“ଭାଇ ତୋତେ ମୋର ରହିଲା ରାଣ, କିନ୍ତୁ ଭାଇ ଆଜି…’ ଦେଖନ୍ତୁ Mihir Das ଙ୍କ କିଛି ଅଭୂଲା ସ୍ମୃତି କହୁ କହୁ କାନ୍ଦି ପକେଇଲେ ଅଭିନେତ୍ରୀ Anu Choudhury, ଦେଖନ୍ତୁ Video

ବନ୍ଧୁଗଣ, ଓଲିଉଡ ର ବିଶିଷ୍ଟ ଅଭିନେତା ମିହିର ଦାସ ଏବେ ଆଉ ଆମ୍ଭ ଗହଣରେ ଉପସ୍ଥିତ ନାହାଁନ୍ତି । ସବୁଦିନ ଲାଗି ସେ ଆର ପାରିକୁ ଚାଲି ଯାଇଛନ୍ତି । ଅଭିନେତା “ମିହିର ଦାସ” ଅନେକ ଚଳଚିତ୍ର କରି ଓଡିଆ ଇଣ୍ଡଷ୍ଟ୍ରୀ ରେ ନିଜର ଛାପ ଛାଡି ଯାଇଛନ୍ତି, ସେଥି ମଧ୍ୟରୁ “ଭାଇ ତୋତେ ମୋର ରହିଲା ରାଣ” ଚଳଚ୍ଚିତ୍ର ଟି ଅନ୍ୟତମ । “ମିହିର ଦାସ” ଙ୍କ ସ୍ମୁତି କୁ ମନେ ପକାଇ ଅଭିନେତ୍ରୀ ଅନୁଚୌଧୁରୀ କିଛି ଏହିଭଳି କଥା କହିଛନ୍ତି, ଆସନ୍ତୁ ତାହା କଣ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା ।

ଅନୁ ଚୌଧୁରୀ କହିଛନ୍ତି ଯେ, ମୁଁ ଯେତେବେଳେ ଇଣ୍ଡଷ୍ଟ୍ରୀ କୁ ନୂଆ ଆସିଥିଲି ପ୍ରଥମ ଦୁଇଟି ଚଳଚ୍ଚିତ୍ର ପରେ ମିହିର ଭାଇ ଙ୍କ ସହିତ କାମ କରିବା ଆରମ୍ଭ କରିଥିଲି । ଛୁଆ ବେଳୁ ତାଙ୍କୁ ଦେଖିକି ବଡ ହେଇଛୁ । ମିହିର ଭାଇ ଙ୍କ ଅଭିନୟ ଏତେ ଜୀବନ୍ତ ଅଭିନୟ ଯେ ମୁଁ ଭାବୁଛି ଯେ ଦ୍ଵିତୀୟ ମିହିର ଭାଇ ଆମ ଇଣ୍ଡଷ୍ଟ୍ରୀ ରେ ଆଉ କେହି ଆସି ପାରିବେ ନାହିଁ ।

ସେ ଯେଉଁ ଛାପ ଦେଇ ଯାଇଛନ୍ତି ଯେ ତାଙ୍କ ଅଭିନୟ ର ଛାପ ତଥା ଜାଗା କୁ ଦ୍ଵିତୀୟ କେହି ପୂରଣ କରି ପାରିବେ ନାହିଁ । ବହୁତ କଷ୍ଟ ହେଉଛି ଯେହେତୁ ଜାଣିଥିଲୁ ଯେ ତାଙ୍କ ଦେହ ଅସୁସ୍ଥ ଥିଲା । ମାତ୍ର ସେ ଏତେ ଜଲ୍ଦି ଛାଡି ଚାଲିଯିବେ ତାହା ବିଶ୍ବାସ ହେଉ ନାହିଁ । ଏଇ କିଛି ଦିନ ପୂର୍ବେ ତାଙ୍କ ସହିତ ଦେଖା ହେଇଥିଲା । ତାଙ୍କୁ ପଚାରିଥିଲି ମିହିର ଭାଇ ଭଲ ଅଛନ୍ତି ?

ସେ କହିଥିଲେ ହଁ ରେ ଭଲ ଅଛି । ତାଙ୍କ ମୁହଁ ରେ ଝଲକ ନଥିଲା ଯେ ତାଙ୍କ ଦେହ ଖରାପ ଅଛି ବୋଲି । ମାତ୍ର ମୁଁ ଭାବିଛି ଯେ କଳାକାର ତାଙ୍କର ଭିତର କଷ୍ଟ କୁ ନିଜ ମନରେ ଲୁଚାଇ ରଖିଥାନ୍ତି । କଳାକାର ନିଜର ନିଷ୍ଟା ତଥା କାମ ପାଇଁ ନିଜ ମନର ସବୁ କଷ୍ଟ କୁ ଲୁଚାଇ ରଖିଥାଏ । ମାତ୍ର ମିହିର ଭାଇ ଙ୍କୁ ବ୍ୟକ୍ତିଗତ ଭାବରେ ମୁଁ ଯେତିକି ଯାଇଛି ସେ ବହୁତ ଦୟାଳୁ ଅଟନ୍ତି । 

ଅନେକ ସ୍ମୁତି ରହିଛି “ରାକ୍ଷୀ ବାନ୍ଧିଲି ରଖିବ ମାନ” ଠାରୁ ଆରମ୍ଭ କରି ମା ଓ ମମତା ପର୍ଯ୍ୟନ୍ତ ବହୁତ କିରଦାର ରେ ସେ ମୋ ସହିତ ଅଭିନୟ କରିଥିଲେ । ଆଜି ପର୍ଯ୍ୟନ୍ତ ରାକ୍ଷୀ ପୁର୍ଣ୍ଣିମା ଆସିଲା ମାନେ ଲୋକେ ଭାଇ ତୋତେ ମୋର ରହିଲା ରାଣ ଗୀତଟିକୁ ମନେ ପକାଇ ବଜାନ୍ତି । ମାତ୍ର ଭାଇ ଆଜି ଛାଡିକି ଚାଲିଗଲେ । ସତରେ ଅଭିନେତା ମିହିର ଦାସ ଙ୍କ ବିୟୋଗ ସାରା ଓଡିଶା ବାସୀ ଙ୍କ ନିମନ୍ତେ ଏକ ଅପୂରଣୀୟ କ୍ଷତି ଅଟେ । ଏହି ବିଶେଷ ବିବରଣୀ ଉପରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *