Anubhav ଏବେ ଆଗ ଅପେକ୍ଷା ଆହୁରି ଅଧିକ କଷ୍ଟ ପାଇବ… Actress Snigdha Mohanty

ଅନୁଭବ ଏବେ ଆହୁରି ଅଧିକ କଷ୍ଟ ପାଇବ ! ନିକଟ ଅତୀତରେ ଅନୁଭବ ମହାନ୍ତିଙ୍କ ବାପାଙ୍କର ଦେହାନ୍ତ ଘଟିଛି । ଯେଉଁ ଖବରରେ ଅନୁଭବ ମହାନ୍ତି ଅତ୍ୟନ୍ତ ଦୁଃଖୀତ ହୋଇଛନ୍ତି । ଅନୁଭବ ମହାନ୍ତିଙ୍କ ବାପା ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଶେଷ ଦର୍ଶନ ନିମନ୍ତେ ତାଙ୍କୁ ଦେଖିବାକୁ ଅନେକ ଲୋକ ଆସିଥିଲେ । ତାଙ୍କର ଅନ୍ତିମ ଦର୍ଶନ ପାଇଁ ଓଡିଆ କଳାକାର ସ୍ନିଗ୍ଧା ମହାନ୍ତି ମଧ୍ୟ ସେଠାରେ ପହଞ୍ଚିଥିଲେ । ସେଠାରେ ସେ ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଶେଷ ଦର୍ଶନ ମଧ୍ୟ କରିଥିଲେ ।

ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ମଧ୍ୟ ଏଥିପାଇଁ ବହୁତ ଦୁଃଖୀତ ବୋଲି ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା କରିଥିଲେ । ସେ ଦୁଃଖଭରା କଣ୍ଠରେ ଅନୁଭବଙ୍କ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । କାରଣ ଅନୁଭବ ମହାନ୍ତି ତାଙ୍କ ବାପାଙ୍କୁ କେତେ ଭଲ ପାଆନ୍ତି । ସାରା ଓଡିଶା ବହୁତ ଭଲ ଭାବରେ ଜଣାଇଛି । ପୁଅ ହିସାବରେ ବାପାଙ୍କୁ ସମ୍ମାନ କରିବା ତାଙ୍କର ସବୁ ପ୍ରକାର ସେବା କରିବାରେ ଅନୁଭବ କେବେ ମଧ୍ୟ ହେଳା କରନ୍ତି ନାହିଁ ।

ଅନୁଭବ ଏତେ ସବୁ ଟେନସନରେ ଥାଇ ମଧ୍ୟ ସେ ନିଜର ବାପାଙ୍କ ପ୍ରତି ଥିବା କର୍ତ୍ତବ୍ୟକୁ କେବେ ଭୁଲି ଯାଇନଥିଲେ । ମନ ମଧ୍ୟରେ ତାଙ୍କର ଯେତେ ଦୁଃଖ, ଚିନ୍ତା ଭରି ହୋଇ ରହିଥିଲେ ବି ସେ ତାଙ୍କ ବାପାଙ୍କୁ ଦେଖି ନିଜର ସବୁ ଦୁଃଖ ଭୁଲି ଯାଉଥିଲେ । ହେଲେ ଅନୁଭବ ଯାହାଙ୍କୁ ଏତେ ଭଲ ପାଉଥିଲେ । ଯାହାଙ୍କ ଖୁସିରେ ନିଜ ଦୁଃଖକୁ ଭୁଲିଯାଉଥିଲେ । ଅନୁଭବଙ୍କର ବାପା ଆଉ ଏହି ଦୁନିଆରେ ବର୍ତ୍ତମାନ ସମୟରେ ନାହାନ୍ତି ।

ଯେଉଁଥି ପାଇଁ ଅନୁଭବ ମହାନ୍ତି ସଂପୂର୍ଣ୍ଣ ଭାବେ ଦୁଃଖ, ଶୋକରେ ମର୍ମାହତ ହୋଇପଡିଛନ୍ତି । ତେବେ ଅନୁଭବଙ୍କୁ ବ୍ୟକ୍ତିଗତ ଭାବେ ମଧ୍ୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଜାଣିଛନ୍ତି । ତେଣୁ ସେ ପ୍ରତିକ୍ରିୟାରେ କହିଥିଲେ । ଯେ ଅନୁଭବର ବାପା ଚାଲିଗଲା ପରେ ତା’ ର ଦୁଃଖ, କଷ୍ଟ ଆହୁରି ଅଧିକ ବଢିଯିବ । କାରଣ ଅନୁଭବ ତା’ ର ବାପାକୁ ହୃଦୟରୁ ବହୁତ ଭଲ ପାଉଥିଲା । ହେଲେ ନିଜର ଯେତେ କଷ୍ଟ ଥିଲେ ବି ସେ ନିଜ ବାପାଙ୍କ ମୁହଁକୁ ଚାହିଁ ସେ ସବୁବେଳେ ଚୁପ ରହୁଥିଲା । ଖବରର ଅପଡେଟ ପାଇବା ଲାଗି ପେଜକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *