ଅନ୍ତିମ ଦର୍ଶନ ପାଇଁ ଆସିଲେନି varsha, ପଞ୍ଚଭୂତରେ ଲୀନ ହେଲେ ଅନୁଭବଙ୍କ ବାପା, Anubhab Varsha

ଅନ୍ତିମ ଦର୍ଶନ ପାଇଁ ଆସିଲେ ନାହିଁ ବର୍ଷା ପ୍ରିୟଦର୍ଶିନୀ ! ଅଭିନେତା ଅନୁଭବ ମହାନ୍ତିଙ୍କ ଦୁଃଖରେ ଏବେ କାନ୍ଦୁଛି ସାରା ଓଡିଶା । ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବଙ୍କ ବାପା ଆଉ ଏହି ଦୁନିଆରେ ନାହାନ୍ତି । ଯେଉଁ କାରଣରୁ ଅନୁଭବ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଆଉ ତାଙ୍କ ଦୁଃଖରେ ଅନୁଭବଙ୍କୁ ଭଲ ପାଉଥିବା ଅନେକ ଲୋକ ମଧ୍ୟ ଦୁଃଖୀ ହୋଇଯାଇଛନ୍ତି । ଅନୁଭବ ମହାନ୍ତିଙ୍କ ବାପା ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ବିୟୋଗରେ ତାଙ୍କୁ ଜାଣିଥିବା ସବୁ ଆତ୍ମୀୟ ତଥା ବନ୍ଧୁପରିଜନ ମାନେ ଦୁଃଖ ପ୍ରକାଶ କରିଛନ୍ତି ।

ଏଥିସହ ଅନୁଭବଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର କଳା ବାଦଲ ଛାଇ ଯାଇଛି । ଅନୁଭବଙ୍କ ବାପା ଅର୍ଥାତ ସ୍ଵର୍ଗତ ଅଭୟ ମହାନ୍ତି କିଡନୀ ରୋଗରେ ପୀଡିତ ଥିଲେ । ଯେଉଁ କାରଣରୁ ସେ ଅସୁସ୍ଥ ହୋଇ ରହୁଥିଲେ । ଏହାରି ମଧ୍ୟରେ ନିକଟ ଅତୀତରେ ତାଙ୍କର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ଅସ୍ତ୍ରୋପଚାର ପରେ ତାଙ୍କୁ ଘରେ ସ୍ଵତନ୍ତ୍ର ଭାବେ ସୁରକ୍ଷିତ କରି ରଖାଯାଇଥିଲା ।

ହେଲେ ତାଙ୍କର ଅଧିକ ସଂକ୍ରମଣ ହୋଇଯିବା କାରଣରୁ ଦେହ ଅଧିକ ଅସୁସ୍ଥ ହୋଇଯାଇଥିଲା । ତାପରେ ସେ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଯାହାକି ଅନୁଭବ ମହାନ୍ତିଙ୍କ ପାଇଁ ବହୁତ ବଡ ଦୁଃଖ ଖବର ଥିଲା । କାରଣ ଅନୁଭବ ମହାନ୍ତି ତାଙ୍କର ବାପାଙ୍କୁ ବହୁତ ଭଲ ପାଉଥିଲେ । ହେଲେ ଏତେ ସବୁ ହେଲ ଅପରେ ମଧ୍ୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସେଠାକୁ ଆସି ନାହାନ୍ତି । କି ଅନୁଭବଙ୍କ ବାପାଙ୍କର ଅନ୍ତିମ ଦର୍ଶନ କରିନାହାନ୍ତି । ସମସ୍ତେ ଆଶା କରିଥିଲେ । ଅନୁଭବଙ୍କର ଏହି ଦୁଃଖର ସମୟରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ପାଖରେ ଛିଡା ହେବେ ।

କିମ୍ବା ଯେଉଁ ସବୁ ସମୟ ସେ ଅନୁଭବଙ୍କ ଘରେ ବିତାଇଛନ୍ତି । ସେହି ସମୟ ମଧ୍ୟରେ ସେ ଅନୁଭବଙ୍କ ବାପାଙ୍କୁ ଅତି ନିକଟରୁ ଜାଣିଛନ୍ତି । ତେବେ ତାଙ୍କର ଶ୍ଵଶୁର ଅଥବା ଜଣେ ବଡ ଗୁରୁଜନଙ୍କର ଦେହାନ୍ତ ଖବର ଶୁଣି ବର୍ଷା ଅନୁଭବଙ୍କ ବାପାଙ୍କୁ ଅନ୍ତିମ ଦର୍ଶନ କରିବାକୁ ଆସିବେ ବୋଲି ସମସ୍ତେ ଭାବୁଥିଲେ । ହେଲେ ଅନୁଭବଙ୍କ ବାପାଙ୍କ ଦେହାନ୍ତ ଖବର ଶୁଣି ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ସେଠାକୁ ଆସି ସ୍ଵର୍ଗତ ଅଭୟ କୁମାର ମହାନ୍ତିଙ୍କର ଶେଷ ଦର୍ଶନ କରିନାହାନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *