ଆମକୁ ଏମିତି ସ୍ଵପ୍ନା କାହିଁକି ଆସିଥାଏ ? କଣ ଅଟେ ଏହାର ରହସ୍ୟ ?

ବନ୍ଧୁଗଣ ଏହି ଦୁନିଆର ପ୍ରତ୍ୟକ ଲୋକ ଦିନ ସାରା କଠିନ ପରିଶ୍ରମ କରି ଆସି ରାତିରେ ନିଜ ଶରୀର ଓ ମସ୍ତିସ୍କକୁ ଆରାମ ଦେବା ପାଇଁ ଶୋଇଥାନ୍ତି । ବନ୍ଧୁଗଣ ଆମେ ମାନେ ଶୋଇବା ବେଳେ ଅନେକ ପ୍ରକାରର ସ୍ଵପ୍ନ ଦେଖିଥାଉ । ସ୍ଵପ୍ନରେ ଏକ ବିଶେଷ ଅବସ୍ଥା ରହିଥାଏ ଯେଉଁଥିରେ ବାସ୍ତବିକତାର ଆଭାସ ହୋଇଥାଏ । ଆପଣ ମାନେ ନିଜ ଜୀବନରେ ଅନେକ ପ୍ରକାରର ସ୍ଵପ୍ନ ଦେଖିଥିବେ । ସ୍ଵପ୍ନ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ସ୍ଵପ୍ନର ଅଲଗା ଅଲଗା ଅର୍ଥ ରହିଥାଏ ।

କିଛି ସ୍ଵପ୍ନ ଏପରି ଥାଏ ଯାହା ଶୁଭ ସଙ୍କେତ ଦେଇଥାଏ ଓ କିଛି ସ୍ଵପ୍ନ ଏପରି ମଧ୍ୟ ଥାଏ ଯାହା ଅଶୁଭ ସଙ୍କେତ ଦେଇଥାଏ ।  ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଦେଖିବା ପରେ ମଣିଷ ଆଶ୍ଚର୍ଯ୍ୟ ଚକିତ ହୋଇଯାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ ସାପ ଦର୍ଶନ କରନ୍ତି ତା ହେଲେ ସେହି ବ୍ୟକ୍ତି ଅତି ଶୀଘ୍ର ନିଜ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଛି । ଯଦି ବ୍ୟକ୍ତି ନିଜ ସ୍ଵପ୍ନରେ ସାପ ତାକୁ କାମୁଡିବାର ଦେଖେ ତା ହେଲେ ବାସ୍ତବରେ ବ୍ୟକ୍ତିକୁ ବହୁତ ବଡ ଗମ୍ଭୀର ରୋଗ ହେବାର ସମ୍ଭାବନା ରହିଛି ।

୨. ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ରରେ ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ ଇଶ୍ଵରଙ୍କ ଦର୍ଶନ କରେ ତା ହେଲେ ଜାଣନ୍ତୁ ଇଶ୍ଵର ଆପଣଙ୍କୁ ଭକ୍ତି ଦିଗରେ ଚାଲିବା ପାଇଁ ସଙ୍କେତ ଦେଉଛନ୍ତି । କାରଣ ବର୍ତ୍ତମାନର ସମୟରେ ଲୋକମାନେ ନିଜ ବ୍ୟସ୍ତ ବହୁଳ ଜୀବନରେ ଇଶ୍ଵରଙ୍କ ପ୍ରତି କୌଣସି ଆସ୍ଥା ରଖୁ ନାହାନ୍ତି ତେଣୁ ଇଶ୍ଵର ଏଭଳି ସଙ୍କେତ ଦେଇ ମଣିଷକୁ ଠିକ ବାଟକୁ ଆଣିଥାନ୍ତି ।

୩. ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନରେ କୌଣସି ଉଚ୍ଚ ସ୍ଥାନରୁ ପଡୁ ଥିବାର ଦେଖେ ତା ହେଲେ ଏହା ଏକ ଅଶୁଭ ସଙ୍କେତ ହୋଇଥାଏ । ବ୍ୟକ୍ତିକୁ ନିଜ ଭବିଷ୍ୟତରେ ହାନିର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସହିତ ବ୍ୟକ୍ତି ଅନେକ ସମସ୍ୟାରେ ଘେରି ହୋଇ ରାହି ଯାଏ ।

୪. ବନ୍ଧୁଗଣ ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି ନିଜ ସ୍ଵପ୍ନରେ ମୃତ୍ୟୁ ଦେଖିଥାଏ ତା ହେଲେ ବ୍ୟକ୍ତିର ଦୁଃଖ ଓ ପଶ୍ଚାତାପ ବାକ୍ଷା କରିବାର ସମୟ ଆସିଯାଏ । ବ୍ୟକ୍ତି ନିଜ ଭବିଷ୍ୟତରେ ଅନେକ ଦୁଃଖର ସମ୍ମୁଖୀନ ମଧ୍ୟ ହୋଇପାରେ ।

୫. ବନ୍ଧୁଗଣ ଯଦି ସ୍ଵପ୍ନ ଶାସ୍ତ୍ର ଅନୁସାରେ ଯଦି ସ୍ଵାମୀ ସ୍ତ୍ରୀ ସଂଭୋଗ କରିବାର ସ୍ଵପ୍ନ ଦେଖନ୍ତି ତା ହେଲେ ଏହାର ଅର୍ଥ ହେଉଛି ସ୍ଵାମୀ ସ୍ତ୍ରୀଙ୍କ ଜୀବନ ଅତ୍ୟନ୍ତ ସୁଖମୟ ରହିଛି । ସେମାନଙ୍କ ଆଗାମୀ ଭବିଷ୍ୟତ ମଧ୍ୟ ସୁଖ ଓ ସମୃଦ୍ଧିରେ ଭରିଯିବ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *