ଅଳ୍ପକେ ବର୍ତ୍ତିଲା ଏକ ବଡ ରେଳ ଦୁର୍ଘଟଣା, ପୁଣି ଗୋଟିଏ ଟ୍ରାକରେ 2ଟ୍ରେନ ମୁହାଁ ମୁହିଁ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋଟିଏ ଟ୍ରାକରେ ୨ ଟି ଟ୍ରେନ ! ତେବେ ବର୍ତ୍ତମାନର ବଡ ଖବର ଅନୁଯାଇ ଗୋଟିଏ ଟ୍ରାକରେ ୨ ଟି ଟ୍ରେନ ମୁହାଁମୁହିଁ ହୋଇଛନ୍ତି । ଗୋଟିଏ ପରେ ଗୋଟିଏ ଟ୍ରେନ ଦୁର୍ଘଟଣା ଘଟିବାରେ ଲାଗି ପଡିଛି । ଯଦି ଟ୍ରେନ ଦୁର୍ଘଟଣାକୁ ଆଲୋଚନା ପରିସରକୁ ନେବା । ତେବେ ବାହାନଗା ଟ୍ରେନ ଦୁର୍ଘଟଣା ପରେ ଏହିପରି ଅନ୍ୟ କିଛି ଟ୍ରେନ ଟ୍ରାଜେଡି ମଧ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି କିଛି ବିପଦଜନ୍ନକ  ସ୍ଥିତି ଛତିଶଗଡ ବିଳାସପୁର ଠାରେ ଦେଖିବାକୁ ମିଳିଛି ।

ବାଲେଶ୍ଵର ବାହାନଗା ଟ୍ରେନ ଟ୍ରାଜେଡିକୁ ୧୦ ଦିନ ପୂରିବା ହିଁ ଏପରି ଆଉ ଏକ ଟ୍ରେନ ଦୁର୍ଘଟଣା ଅଳ୍ପକେ ବର୍ତ୍ତୀଗଲା ।  ଗୋଟିଏ ଟ୍ରାକରେ ୨ ଟି ଟ୍ରେନ ମାତ୍ର ୧୫୦ ମିଟର ଦୂରତାରେ ଆମ୍ନାସାମ୍ନି ହୋଇ ରହିଯାଇଥିଲେ । ଯେଉଁ କାରଣରୁ ଏକ ବହୁତ ବଡ ଟ୍ରେନ ଦୁର୍ଘଟଣା ଟଳିଯାଇଛି କହିଲେ । କିଛି ମଧ୍ୟ ଭୁଲ ହେବ ନାହିଁ । ତେବେ ସୌଭାଗ୍ୟ ବଶତଃ କିନ୍ତୁ ଉଭୟ ଟ୍ରେନର ଲୋକପାଇଲଟ ବ୍ରେକ ମାରିଦେଇଥିଲେ । ତେଣୁ ବହୁ ଅଳ୍ପ କିଛି ଗ୍ୟାପ ଥାଇକି ୨ ଟି ଟ୍ରେନ ଟ୍ରାକରେ ଅଟକି ଯାଇଥିଲରେ ।

ନଚେତ ସ୍ଥିତି ପୁରା ଗମ୍ଭୀର ହୋଇଯାଇଥାନ୍ତା ବୋଲି ଅନୁମାନ କରାଯାଉଛି । ତେବେ ନିକଟ ଅତୀତରେ ହୋଇଥିବା ବାହାନଗା ଟ୍ରେନ ଦୁର୍ଘଟଣା କାରଣରୁ ଶତାଧିକ ଲୋକଙ୍କର ଅକାଳରେ ପ୍ରାଣ ଚାଲିଯାଇଥିଲା । ଏହା ସହ ହଜାର ହଜାର ଲୋକ ଆହତ ହୋଇ ମେଡିକାଲରେ ଚିକିତ୍ସା ମଧ୍ୟ ହୋଇଥିଲେ । ବାହାନଗା ଟ୍ରେନ ଟ୍ରାଜେଡିର ଭୟ ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଲିଭିନଥିବା ବେଳେ । ମାତ୍ର ୧୦ ଟି ଦିନ ପରେ ପୁଣି ଥରେ ଛତିଶଗଡର ବିଳାସପୁର ଏକ ବହୁତ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତୀଗଲା ଶହ ଶହ ଜୀବନ ।

ତେବେ ବାରମ୍ବାର ତଥା ଲଗାତାର ଭାବରେ ଏହି ରେଳ ଦୁର୍ଘଟଣା ପଛରେ କିଏ ପ୍ରକୃତରେ ଦାୟୀ ରହୁଛି ତାହାକୁ ନେଇ ଏକ ବହୁତ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ରେଲୱେ ବିଭାଗର ବେପାରୁୱା କାମର ମନୋଭାବ ଯୋଗୁ ଏପରି ଗୋଟିଏ ପରେ ଗୋଟିଏ ଟ୍ରେନ ଦୁର୍ଘଟଣା ଘଟୁଛି ବୋଲି ସର୍ବ ସାଧାରଣରେ ଚର୍ଚା ହେବା ଆରମ୍ଭ ହୋଇଯାଇଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଅପଡେଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *