ସାଂସଦ Anubhav Mohanty ଙ୍କ Doctorate Degree ଉପରେ ଲାଗିଲା ପ୍ରଶ୍ନବାଚୀ ? କିଛି ଏମିତି ଅଭିଯୋଗ ଆଣିଲେ କଂଗ୍ରେସ କର୍ମୀ

କେନ୍ଦ୍ରପଡା ବିଜେଡ଼ି ସାଂସଦ ଓ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ନେଇ ପୁଣି ଥରେ ଚର୍ଚା ଆରମ୍ଭ ହୋଇ ଯାଇଛି । କହିଦେଉଛୁ କି ଗତ କିଛି ଦିନ ହେବ ଅନୁଭବ ଓ ବର୍ଷାଙ୍କ ବିବାହକୁ ନେଇ ଦୁଇ ଜଣ ବହୁତ ଚର୍ଚାରେ ଥିଲେ । କୁହାଯାଉଛି କି କେନ୍ଦ୍ରପଡା ବିଜେଡ଼ି ସାଂସଦ ଓ ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କୁ ଆମେରିକାର ଏକ ବିଶ୍ଵ ବିଦ୍ୟାଳୟରୁ ଡକ୍ଟରେଟ ଉପାଧି ମିଳିଛି । ସୋସିଆଲ ମିଡିଆରେ ତାଙ୍କର ଏହି ଡିଗ୍ରୀର କିଛି ଫଟୋ ସାମ୍ନାକୁ ଆସିଛି ।

କିନ୍ତୁ ଅନୁଭବ ମହାନ୍ତିଙ୍କ ଡକ୍ଟରେଟ ଉପାଧିକୁ ନେଇ କଂଗ୍ରେସର ସଦସ୍ୟ ନିଶିକାନ୍ତ ମିଶ୍ର ପ୍ରଶ୍ନ ଉଠାଇଛନ୍ତି । ସେ ମିଡିଆ ସହ କଥାବାର୍ତ୍ତା କରି କହିଲେ କି ଅନୁଭବ + ୨ ପାସ କରି ନାହାନ୍ତି ବୋଲି କଂଗ୍ରେସ ପୂର୍ବରୁ ହିଁ ଅଭିଯୋଗ କରି ଆସିଛି । ଏହାର ଜବାବ ବି ଅନୁଭବ କିମ୍ବା ତାଙ୍କ ଦଳରୁ ଦିଆ ଯାଇ ନାହିଁ । ସାଂସଦ ଓ ଅଭିନେତା ଅନୁଭବ ଯେଉଁ ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିଲେ ତାହା କଳା ତାଲିକାଭୁତ ୟୁନିଭର୍ସିଟି ଥିଲା ।

ବର୍ତ୍ତମାନ ସୋସିଆଲ ମିଡିଆରେ ଶୁଣିବାକୁ ମିଳୁଛି କି ଅନୁଭବ ମହାନ୍ତିଙ୍କୁ ଡକ୍ଟରେଟ ଉପାଧି ମିଳିଛି । ଯାହାକି ଆଶ୍ଚର୍ଯ୍ୟ କରୁଛି ମୋତେ । ଅନୁଭବ ନିଜେ ସାମ୍ନାକୁ ଆସି ସମସ୍ତଙ୍କ ସାମ୍ନାରେ ଏହି ପ୍ରଶ୍ନର ଜବାବ ଦିଅନ୍ତୁ । କେନ୍ଦ୍ରାପଡା ଜିଲ୍ଲାର ବିଜେପି ପାର୍ଟି ତରଫରୁ ବି ଏହିଭଳି ସମାନ ଅଭିଯୋଗ କରା ଯାଇଛି ।

କେନ୍ଦ୍ରାପଡା ଜିଲ୍ଲାର ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି କି ପୂର୍ବରୁ ବି ସଂସାଦଙ୍କ ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ ଗୁଡିକୁ ନେଇ ନାନା ପ୍ରକାରର ପ୍ରଶ୍ନ କରାଯାଇଛି ଓ ସନ୍ଦେହ ମଧ୍ୟ କରାଯାଇଛି । ସାଂସଦ ଅନୁଭବ ମହାନ୍ତି ନିଜେ ସାମ୍ନାକୁ ଆସି ଏହା ମାମଲା ଉପରୁ ପରଦା ଉଠାଇବା ଉଚିତ । ଯାହା ଦ୍ଵାରା ସମସ୍ତଙ୍କ ସନ୍ଦେହ ଦୂର ହୋଇଯିବ । ଏହି ପ୍ରସଙ୍ଗରେ ଅନୁଭବ ମହାନ୍ତିଙ୍କ ରାୟ ଜାଣିବା ପାଇଁ ମୋବାଇଲକୁ ଫୋନ କଲ କରାଯାଇ ଥିଲା ।

ଯାହାକି ସମ୍ଭବ ହୋଇ ପାରିଲା ନାହିଁ । ସମସ୍ତେ ଚାହୁଁଛନ୍ତି କି ସେ ସାମ୍ନାକୁ ଆସି ନିଜର ଡକ୍ଟରେଟ ଓ ଅନ୍ୟ ଡିଗ୍ରୀ ଗୁଡିକ ବିଷୟରେ କୁହନ୍ତୁ । ଅନୁଭବ ମହାନ୍ତିଙ୍କ ଡକ୍ଟରେଟ ଉପାଧିର ସାର୍ଟିଫିକେଟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକି ସମସ୍ତଙ୍କୁ ସନ୍ଦେହ କରିବା ପାଇଁ ବାଧ୍ୟ କରୁଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବଙ୍କ ତରଫରରୁ ଏହି ଡକ୍ଟରେଟ ଉପାଧିକୁ ନେଇ କୌଣସି ବି ବୟାନ ଆସି ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *