ଅଲୌକିକ ନା ଅନ୍ଧବିଶ୍ଵାସ ! ଠାକୁର ଘରୁ ଯାଇ ଆମ୍ବ ଖାଇଲେ ଆଣ୍ଠୁଆ ଗୋପାଳ, ଜାଣନ୍ତୁ ଭାଇରାଲ Video ର ସତ…

ବନ୍ଧୁଗଣ, ମାନିଲେ ଠାକୁର ନ ମାନିଲେ ପଥର । ତେବେ ଏହିଭଳି କିଛି ଅଲୌକିକ ଘଟଣା ଦେଖିବାକୁ ମିଳିଅଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ବୃଦ୍ଧା ମହିଳା ଜଣକ କହିଛନ୍ତି ଯେ ୧୦୦ ଟା ଜନ୍ମ ନେଲେ ମଧ୍ୟ କାହ୍ନା ର ଏହିଭଳି ରୂପ ଦର୍ଶନ କରିପାରି ନଥାନ୍ତି । ଛଳ ଛଳ ହୋଇ ଯାଇଅଛି ବୃଦ୍ଧ ସଂଗୀତା ଙ୍କ ଆଖି । ସେ ଭାବପୂର୍ଣ୍ଣ କଣ୍ଠରେ କହୁଛନ୍ତି କାହ୍ନା ଆଣ୍ଠୁଆ ଗୋପାଳ ମୋର ନାତି ପରା ଯେଉଁ ଦୃଶ୍ୟ ପାଇଁ ସେ ଭାବମୟ ହୋଇଯାଇଛନ୍ତି ତାହା ହେଉଛି ଆମ୍ଭ ଗଛରେ ଆଣ୍ଠୁଆ ଗୋପାଳ, ଡାଳରେ ବସିଛନ୍ତି ପ୍ରଭୁ ଶ୍ରୀ କୃଷ୍ଣ ।

ତାଙ୍କ ଆଗରେ ଥୁଆ ହୋଇଅଛି ଆମ୍ବଟିଏ । ବୌଦ୍ଧ ଜିଲ୍ଲା ବାଉଁଶୁଣି ପଞ୍ଚାୟତ ବସ ଷ୍ଟାଣ୍ଡ ପାଖରେ ଥିବା ଲଳିତ ଅଗ୍ରୱାଲ ଙ୍କ ଘରେ ପ୍ରଭୁ ଙ୍କୁ ଦେଖିବାକୁ ସକାଳୁ ସକାଳୁ ଭିଡ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଆମ୍ବଗଛ ଉପରକୁ ଆଣ୍ଠୁଆ ଗୋପାଳ ଗଲେ କିଭଳି ? ସବୁଦିନ ଭଳି ଘର ମାଲିକ ଲଳିତ ପୂଜା ସାରି ବ୍ୟବସାୟ କୁ ପଳାଇଥିଲେ ।

ପିଲାଙ୍କ କୋଚିଙ୍ଗ ସାରି ସ୍ତ୍ରୀ ଯେତେବେଳେ ତାଙ୍କୁ ଖାଇବାକୁ ଡାକିଲେ ସେ ଦେଖିବାକୁ ପାଇଲେ ଯେ ଘର ସାରା ବିଛାଡି ହୋଇ ପଡିଛି ତୁଳସୀ ପତ୍ର ଏବଂ ଠାକୁର ଘରେ ପ୍ରଭୁ ଆଣ୍ଠୁଆ ଗୋପାଳ ଙ୍କର ମୂର୍ତ୍ତି ନାହିଁ । ମୂର୍ତ୍ତି କୁଆଡେ ଗଲା ବୋଲି ଖୋଜାଖୋଜି ଆରମ୍ଭ କରିବାପରେ ଜଣା ପଡିଲା ଯେ ଘର ପାଖ ଆମ୍ବଗଛ ଡାଳରେ ବସିଛନ୍ତି ନିଜେ ପ୍ରଭୁ । ଛୋଟିଆ ଆଣ୍ଠୁଆ ଗୋପାଳ ମୂର୍ତ୍ତି ଟି ଥୁଆ ହୋଇଛି ଅମ୍ବଗଛ ଡାଳରେ, ଆଉ ସାମ୍ନା ରେ ଥୁଆ ହୋଇଅଛି ଏକ ଆମ୍ବ ।

ଏହି ଖବର ପ୍ରସାରିତ ହୋଇଯିବା ପରେ ଲୋକଙ୍କର ସୁଅ ଛୁଟି ପ୍ରବଳ ଭିଡ ହୋଇଛି । ଲଳିତ ଙ୍କ ସ୍ତ୍ରୀ କହିଛନ୍ତି ଯେ ମୁଁ ଟିଉସନ ସାରି ପିଲାମାନଙ୍କୁ ଛୁଟି କରି ସକାଳେ ରନ୍ଧାବଢା ର ବ୍ୟବସ୍ଥା କରୁଥିଲି । ମୋ ସ୍ଵାମୀ ଦେଖି କହିଲେ ଯେ ତୁଳସୀ ପତ୍ର ଜାଗା ଜାଗା ରେ ପଡିଛି ଏବଂ ତୁଳସୀ ପତ୍ର କୁ ଅନୁସନ୍ଧାନ କରି ଯାଇ ଦେଖିଲା ବେଳକୁ ଆମ୍ଭେ ଝିଅ ବାରିପଟେ କାହ୍ନା ଅମ୍ବଗଛ ଉପରେ ଆମ୍ବ ଧରି ବସିଥିବାର ନଜର ଆସିଥିଲେ ।

ମହିଳା ଜଣକ କହିଛନ୍ତି ଯେ ଆମ୍ଭର ପୁଅ ନାହିଁ ଆମ୍ଭେ କାହ୍ନା କୁ ପୁଅ ବୋଲି ଭାବି ଆଦରରେ ପୂଜା କରୁ ଏଣୁ ସେ ତାହାର ଲୀଳା ଦେଖଉଛି । ସତରେ ମନରେ ବିଶ୍ଵାସ ଥିଲେ ଭଗବାନ କେଉଁଠାରେ ମଧ୍ୟ ମିଳିଯିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *