ଅଣ୍ଟା ହଲେଇ ମନ୍ଦୋଦରିଙ୍କ ହାତକୁ ଧରି ରୋମାଣ୍ଟିକ ଗୀତରେ ନାଚୁଛନ୍ତି ରାବଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ବିଜୟା ଦଶମୀ  ଅଧର୍ମ ଉପରେ ଧର୍ମର ବିଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ବିଜୟା ଦଶମୀ । ଶାସ୍ତ୍ର ଅନୁସାରେ ଆଜିର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ରାବଣକୁ ବଦ୍ଧ କରିଥିଲେ । ତେଣୁ ଆଶ୍ୱିନ ମାସ ଶୁକ୍ଲପକ୍ଷ ଦଶମୀ ତିଥିରେ ବିଜୟା ଦଶମୀ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଆଜିର ଦିନର ବେଶ୍ ଗୁରୁତ୍ୱ ରହିଛି ।

ତେବେ ବିଜୟା ଦଶମୀରେ ଦାହ ହେବେ ଦଶାନନ । ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ହୋଇଛି ରାବଣପୋଡି ଉତ୍ସବ । ଏଥିପାଇଁ ପ୍ରସ୍ତୁତି ସରିଛି । ଦଶ ଦଶଟି ମୁଣ୍ଡ, ବିଶାଳ ଆକାର ଓ ରାକ୍ଷସ ଚେହେରା ନେଇ ତିଆରି ହୋଇଛି ସୁଉଚ୍ଚ ରାବଣ ମୂର୍ତ୍ତି । ଯେଉଁଥିରେ ବ୍ୟବହାର ହୋଇଛିି ବାଉଁଶ, କାଗଜ, କପଡ଼ା ଓ ବାରୁଦ । ରାଜଧାନୀର ବରମୁଣ୍ଡାରେ ଏଥର ଜଳିବ ୮୦ ଫୁଟର ରାବଣ । ଏଥିସହ ରଙ୍ଗାରଙ୍ଗ ଆତସବାଜୀର କାର୍ଯ୍ୟକ୍ରମ ବି ରହିଛି ।

ତେବେ ସେହିପରି ଝାରପଡା ଦୁର୍ଗପୂଜା କମିଟି ମଧ୍ୟ ରାବଣ ପୋଡି ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରିଛି । ଦୁଇ ବର୍ଷ ପରେ ରାବଣ ପୋଡି ଉତ୍ସବ ପାଇଁ କଟକରେ ବି ଜୋରଦାର ପ୍ରସ୍ତୁତି । ବାରବାଟୀ ସର୍ବଧର୍ମ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ କଟକ ତଳ ବାଲିଯାତ୍ରା ପଡିଆରେ ଆଡମ୍ବରରେ ଅନୁଷ୍ଠିତ ହେବ ରାବଣ ପୋଡି । ୩୧ ବର୍ଷ ଧରି ଆୟୋଜିତ ହେଉଥିବା ରାବଣ ପୋଡି ଉତ୍ସବରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ନୃତ୍ୟ, ଗୀତ ଓ ଆତସବାଜୀ କାର୍ଯ୍ୟକ୍ରମକୁ ଲୋକେ ଉପଭୋଗ କରିିବେ ।

ତେବେ ବାଧକ ସାଜିଛି ଲଘୁଚାପ ବର୍ଷା । ଆଜି ଯଦି ବର୍ଷା ଲାଗି ରହେ ତେବେ ରାବଣପୋଡି ଫିକା ପଡିବା ଆଶଙ୍କା ବି ରହିଛି । ତେବେ ଅନ୍ୟପଟେ ଶେଷ ହେଉଛି ପାର୍ବଣ ଆଉ ମେଲାଣି ନେଉଛନ୍ତି ମା । ଜୟପୁରରେ ପାରମ୍ପରିକ ରିତିନୀତିରେ ଆୟୋଜିତ ହୋଇଛି ଦଶହରା ପୂଜା । ଗତକାଲି ରାବଣ ପୋଡି କରାଯାଇ ଶେଷ ହୋଇଛି ଦଶହରା । ରାବଣ ପୋଡ଼ି ଉତ୍ସବରେ ଜିଲ୍ଲାପାଳଙ୍କ ସହ ବିଧାୟକ ଓ ଦେବତ୍ତୋର ଅଧିକାରୀ ଉପସ୍ଥିତ ଥିଲେ ।

ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ବିନା କଟକଣାରେ ରାବଣପୋଡି ଆୟୋଜିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଶତାଧିକ ଲୋକଙ୍କ ଭିଡ଼ ଜମି ଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ ଉଆସରୁ ବିରାଟ ପଟୁଆରରେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଆସିଥିବା ଲାଠିଧାରୀଙ୍କୁ ଦଶହରା ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତେବେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯାହାକୁ କୁହାଯାଏ ଜିନା ଇସିକା ନାମ ତେବେ ରାବଣ ପୋଡି ହେବା ପୂର୍ବରୁ ମନ ଖୋଲିକି ନାଚୁଛନ୍ତି ଏବଂ ନିଜ ସହ ମନ୍ଦୋଦରି କୁ ମଧ୍ୟ ରୋମାଣ୍ଟିକ ଗୀତରେ ନଚାଉଛନ୍ତି । ତେବେ ଏହି ରାବଣ ର ନାଚ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *