Anubhav Mohanty ଙ୍କ ପରିବାରେ ପୁଣି ଚିନ୍ତା, ଭାଇ ନେଇଥିଲା ରୁଣ ଟଙ୍କା ଘରେ ପହଞ୍ଚିଲେ ବ୍ୟାଙ୍କ ବାଲା…

ଅନୁଭବଙ୍କ ମହାନ୍ତିଙ୍କ ପରିବାରକୁ ପୁଣି ମାଡି ଆସିଲା ଚିନ୍ତା ! ହଁ ଆଜ୍ଞା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପରିବାରକୁ ଗୋଟିଏ ପରେ ଗୋଟିଏ ବିପଦ ମାଡି ଆସୁଛି । ଗୋଟିଏ ଚିନ୍ତା ଠିକ ଭାବରେ ନସରୁଣୁ ପୁଣି ଆଉ ଏକ ନୂଆ ଚିନ୍ତା ମାଡି ଆସୁଛି । ଯାହା ଯୋଗୁ ଅନୁଭବଙ୍କ ପରିବାରରେ ସବୁବେଳେ ଅଶାନ୍ତିମୟ ପରିବେଶ ଦେଖାଦେଉଛି । ଯେମିତି ଗତ କିଛି ବର୍ଷ ତଳୁ ଅନୁଭବଙ୍କ ଛାଡପତ୍ର କଥାକୁ ନେଇ ଅନୁଭବଙ୍କ ପରିବାର ଲୋକେ ଖୁବ ଚିନ୍ତିତ ଥିଲେ ।

ଏବେ ପୁଣି ସାନ ଭାଇଙ୍କ କଥାକୁ ନେଇ ଅନୁଭବ ମହାନ୍ତିଙ୍କ ଘରେ ଚିନ୍ତା ଦେଖାଦେଇଛି । ଗତ ମାସରେ ଅନୁଭବଙ୍କ ବାପାଙ୍କ ଦେହାନ୍ତ ଘଟିଥିଲା । ଏବେ ପୁଣି ଅନୁଭବଙ୍କ ଭାଇ ଅନୁପ୍ରାସ ଆଉ ଏକ ବିପଦରେ ପଡିଯାଇଛନ୍ତି । ଯାହାକୁ ନେଇ ଖୁବ ଚିନ୍ତାରେ ଅଛନ୍ତି ଅନୁଭବ ମହାନ୍ତି । କଟକ ଖାନନଗର ସ୍ଥିତ ଅନୁପ୍ରାସଙ୍କ ଭଡା ଘରେ ବ୍ଯାଙ୍କ ରିକୋଭରି ଟିମ । 50 ଲକ୍ଷ ଟଙ୍କା ରୁଣ ମାମଲାରେ ଯାଞ୍ଚ କରିବାକୁ ବ୍ଯାଙ୍କ ରିକୋଭରି ଟିମ ଅନୁପ୍ରାସଙ୍କ ଘରେ ଯାଇ ପହଞ୍ଚିଯାଇଛନ୍ତି ।

ଅନୁପ୍ରାସ 50 ଲକ୍ଷ ଟଙ୍କା ରୁଣ ନେଇଥିବା ବେଳେ ଅନାଦେୟ ଯୋଗୁ ରିକୋଭରି ଟିମ ଅନୁପ୍ରାସଙ୍କ ଘରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛି । ତେବେ ଏହି ସବୁ କଥାକୁ ନେଇ ଯେପରି ଅନୁଭବଙ୍କ ପରିବାରରେ ଚିନ୍ତା ବଢି ଯାଇଛି । ଅନୁଭବଙ୍କ ପରିବାର ପଛରୁ ଯେପରି ଚିନ୍ତା ପିଛା ହିଁ ଛାଡୁନାହିଁ । କାରଣ ଗତ କିଛି ବର୍ଷ ଧରି ଅନୁଭବଙ୍କ ଛାଡପତ୍ର ମାମଲାକୁ ନେଇ ସାରା ଓଡିଶାରେ ଚହଳ ପଡିଥିଲା ।

ଯେଉଁ କଥାକୁ ନେଇ ଅନୁଭବ ମହାନ୍ତି ଖୁବ ଚିନ୍ତାର ଘେର ମଧ୍ୟରେ ରହୁଥିଲେ । ସେତେବେଳେ ସୋସିଆଲ ମିଡିଆରେ ଆସି ଅନୁଭବ ନିଜର ଦୁଃଖ ଲୋକଙ୍କୁ ଜଣାଉ ଥିଲେ । ଯାହାକୁ ସବୁ ନେଇ ତାଙ୍କ ପରିବାରରେ ଚିନ୍ତା ରହୁଥିଲା । ସେତେବେଳେ ଅନୁଭବଙ୍କ ବାପା ଅସୁସ୍ଥ ଥିବା ବେଳେ ଘରେ ସବୁବେଳେ ଅଶାନ୍ତି ହେଉଥିଲା । ଏପଟେ ପୁଣି ଅନୁଭବଙ୍କ ଛାଡପତ୍ର କଥାର ମଧ୍ୟ କିଛି ସମାଧାନ ହୋଇପାରୁନଥିଲା । ତାପରେ ଅନୁଭବଙ୍କର ଛାଡପତ୍ର ଝାମେଲା ତ ଛିଡିଲା ତାପରେ ପରେ ତାଙ୍କ ବାପାଙ୍କର ମଧ୍ୟ ଦେହାନ୍ତ ଘଟିଗଲା । ବାପାଙ୍କ ଯିବାର ଦୁଃଖ ମନରୁ ନଯାଉଣୁ ଏବେ ସାନ ଭାଇ ଅନୁପ୍ରାସ ଚିନ୍ତା ଅନୁଭବ ମହାନ୍ତିଙ୍କୁ ଘାରିଛି । ଖବରର ଅପଡେଟ ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *