ଶାଶୁ ବୋହୁ ଶୋଇଥିବା ବେଳେ ରାତି ଅଧରେ କବାଟ ଭାଙ୍ଗି ମଦୁଆ ପୋଲିସ ପଶିଥିଲେ, ଆଉ ତାପରେ ଏପରି କିଛି କରି ଚାଲିଯାଇଥିଲେ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରାତିରେ ଆମେ ଶାଶୁ ବୋହୁ ଶୋଇଥିବା ବେଳେ ମଦୁଆ ପୋଲିସ ଘରେ ପଶିଥିଲେ । ତେବେ ସୂଚନା ମୁତାବିକ ସିରିପୁର ଫାର୍ମ ଗେଟ ଲକ୍ଷ୍ମୀପୁର ବଜାର ବସ୍ତିରେ ଏପରି କିଛି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ସେହି ବସ୍ତିର ଏକ ଘରେ ଖଣ୍ଡଗିରି ଥାନାର ୧୫ ରୁ ୨୦ ପାଖାପାଖି ପୋଲିସ ସିଭିଲ ଡ୍ରେସରେ ପଶି ଆସିଥିଲେ । ରାତି ପ୍ରାୟ ୨ ଟା ଭଳି ସମୟ ହେବ ବୋଲି ଯାହା ଉକ୍ତ ଘର ଲୋକଙ୍କ ସୂଚନା ରହିଛି ।

ସେହି ଘରର ମହିଳାଙ୍କ କହିବା ଅନୁଯାଇ ମୁଁ ଆଉ ମୋର ବୋହୁ ରାତିରେ ଘରେ ଶୋଇଥିଲୁ । ହଟାତ କିଛି ଲୋକ ନିଜକୁ ଖଣ୍ଡଗିରି ଥାନାର ପୋଲିସ କହିକି ଘର ମଧ୍ୟକୁ ପଶିଆସିଥିଲେ । ସେହି ପୋଲିସ ମାନେ ମଦ୍ୟପାନ ମଧ୍ୟ କରିଥିଲେ । ଘର ମଧ୍ୟକୁ ପଶି ଆସିକିଛି ବୁଝାସୁଝା ନକରି ହଟାତ ଆମ ମାନଙ୍କ ସହିତ ଅସଭ୍ୟ ବ୍ୟବହାର ସହ କଥାବାର୍ତ୍ତା ହେବାକୁ ଲାଗିଥିଲେ । ମହିଳା ଜଣଙ୍କ  ଯେତେବେଳେ ତାଙ୍କୁ କଣ ହୋଇଛି ପୋଲି ପଚାରିଥିଲି ।

ସେତେବେଳେ ପୋଲିସ ମାନେ ପ୍ରତାପ ପ୍ରତାପ କୁଆଡେ ଗଲା ବୋଲି ଚିତ୍କାର କରି ଉଠିଥିଲେ । ଆମେ ପ୍ରତାପକୁ ଗିରଫ କରିବୁ ବୋଲି ମଧ୍ୟ କହିଥିଲେ । ତେବେ ଉକ୍ତ ଘରର ମହିଳାଙ୍କ କହିବା ଅନୁଯାଇ ପ୍ରତାପ ହେଉଛି ମୋ ପୁଅ । ସେ ତା କାମ ଉପରେ ଥିଲା । ହେଲେ ମୋ ପୁଅ ପ୍ରତାପ ନଥିଲା ବେଳେ ପୋଲିସ ମାନେ ତା ନାମରେ ଅଭିଯୋଗ ନେଇ ଘରକୁ ଚାଲି ଆସିଥିଲେ । ତାପରେ ଘରେ ଆସି ରାତି ଅଧରେ ହଙ୍ଗାମା କରି କିଛି ଜିନିଷ ମଧ୍ୟ ନେଇଯାଇଛନ୍ତି ।

ଯେତେବେଳେ ମୁ ମୋ ପୁଅକୁ ତୁ କଣ କରିଛୁ ବୋଲି ପଚାରିଥିଲି, ସେ କିଛି କରିନଥିଲା ବୋଲି କହିଥିଲା । ତା’ ମାଲିକ ମଧ୍ୟ କହିଥିଲା ତମ ପୁଅ ତା ଡ୍ଯୁଟି ଉପରେ ଅଛି ସେ କୁଆଡେ ଯାଇନାହିଁ । ହେଲେ ସେହି ମଦ୍ୟପାନ କରିଥବା ପୋଲିସ ମିଛି ଅଭିଯୋଗ ନେଇ ଘରେ ପଶି ଘରସବୁ ଘାଣ୍ଟି ଦେଇ ଚାଲିଗଲେ । ତେବେ ଉକ୍ତ ଘରର ମହିଳାଙ୍କ କହିବା ଆଧାରରେ ଯଦି ମୋ ପୁଅ କିଛି ଭୁଲ କରିଥିଲା ।

ସେହି କଥା ସକାଳେ ପୁଅ ଘରେ ଥିବା ସମୟରେ ବି ପଚରାଉଚରା କରିପାରିଥାନ୍ତ । ହେଲେ ରାତି ଅଧରେ ପୋଲିସଙ୍କର ଏଭଳି ଅସଭ୍ୟ ଆଚରଣକୁ ନେଇ ଥାନାରେ ଅଭିଯୋଗ ମହିଳା କରିବେ ବୋଲି କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *