Pintu ଙ୍କ ପାଇଁ ଭୋ-ଭୋ ହେଇ କାନ୍ଦିଲେ Suman, କହିଲେ’ ଆମେ ସାଙ୍ଗ ହେଇ ଖାଉଥିଲୁ ସାଙ୍ଗ ହେଇ ଶୋଉଥିଲୁ ହେଲେ ଆଜି ସେ…’

ଦର୍ଶକ ବନ୍ଧୁ ପିଣ୍ଟୁ ନନ୍ଦ ଯିବା ପରେ ଅନେକ ଓଡିଆ କଳାକାର ମାନେ ଗଣମାଧ୍ୟମ ସାମ୍ନାରେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଏବେ ସୁମନ ମହାରଣା କାନ୍ଦି କାନ୍ଦି ନିଜର ଦୁଃଖ ପ୍ରକାଶ କରିଛନ୍ତି । ସେ ଆଗରୁ ମଧ୍ୟ ଯେତେବେଳେ ପିଣ୍ଟୁ ଚିକିତ୍ସିତ ହେଉଥିଲେ ସେତେବେଳେ ବାଇଟ ଦେଇ ଓଡିଶାବାସୀଙ୍କୁ ପିଣ୍ଟୁଙ୍କ ପାଇଁ ଆର୍ଥିକ ସହାୟତା ମାଗି ଥିଲେ । ସେ ପିଣ୍ଟୁଙ୍କୁ ବଡ ଭାଇ ଭଳିଆ ମାନନ୍ତି ଆଉ ବହୁତ ଭଲ ପାନ୍ତି ।

ତେବେ ଏବେ ସେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଦୁଃଖ ପ୍ରକାଶ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବା ପାଇଁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁମନ ମହାରଣା ଗଣମାଧ୍ୟମ ଆଗରେ କହିଛନ୍ତି-‘ଆମେ ତ ପିଣ୍ଟୁ ଭାଇକୁ ଆଉ ପାଇବାନି ଭଲ ଭଲ କଳାକାର ଆମକୁ ଛାଡି ଚାଲି ଯାଉଛନ୍ତି ।

ଆମେ ଆଶା ରଖିଥିଲୁ ପିଣ୍ଟୁ ଭାଇ ଭଲ ହେଇ ଆସିବେ ପୁଣି ତାଙ୍କ ଅଭିନୟ ଦେଖିବୁ । କିନ୍ତୁ ସେ କଥା ହେଇ ପାରିଲାନି । ଏ ଖବର ପାଇବା ପରେ ମତେ ବି ଭଲ ଲାଗିଲାନି । ଯାହା ବି ହେଉ ଏତିକି କହିବି ପିଣ୍ଟୁ ଭାଇ ଯେଉଁଠି ଥାଅ ଭଲରେ ଥାଅ ଆଉ କହିବି କଣ । କିଛି କହି ହେବନି ଯେହେତୁ ପିଣ୍ଟୁ ଭାଇ ସାଙ୍ଗରେ ମୁଁ ବହୁତ ମିଶିଛି । ଖାଲି ମିଶିନି ତାଙ୍କ ଘରର ମୁଁ ଜଣେ ସଦସ୍ୟ ।

ଯେତେବେଳେ ପିଣ୍ଟୁ ଭାଇଙ୍କର ଆଲବମ ଚାଲି ଥିଲା ଆମେ ସେବେଠାରୁ ଚିହ୍ନା ପରିଚ । ପିଣ୍ଟୁ ଭାଇଙ୍କ ସାଙ୍ଗରେ ମୋର ଏତେ ଭଲ ପାଇବା ବଢି ଗଲା ସେ ମୋତେ ତାଙ୍କ ଘରକୁ ନେଇ ଗଲେ । ସେତେବେଳେ ତାଙ୍କର ବାଇକ ଥିଲା । ତାଙ୍କ ବାପା ମାଆ ସମସ୍ତଙ୍କ ସହ ମିଶେଇଲେ । ତାଙ୍କ ପରିବାର ମୋତେ ନିଜର ନିଜର ଲାଗିଲା ମୁଁ ତାଙ୍କ ଘରେ ପ୍ରାୟ ସମୟ ଯାଇ ରହିଲି । ପିଣ୍ଟୁ ଯୁଆଡେ ବି ଯାନ୍ତି ମୋତେ ମନେ ପକାନ୍ତି ।

ପିଣ୍ଟୁ ଭାଇ ଯୁଆଡେ ଯୁଆଡେ ଯାନ୍ତି ମୁଁ ତାଙ୍କ ସହ ଥାଏ । ସେ ମୋତେ ଫୋନ କରି ଡାକନ୍ତି ମୁଁ ଯାଏ । ଆମେ ମିଶିକି ଖାଉ ଥିଲୁ ମିଶିକି ଶୋଉଥିଲୁ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମ୍ଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *