ନମସ୍କାର ବନ୍ଧୁଗଣ ତେବେ ଅଘଟଣ ପରେ ଅଘଟଣ ଘଟିବାରେ ଲାଗିଛି । ତେବେ ସମୟ ବହୁତ ଖରାପ ରହିଛି । କେତେବେଳେ କେଉଁଠି ଦୁର୍ଘଟଣା ତ କେତେବେଳେ କେଉଁଠି କାହାର ହତ୍ୟା । ତେବେ କେତେବେଳେ ଖରା ଯୋଗୁଁ ଜୀଵନ ହାନି ତ କେତେବେଳେ ବର୍ଷା ଯୋଗୁଁ ବନ୍ୟା ର ଭୟ । ତେବେ ଏହାକୁ ଦେଖି ସମସ୍ତେ କଳିଯୁଗ ଅନ୍ତ ବୋଲି ମଧ୍ୟ ଅନୁମାନ କରି ସାରିଲେଣି । ତେବେ ଗତ କିଛି ସମୟ ହେବ ପାଣି ର ପ୍ରକୋପ ରେ ଅନେକ ଲୋକ ମାନଙ୍କ ର ଜୀଵନ ସଙ୍କଟ ରେ ପଡି ଯାଉଛି ଏବଂ କିଛି ଲୋକ ମୃତ୍ୟୁବରଣ କରି ଦେଉଛନ୍ତି ।
କାରଣ କିଛି ସମୟ ଧରି ଲଗାତାର ଭାବରେ ଏହି ପାଣି ଯୋଗୁଁ କିଏ ବୁଡି କିମ୍ବା କିଏ ଭାସି ନିଜର ପ୍ରାଣ କୁ ହରାଇ ଦେଇଛନ୍ତି ଯାହାକି ବହୁତ ଦୁଃଖଦ ର କାରଣ । ତେବେ ବର୍ତ୍ତମାନ ଆମେରିକା ରେ ବନ୍ୟା ର ପରିସ୍ଥିତି ଦେଖା ଦେଇଛି । ତେବେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଆମେରିକାରେ ଦେଖାଯାଇଛି ।
ଆମେରିକାର ପୂର୍ବଭାଗରେ ପ୍ରବଳ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି । ବନ୍ୟା କାରଣରୁ ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ହେଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ଆଶଙ୍କା ରହିଛି । ତେବେ ଫସିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ତେବେ ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି ।
କେଣ୍ଟକୀ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି ପୀଡିତମାନଙ୍କୁ ଉଦ୍ଧାର କରିବା ପାଇଁ ସପ୍ତାହେ ସମୟ ଲାଗିପାରେ । ପୂର୍ବ କେଣ୍ଟକୀ ଅଞ୍ଚଳର କିଛି ସ୍ଥାନରେ ଗତ ୪୮ ଘଣ୍ଟାରେ ୨୦ ରୁ ୨୭ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ହେଲିକପ୍ଟର ବୋଟ ସାହାଯ୍ୟରେ ଉଦ୍ଧାରକାରୀ ଦଳ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସେହିପରି ଆରବ ଏମିରେଟରେ ବିତ୍ପାତ ରଚିଛି ବନ୍ୟା ।
ଗତ ବୁଧବାର ହୋଇଥିବା ମୁଶଳଧାର ବର୍ଷା ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତା ଭସାଇ ନେଇଛି । ପ୍ରାୟ ୨୭ ବର୍ଷ ପରେ ଆରବ ଏମିରେଟରେ ଏଭଳି ବୃଷ୍ଟିପାତ ହୋଇଥିବା କୁହାଯାଉଛି । ଇୟୁରୋପୀୟ ଦେଶମାନଙ୍କରେ ଚଳିତବର୍ଷ ଗ୍ରୀଷ୍ମରେ ନିଆଁ ବର୍ଷୁଥିବା ବେଳେ ଏବେ ମରୁଭୂମିରେ ବନ୍ୟା ସମସ୍ତଙ୍କୁ ଚକିତ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।