‘ସେମାନେ ଧମକ ଦେଉଥିଲେ ଆମ ଘର ପିପିଲି ..ଏଠି ଗୁଳାଭିଡା ହେଉଛି ..ବମ ପକେଇ…’ ଭୟରେ ଏବେ ବଳରାମଙ୍କ ବାପା, ସେ କଣ କହୁଛନ୍ତି ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କିଛି ଦିନ ତଳେ ଘଟିଥିବା ଘଟଣା ସମ୍ବନ୍ଧରେ ବେସ ଭଲ ଭାବରେ ଜାଣିଥିବେ । ତେବେ ସୂଚନା ଅନୁଯାୟୀ ନନ୍ଦିନୀ ବଳରାମ ଙ୍କୁ ବିବାହ କରିଥିଲେ ଏବଂ ବିବାହର ୧ ଦିନ ପରେ ମନ୍ଦିର ରେ ମାନସିକ ଅଛି କହି ଶାଶୁଘରୁ ଫେରାର ହେଲେ ଏବଂ ଏହାପରେ ମନ୍ଦିରରେ ଯାଇ ସେଠାରେ ନନ୍ଦିନୀ ର ଭେଣେଇ ତଥା ପରିବାର ଲୋକେ ସବୁ ମିଶି ବଳରାମ ଙ୍କୁ ମାଡ ମାରିଥିଲେ ବୋଲି ବଲରାମ ଙ୍କ ବାପା ଅଭିଯୋଗ କରିଥିଲେ ।

ତେବେ ପରେ ନନ୍ଦିନୀ ମଧ୍ୟ ନିଜ ମୁହଁ ଖୋଲିଥିଲେ ଏବଂ ସେ କହିଥିଲେ କି ତାଙ୍କୁ ବଳରାମ ବିବାହ ପୂର୍ବ ରୁ କହିଥିଲେ କି ଯେ ସେ ଜଣେ ବହୁତ ବଡ଼ ବିଲ୍ଡର ଅଟନ୍ତି ଓ ତାଙ୍କ ପାଖରେ ମଧ୍ୟ ଅନେକ ଟଙ୍କା ପଇସା ଅଛି ଏବଂ ପରେ ନଦିନୀ ଜାଣିବାକୁ ପାଇଲେ ଯେ ସେ ଏକ ସାଧାରଣ ରଙ୍ଗ ମିସ୍ତ୍ରୀ ବୋଲି ଏବଂ ବାହାଘର ପୂର୍ବ ରୁ ନିର୍ବନ୍ଧ ହେବ ବୋଲି କହି ଡାଇରେକ୍ଟ ବାହାଘର କରିଥିଲେ ।

ବାହାଘର ଦିନ ରାତିରେ ବଳରାମ ତାଙ୍କୁ କହିଥିଲେ କି ବାହାଘର ତ ସରିଗଲା ଆଜି ରାତିରେ ଆମେ ଆମ ଚତୁର୍ଥୀ ମଧ୍ୟ ମନେଇ ନବା ଏକଥା ର ପ୍ରତି ଉତ୍ତର ଦେଇ ନନ୍ଦିନୀ କହିଛନ୍ତି ମୁଁ କଣ ଏତେ ସସ୍ଥା ମତେ ଜଣେ ହାଣ୍ଡସମ ପିଲା ଦରକାର ଓ ସେ ବଳରାମ ସହିତ ରହି ପାରିବେ ନାହିଁ । ତେବେ ଏହା ମଧ୍ୟ କହିଥିଲେ କି ବଳରାମ୍ ତାଙ୍କ ମାଆଙ୍କର ପ୍ରତ୍ୟେକ କଥା ଶୁଣି ଥାନ୍ତି ଓ ସେ ପୁରା ଓଲା ଟା ତାଙ୍କର କଥା କଥା ରେ ପାଟି ଲାଗିଥାଏ ସେ କିଛି ବି ଜାଣନ୍ତି ନାହିଁ ।

ସେଥିପାଇଁ ସେ ରାତିରେ ପ୍ଲାନିଙ୍ଗ କରି ସକାଳୁ ପଳାଇ ଆସିଲେ । ତେବେ ପ୍ରଶ୍ନ ଏହା କି ଯେ ନନ୍ଦିନୀ ଏତେ ଦିନ ଧରି ବଳରାମ ଙ୍କ ସହ କଥା ହେଲା ପରେ ମଧ୍ୟ ତାଙ୍କ ସମ୍ବନ୍ଧରେ କିପରି ଅବା କିଛି ଜାଣି ପାରିଲେ ନାହିଁ । ତାଛଡା ବର୍ତ୍ତମାନ ବଳରାମ ଙ୍କ ବାପା ମିଡ଼ିଆ ଆଗରେ ମୁହଁ ଖୋଲିଛନ୍ତି ଏବଂ ସେ କହିଛନ୍ତି କି ମଝିରେ ତାଙ୍କୁ ଫୋନ ରେ ଧମକ ମଧ୍ୟ ଦେଇଥିଲେ ତେବେ ଫୋନ ରେ କହିଥିଲେ କି ଆମ ଘର ପିପିଲି ଏବଂ ଏଠି ଗୁଳା ଭିଡା ହେଉଛି ।

ତେବେ ଗୁଳା ଭିଡା ର ଅର୍ଥ ପଚାରିବାରୁ ସେ କହିଥିଲେ କି ବମ ବୋଲି । ଏହା ପରେ ସେ କହିଥିଲେ କି ବମ ପକେଇ ତୁମ ଘରକୁ ଉଦେଇ ଦେବୁ ତୁମ ପରିବାର ର ଲୋକଙ୍କୁ ମାରିଦେବୁ, ତୁମେ ମାନେ ଭଲରେ ରହି ପାରିବ ନାହିଁ । ଆଦି ଏହିଭଳି ଧମକ ଦେଇଥିଲେ । ତେବେ ଶେଷରେ ବଳରାମ ଙ୍କ ବାପା କହିଥିଲେ କି ସେ ପୋଲିସ ପ୍ରଶାସନ ଏବଂ ମିଡ଼ିଆ ଭାଇଙ୍କୁ ଗୋଟିଏ ଅନୁରୋଧ କରୁଛନ୍ତି କି ସେହି ଝିଅ ଏବଂ ତା ସହ ମିଶିଥିବା ଲୋକ ମାନଂକୁ ଶୀଘ୍ର ଗିରଫ କରାଯାଉ ଏବଂ ତାଙ୍କୁ ଉଚିତ ଦଣ୍ଡ ମଧ୍ୟ ମିଳୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *