ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ଭାବୁଥିଲେ ଯେ ମୁଁ ଅନୁଭବଙ୍କର ନୂଆ ସ୍ତ୍ରୀ ! ତେବେ ଗତ ଜୁନ ୧୩ ତାରିଖରୁ ଓଡିଶାର ଅନେକ ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରୁଛି ଫିଲ୍ମ ଲଭ ଇନ ଲଣ୍ଡନ । ତେବେ ଲଭ ଇନ ଲଣ୍ଡନ ଚଳଚିତ୍ରରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ଆକଟ୍ରେସ ସୌମ୍ୟା ସଚଦେବା ଓ ଅନ୍ୟ ଜଣେ ନାୟିକା ମଧ୍ୟ ନଜର ଆସିଛନ୍ତି । ତେବେ ଏୟାରହଷ୍ଟେଡ , ମେଗା ରିୟାଲିଟି ସୋ’ ରୋଡିସର ଜର୍ଣ୍ଣୀ ପରେ ପରେ ସିଧାସଳଖ ଓଡିଆ ଚଳଚିତ୍ରରେ ନଜର ଆସିଛନ୍ତି ସୌମ୍ଯା ସଚଦେବା ।
ତେବେ ଅଭିନେତ୍ରୀ ସୌମ୍ୟାଙ୍କ ଏକ ଇଣ୍ଟରଭିୟୁରେ କହିବା ଅନୁସାରେ ମୋର ଆଉ ଅନୁଭବ ସାରଙ୍କର ଲଭ ଇନ ଲଣ୍ଡନ ଫିଲ୍ମ ଟି ଆସିବା ପୂର୍ବରୁ ବହୁତ ଲୋକ ସେହି ଫିଲ୍ମର ବାହାଘର ଫୋଟ ଦେଖି ମୋତେ ଅନୁଭବ ସାରଙ୍କର ସ୍ତ୍ରୀ ବୋଲି ଭବିଦେଇଥିଲେ । ଫିଲ୍ମ ରିଲିଜ ହେବା ପୂର୍ବରୁ ଓଡିଶା ଲୋକଙ୍କର ଅନୁଭବ ସାର ଓ ମୋ ଯୋଡିକୁ ଦର୍ଶକ ବହୁ ମାତ୍ରାରେ ଭଲ ପସନ୍ଦ କରିସାରିଥିଲେ । ମୋତେ ବି ବହୁତ ହିଁ ଖୁସି ଲାଗୁଛି ଯେ, ମୁଁ ଓଡିଶାରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ସ୍କ୍ରିନ ଶେୟାର କରିଛି ।
ମୋର ଲଭ ଇନ ଲଣ୍ଡନ ତ ପ୍ରଥମ ଫିଲ୍ମ । ତାହା ପୁଣି ଓଡିଆ ଭାଷାରେ ମୁଁ ପ୍ରଥମ ଥର କରି ଫିଲ୍ମ କରିଲି । ମୋତେ ଓଡିଆ ବିଲକୁଲ ମଧ୍ୟ ଜଣା ନଥିଲା । ହେଲେ ଧୀରେ ଧୀରେ ଓଡିଆ ଲୋକଙ୍କ ସହ ମିଶି ମୋତେ ମଧ୍ୟ ଟିକେ ଟିକେ ଓଡିଆ କହିବା ଆସିଗଲାଣି । ତାପସ ସରଘରିଆଙ୍କ ମାଧ୍ୟମରେ ମୁଁ ଲଭ ଇନ ଲଣ୍ଡନ ଫିଲ୍ମରେ ହିରୋଇନ ହେବାର ସୁଯୋଗ ପାଇପାରିଥିଲି । ତାପସ ସାର ମୋତେ ଇଂଷ୍ଟାଗ୍ରାମରୁ ହିଁ ପସନ୍ଦ କରିକି ଫିଲ୍ମରେ କାମ କରିବାକୁ ବହୁତ ବଡ ସୁଯୋଗ ଦେଇଥିଲେ ।
ତେଣୁ ମୁଁ ତାପସ ସାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି । ଯଦି ଅନୁଭବ ସାର ଯଦି ତାଙ୍କ ସହ ଫିଲ୍ମ କରିବା ପାଇଁ ନିଜ ଆଡୁ ମୋ ପାଖକୁ ପ୍ରସ୍ତାବ ନେଇକି ଆସିଥାନ୍ତେ । ମୁଁ ଏତେ ଖୁସି ହୋଇଯାଇଥାନ୍ତି । ଆଉ କେଉଁଠିକି ଖୁସି ଖୁସିରେ ମନ ଚାଲି ଯାଇଥାନ୍ତା । ତାହା ମୁଁ ଭାବି ମଧ୍ୟ ପାରିନଥାନ୍ତି । ତେବେ ଆପଣ ମଧ୍ୟ ଓଡିଆ ଚଳଚିତ୍ର ଲଭ ଇନ ଲଣ୍ଡନ ଫିଲ୍ମ ପ୍ରେକ୍ଷାଳୟକୁ ଆସି ଦେଖିବା ସହ ଆମକୁ ବହୁତଭଲ ପାଇବା ଦିଅନ୍ତୁ । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ