସିହା ଜାନୁୟାରୀ ୨ ତାରିଖରେ କଟକ କନ୍ଦରପୁର କଲେଜରେ ନିଯୁକ୍ତି ପାଇଥିଲେ । ଏହି କାମ ପାଇଁ ତାଙ୍କୁ ଦରମା ମଧ୍ୟ ଦିଆଯାଉଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ନାଁରେ ଜାଲ ରିଫ୍ରେସର କୋର୍ସ ପ୍ରମାଣ ପତ୍ର ଦାଖଲ ନେଇ ଅଭିଯୋଗ ହୋଇଥିଲା ।

ତଦନ୍ତ ପରେ ସେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ନାଁରେ ଜାଲ ପ୍ରମାଣ ପତ୍ର ଦେଇଥିବାର ଜଣା ପଡିଥିଲା । ସୂଚନା ଅଧିକାରୀ କର୍ମୀ ତଥା ଆଇନଜୀବି ନିଶିକାନ୍ତ ମିଶ୍ର ଏହି ମାମଲାର ତଦନ୍ତ କରିଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *