ଆଣ୍ଠୁ ବିନ୍ଧା, ଅଣ୍ଟା ବିନ୍ଧା, ଗୋଇଁଠି ବିନ୍ଧା ସମସ୍ତ ପ୍ରକାରର Joint Pain ତୁରନ୍ତ ଭଲ କରିଦେବ ଏହି ରାମବାଣ ଘରୋଇ ଉପାୟ ? (Health Tips)

ନମସ୍କାର ବନ୍ଧୁଗଣ ତେବେ ଆଣ୍ଠୁ ଗଣ୍ଠି ବିନ୍ଧା ଏବେ ବହୁତ ସାମାନ୍ୟ ହେଇ ଗଲାଣି । ଏବେ ତ ବୟସ ପୂର୍ବରୁ ହିଁ ଆଣ୍ଠୁ ଗଣ୍ଠି ବିନ୍ଧା ଆରମ୍ଭ ହେଇ ଯାଉଛି । ଏବଂ ଏହା ଜରୁରୀ ନୁହଁ କି ଦୁଇ ଗୋଡ଼ ରେ ବିନ୍ଧା ହେବ । ଗୋଟିଏ ଗୋଡ଼ ରେ ମଧ୍ୟ ହୋଇ ପାରେ ଏବଂ ନିର୍ଦ୍ଦିଷ୍ଟ ଏକ ସ୍ଥାନରେ ମଧ୍ୟ ହୋଇ ପାରେ । ସେମିତି ରେ ବି ଏହି ଭଳି ବିନ୍ଧା ସାମାନ୍ୟ ଥାଏ । କିନ୍ତୁ ବେଳେବେଳେ ଏହାର ବିନ୍ଧା ଏତେ ଅଧିକ ହୋଇ ଯାଏ କି ସହ୍ୟ କରିବା ଅସମ୍ଭବ ହୋଇ ପଡେ ।

ସେ ସମୟରେ କୌଣସି କାର୍ଯ୍ୟ କରିବା ପାଇଁ ମଧ୍ୟ ଆମେ ଅସମର୍ଥ ଥାଉ । ଏବଂ ଏହା ଛଡ଼ା ବେଳେ ବେଳେ ଗୋଡ଼ ଦୁର୍ବଳ ହୋଇ ପଡେ । ଚଲା ବୁଲା କରିବାର ଶକ୍ତି ମଧ୍ୟ ରୁହେ ନାହିଁ । ଏବଂ ବଧିର ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଶିରା ଅଧିକ ଟାଣି ମଧ୍ୟ ହୋଇ ଯାଏ । ଏବଂ ବେଳେ ବେଳେ ଅଣ୍ଟା ରେ ପିଠି ରେ କାନ୍ଧ ରେ ମଧ୍ୟ ବହୁତ ବିନ୍ଧା ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ୟ ରେ ପୋଷକ ର ଅଭାବ ।

ଆମେ ଯେଉଁ ସବୁ ଖାଦ୍ୟ ଗ୍ରହଣ କରୁଥାଉ ସେଥିରେ ଆଜି କାଲି ଅନେକ କେମିକାଲ ମିଶୁଛି ଯାହା ଦ୍ୱାରା ଆମ ଶରୀର କୁ ଶୁଦ୍ଧ ଖାଦ୍ୟ ମିଳି ପାରୁ ନାହିଁ ଏବଂ ଉଚିତ ଏବଂ ପୌଷ୍ଟିକ ଖାଦ୍ୟ ର ଅଭାବ ଯୋଗୁଁ ଆମ ଶରୀର ର ହାଡ଼ ଦୁର୍ବଳ ହୋଇ ପଡୁଛି ଏବଂ ଏହା ଦ୍ୱାରା ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ଆରମ୍ଭ ହୋଇ ଯାଉଛି । ବାହାର ଖାଦ୍ୟ ଆମେ ଅଧିକ ପରିମାଣରେ ଖାଇ ଥାଉ ସେଥିରେ ଅନେକ ମସଲା ତେଲ ଏବଂ ଖରାପ ତେଲ ମିଶୁଛି ଯାହା ଆମ ଶରୀର ପାଇଁ ସଠିକ ନୁହେଁ ଏବଂ ତାକୁ ଆମ ଶରୀର ଗ୍ରହଣ ମଧ୍ୟ କରୁ ନାହିଁ ।

ଏହା ଯୋଗୁଁ ଆମ ଶରୀର ଭିତରେ ରକ୍ତ ର ପରିମାଣ ବୃଦ୍ଧି ହେଉ ନାହିଁ ଏବଂ ଆମେ ବୟସ ପୂର୍ବରୁ ହିଁ ଦୁର୍ବଳ ହୋଇ ଯାଉଛୁ ଏବଂ ଅନେକ ଆଣ୍ଠୁ ଗଣ୍ଠି ବିନ୍ଧା ଆଦି ମଧ୍ୟ ଆରମ୍ଭ ହେଇ ଯାଉଛି । ଅର୍ଥାତ ଶରୀର ରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନ ଆସିବା ଯାଏଁ ଆମ ଶରୀର ସଠିକ ଏବଂ ସବଳ ହୋଇ ପାରିବ ନାହିଁ । ତେଣୁ ଆଜି ଆମେ ଆପଣ ଙ୍କୁ ଏପରି ଏକ ଜିନିଷ କହିବୁ ଯାହା ଦ୍ୱାରା ଆପଣ ନିଜର ହାଡ଼ ଏବଂ ମାଂସପେଶୀୟ ଶକ୍ତି କୁ ଦୃଢ଼ କରିବା ସହିତ ଆଣ୍ଠୁ ଗଣ୍ଠି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିନେବା ।

ପ୍ରଥମେ ଆପଣ ଅରଖ ପତ୍ର କୁ ନିଅନ୍ତୁ । ଏହାର ପ୍ରୟୋଗ ବହୁତ ପୁରାତନ ଯୁଗ ରୁ କରି ଆସୁଛୁ । କିନ୍ତୁ ଏହି ପତ୍ର ର ବ୍ୟବହାର ଦ୍ୱାରା କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ଆପଣ ଯେତେବେଳେ ଏହି ପତ୍ର କୁ ଛିଣ୍ଡାଇବେ ତେବେ ତାର କ୍ଷୀର ଠାରୁ ନିଜକୁ ବଞ୍ଚେଇ ରଖିବେ ଖାସ କରିକି ନିଜ ଆଖି କୁ । ଆପଣ ଅର୍ଖ ର ୧୫ ଫୁଲ ନେବେ । ତା ପରେ ଗୋଟିଏ ଗିନା ପାଣି ରେ ଏହାକୁ ଫୁଟାଇବା ।


ଏହା ପରେ ସେହି ଫୁଲ କୁ କାଢି ସେହି ପାଣି ରେ ନିଜ ର ବିନ୍ଧୁଥିବା ସ୍ଥାନରେ ତାକୁ ଧୋଇବାକୁ ପଡିବ । ଏହା ପରେ ଆପଣ ସେହି ଫୁଲ ନିଅନ୍ତୁ ଏବଂ ସେହି ଫୁଲ କୁ ଏକ ଶୁଖିଲା କପଡା ସାହାଯ୍ୟ ରେ ସେହି ସ୍ଥାନରେ ଘଷିବାକୁ ପଡିବ । ଏହା ପରେ ସେହି ଅର୍ଖ ପତ୍ର ରେ ସୋରିଷ ତେଲ କିମ୍ବା ରାଶି ତେଲ ଲଗେଇ ତାକୁ ତାୱା ରେ ଗରମ କରିଦେବା ଏବଂ ସେହି ପତ୍ରକୁ ନେଇ ଆପଣ ଙ୍କ ଆଣ୍ଠୁ କିମ୍ବା ଯେଉଁଠି ବିନ୍ଧା ହେଉଛି ସେଇଠି ବାନ୍ଧି ଦେବା ।

ଏହା ଛଡା ଆପଣ ସେହି ଅର୍ଖ ପତ୍ର କୁ ଛିଣ୍ଡାଇବା ସମୟରେ ଯେଉଁ କ୍ଷୀର ବାହାରି ଥାଏ ସେହାକୁ ନିଜ ଆଣ୍ଠୁ ରେ ଲଗେଇବା ଦ୍ୱାରା ସେହି ବିନ୍ଧା ମଧ୍ୟ ଭଲ ହୋଇ ଯାଇଥାଏ । ଏହି ଉପାୟ ଦ୍ୱାରା ଆପଣଙ୍କ ଆଣ୍ଠୁ ଗଣ୍ଠି କିମ୍ବା ପାଦ ଅଣ୍ଟା ବିନ୍ଧା ୨ ମିନିଟ ରେ ଭଲ ହୋଇଯିବ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *