ନମସ୍କାର ବନ୍ଧୁଗଣ ତେବେ ବହୁଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ବିବାଦରେ ପୁଣି ଏକ ନୂଆ କଥା ସାମ୍ନାକୁ ଆସିଛି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜେ ଏକ ଭିଡିଓ ଜାରି କରି ନିଜ ଚିନ୍ତା ପ୍ରକାଶ କରିବା ପରେ ସୋସିଆଲ ମିଡିଆରେ ଏକ ପ୍ରକାର ଝଡ ହୋଇସାରିଛି । ଏହି ଭିଡିଓ ପାଇଁ ଅନୁଭବଙ୍କୁ ନେଇ ଆଲୋଚନା ଓ ସମାଲୋଚନା ହେଉଛି । ତେବେ ଅନୁଭବ ଜାରି କରିଥିବା ଭିଡିଓରେ ନିଜ ମନର ବ୍ୟଥା ଜନ ସାଧାରଣଙ୍କୁ ଜଣାଇଛନ୍ତି ।
ତେବେ ସାଂସଦ ଅନୁଭବ କହିଛନ୍ତି କି ସେ ତାଙ୍କ ଜୀବନରେ ଗୋଟିଏ ମାତ୍ର ବଡ ଭୁଲ କରିଛନ୍ତି ତାହା ହେଉଛି ଉଚିତ ଜୀବନସାଥି ବାଛିବାରେ ସେ ବିଫଳ ହୋଇଛନ୍ତି । ନିଜ ଭଲ ପାଇ ବାହା ହୋଇଛନ୍ତି ସତ କିନ୍ତୁ ତାଙ୍କ ନିଜ ପସନ୍ଦ ହିଁ ତାଙ୍କୁ ଏତେ ଦୁଃଖ ଦେବ ସେ କେବେବି ଭାବି ନଥିଲେ । ଏହାସହ ଅନୁଭବ କହିଛନ୍ତି କି ଜୀବନରେ ସେ କେବେବି କୋର୍ଟ କଚେରୀ କଣ ଜାଣି ନଥିଲେ ।
ତେବେ କିନ୍ତୁ ଗତ କିଛି ବର୍ଷ ଧରି ତାଙ୍କୁ କୋର୍ଟ କଚେରୀ ଦୌଡିବାକୁ ପଡୁଛି ଯାହା ତାଙ୍କୁ ଅତ୍ୟନ୍ତ କଷ୍ଟ ଦେଉଛି । ତଥାପି ଏବେ ଯାଏଁ ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ । ତେଣୁ ନ୍ୟାୟ ଅପେକ୍ଷା କରିବା ଠାରୁ ଭଲ ମୃତ୍ୟୁକୁ ଆପଣେଇ ନେବା ବୋଲି ବୋଲି ଅନୁଭବ ବ୍ୟଥିତ କଣ୍ଠରେ କହୁଥିବାର ଦେଖିବାକୁ ମିଳିଛି । ତେବେ ଅନୁଭବଙ୍କ ଏହିସବୁ ମନ୍ତବ୍ୟରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।
କେହି କେହି ତାଙ୍କୁ ଧୈର୍ଯ୍ୟ ଧରିବା ସହ ଲୋକଙ୍କ ସେବାରେ ମନ ଲଗାଇବା ପାଇଁ ପରାମର୍ଶ ଦେଉଥିବା ବେଳେ ଆଉ କେହି କେହି ଏସବୁ କେବଳ ମିଛ ଅଭିନୟ ବୋଲି କହି ସମାଲୋଚନା କରୁଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ କଂଗ୍ରେସ ର ନେତା ସୁର ରାଉତରାୟ ନିଜର ମନ୍ତବ୍ୟ ଗଣମାଧ୍ୟମ କୁ ଆଣିଛନ୍ତି । ତେବେ ସେ କହିଛନ୍ତି କି ଅନୁଭବ ହେଉଛି ଆମ ଓଡ଼ିଶାର ଗର୍ବ ଗୌରବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ବଡ଼ ହିରୋ ।
ତେବେ ଗୋଟିଏ ନାରୀ ପାଇଁ ଆତ୍ମହତୟଆ କରିବାକୁ କହୁଛୁ,, ଛି ଆତ୍ମହତୟଆ ଯିଏ କରେ ସେ କାପୁରୁଷ କଣ ପାଇଁ ଏଭଳି ମାଇଚିଆ ଭଳି ହେଉଛୁ । ତୋର କଣ ହୋଇଛି କି ? ଯଦି ସେ ଧୋକା ଦେଲା ଦେଉ ତୋ ପଛରେ ବହୁତ ଜଣ ପଡିଛନ୍ତି ଆଉ ଜଣେ କାହାକୁ ଦେଖେ । ଏଭଳି ଆତ୍ମହତୟଆ କଲେ କଣ ଫାଇଦା ତୁ ଗୋଟିଏ ପୁରୁଷ ପିଲା ପୁରୁଷ ଭଳି ହେବା କଥା ଷ୍ଟ୍ରଙ୍ଗ ରହିବା ଶିଖ ।
ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ