Anjan ଗାଳି କରିଥିଲା Pinku ଓ Niharikaa କୁ… Anjan Case

ମୋ ପୁଅ ଗୌତମ ସେ ଝିଅକୁ ଭଲ ପାଇ ଭୁଲ କରିଦେଇଛି ! ତେବେ ରାଜଧାନୀରେ ନିକଟରେ ପ୍ରେମ ମାମଲାକୁ ନେଇ ଯେଉଁ ହତ୍ୟାକାଣ୍ଡ ଘଟିଯାଇଥିଲା । ସେଥିରେ ସମ୍ପୃକ୍ତ ଥିବା ନିହାରିକା ଓ ତା’ ପ୍ରେମିକ ପିଙ୍କୁକୁ ପୋଲିସ ଗିରଫ କରିଛି । ସେମାନଙ୍କୁ ଗିରଫ କରି ବର୍ତ୍ତମାନ ସମୟରେ ପୋଲିସ ପଚରା ଉଚରା ଚଳାଇଛି । ତେବେ ଏହାରି ଭିତରେ ଗୌତମ ର ମାଆ ଗଣ ମାଧ୍ୟମ ସାମ୍ନାରେ ନିଜ ପୁଅର ଭଲ ପାଇବାକୁ ନେଇ ଏଭଳି କିଛି ପ୍ରତିକ୍ରିୟା ଦେଇଛନ୍ତି ।

ଗୌତମଙ୍କ ମାଆଙ୍କ କହିବା ଅନୁଯାଇ ଗତ କିଛି ବର୍ଷ ତଳେ ନିହାରିକା ଯେତେବେଳେ ଆମ କଲୋନୀରେ ରହୁଥିଲା । ସେତେବେଳେ ମୋ ପୁଅ ଗୌତମ ତାକୁ ଭଲ ପାଉଥିଲା । ତାପରେ ଯେତେବେଳେ ନିହାରିକା ପିଙ୍କୁକୁ ଭଲ ପାଇଲା । ତାପରେ ଗୌତମର ସାଙ୍ଗସାଥି ମାନେ ନିହାରିକାକୁ ଭୁଲିଯିବା ପାଇଁ ଗୌତମକୁ କହିଥିଲେ । ତାପରେ ଗୌତମ ମଧ୍ୟ ଧୀରେ ଧୀରେ ସେ ଝିଅ ନିହାରିକାକୁ ଭୁଲିଯାଇଥିଲା ।

ହେଲେ ଏହାରି ଭିତରେ ନିହାରିକାର ପ୍ରେମିକ ପିଙ୍କୁ ଗୌତମକୁ ମଝିରେ 2 ରୁ 3 ଥର ମୋ ପୁଅ ଗୌତମକୁ ଧମକ ଦେଇଥିଲା । ଯେ ତୁ ନିହାରିକାକୁ ପୁରାପୁରି ଭୁଲିଯିବୁ ନହେଲେ ତୋତେ ରାସ୍ତାରୁ ହଟେଇ ଦେବି । ତାଙ୍କ କଥା ଶୁଣି ମୋ ପୁଅ ଗୌତମ ବି ନିହାରିକା ଠାରୁ ଦୂରେଇ ଯାଇଥିଲା । ମୋ ପୁଅ ଗୌତମ ସହିତ ଅଞ୍ଜନର ବହୁତ ଭଲ ବନ୍ଧୁତା ଥିଲା । ସେମାନେ ମିଶି 2 ଜଣ ଗୋଟିଏ ଜାଗାରେ କାମ ବି କରୁଥିଲେ ।

ତାପରେ ନିହାରିକା ଓ ପିଙ୍କୁ ଯେତେବେଳେ ଗୌତମକୁ କଥାବାର୍ତ୍ତା ହେଇ କଣ ଗୋଟେ ସମାଧାନ କରିବା ପାଇଁ ଯେତେବେଳେ ଡକେଇଥିଲେ । ସେତେବେଳେ ଗୌତମ ସାଥିରେ ଅଞ୍ଜନ ମଧ୍ୟ ଯାଇଥିଲା । ଗୌତମ ଠାରୁ ଅଞ୍ଜନ ବଡ ତେଣୁ ସେଠାରେ ଅଞ୍ଜନ ଗୌତମକୁ ଅଟକେଇ ଅନ୍ୟ ସମସ୍ତଙ୍କୁ ସେଠାରେ ବୁଝେଇବାକୁ ଚେଷ୍ଟା କରିଥିଲା । ହେଲେ ଏମିତି କଥାବାର୍ତ୍ତା ହେବା ଭିତରେ ସେଠାରେ ସେମାନେ ସବୁ ଗଣ୍ଡଗୋଳ ଲାଗିଯାଇଥିଲା ।

ତାପରେ ସେ ଝିଅ ତା’ ପ୍ରେମିକକୁ ମାରିବା ପାଇଁ କହିଥିଲା । ତାପରେ ପିଙ୍କୁ ପ୍ରଥମେ ଅଞ୍ଜନ ଉପରେ ଆଟାକ କରିଥିଲା । ଏ ସବୁ ଦେଖି ଭୟରେ ଗୌତମ ଡରିକି ଲୁଚିକି ସେଠାରୁ ପଳେଇ ଆସିଥିଲା । ଯେଉଁ ମାନେ ଅଞ୍ଜନଙ୍କୁ ମାରିଛନ୍ତି ସେମାନଙ୍କୁ ନିଶ୍ଚୟ ଭାବେ ଦଣ୍ଡ ମିଳିବା ଦରକାର । ଖବରର ଅପଡେଟ ପାଇଁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *