ଅନାଥ ପିଲାଙ୍କୁ ଆପଣାଇ ସେମାନଙ୍କ ଜୀବନକୁ ସଜାଡି ଦେଲେ ଏହି 4 ଜଣ Star, 3 ନଂ Star ତ ଏକା ଥରେ 34 ଜଣ ଝିଅଙ୍କୁ ଆଡପ୍ଟ କରିଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଅନେକ କଳାକାର କେବଳ ସଫଳତା ଓ ଲୋକପ୍ରିୟତା ହାସଲ କରିବା ପାଇଁ ବଲିଉଡରେ କାମ କରିଥାନ୍ତି । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ସମାଜ ସେବା କରିବା ପାଇଁ ଆପ୍ରାଣ ଚେଷ୍ଟା କରନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି ମଧ୍ୟ କିଛି ମହାନ କଳାକାର ଅଛନ୍ତି ଯେଉଁ ମାନେ ଅନାଥ ଛୁଆଙ୍କୁ ଆଡପ୍ଟ କରି ତାଙ୍କ ଭବିଷ୍ୟତ ଗଢୁ ଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବଲିଉଡ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ । ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ।

ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ସମୟରେ ମାତ୍ର ୨୧ ବର୍ଷ ବୟସରେ ରବିନା ଦୁଇଟି ଝିଅଙ୍କୁ ଆଡପ୍ଟ କରିଥିଲେ । ରବିନା ନିଜ ଦୁଇ ଝିଅଙ୍କ ନାମ ପୂଜା ଓ ଛାୟା ରଖିଛନ୍ତି । ଅବଶ୍ୟ ରବିନା ୨୦୦୪ରେ ଅନିଲଙ୍କ ସହ ବିବାହ କରିଲେ ହେଲେ ସେ ନିଜ ଛୁଆ ମାନଙ୍କୁ ବହୁତ ଭଲ ପାନ୍ତି ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ । ସୁସ୍ମିତା ମାତ୍ର ୨୫ ବର୍ଷ ବୟସରେ ଏକ ଝିଅକୁ ଆଡପ୍ଟ କରିଥିଲେ । ଏହା ପରେ ସେ ୨୦୧୦ରେ ଆଉ ଗୋଟେ ଝିଅକୁ ଆଡପ୍ଟ କରିଥିଲେ । ସୁସ୍ମିତା ନିଜ ଦୁଇ ଝିଅଙ୍କ ନାମ ରେନେ ଓ ଆଲିଶା ରଖିଛନ୍ତି । ସୁସ୍ମିତା ନିଜ ଝିଅ ମାନଙ୍କର ବହୁତ ଭଲ ଯତ୍ନ ନେଉଛନ୍ତି ।

ପ୍ରୀତି ଜିଣ୍ଟା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଆପଣ ମାନେ ସମସ୍ତେ ପ୍ରେଟି ଜେଣ୍ଟାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପ୍ରେଟି ଏକା ସହ ୩୪ ଜଣ ଝିଅଙ୍କୁ ଆଡପ୍ଟ କରିଛନ୍ତି । ପ୍ରେଟି ନିଜ ୩୪ତମ ଜନ୍ମ ଦିନରେ ଏହି ୩୪ଟି ଝିଅଙ୍କୁ ଆଡପ୍ଟ କରିଛନ୍ତି । ସେ ନିଜ ଛୁଆ ମାନଙ୍କର ଧ୍ୟାନ ବହୁତ ଭଲ ଭାବରେ ରଖନ୍ତି ।

ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସନି ଲିଓନି । ସନି ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ସନି ଓ ତାଙ୍କ ସ୍ଵାମୀ ଡେନିୟଲ ୨୦୧୭ରେ ପ୍ରଥମ ଝିଅକୁ ଆଡପ୍ଟ କରିଥିଲେ । ଏହା ପରେ ସନିଙ୍କର ଦୁଇଟି ପୁଅ ଜନ୍ମ ହୋଇଥିଲେ । ସନି ନିଜ ଛୁଆ ମାନଙ୍କୁ ବହୁତ ଭଲ ପାନ୍ତି ।

Leave a Reply

Your email address will not be published. Required fields are marked *