ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଲିୟା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆଲିୟା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ଅତି କମ ବର୍ଷ ବୟସରେ ବଲିଉଡ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତେବେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଆଲିୟା ।
ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଆଲିୟାଙ୍କର ଏକ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ‘ଗଙ୍ଗୁବାଇ କାଠିୟାଡବାଡି’ । ଏବେ ଆଲିୟା ବିବାଦରେ ଫସି ଯାଇଛନ୍ତି ଏମିତି କି ଆଲିୟା ଜେଲକୁ ବି ଯାଇପାରନ୍ତି । ଫିଲ୍ମ ‘ଗଙ୍ଗୁବାଇ କାଠିୟାଡବାଡି’ ପାଇଁ ଆରମ୍ଭ ହୋଇଯାଇଛି ଅଡୁଆ ।
ଫିଲ୍ମର ଟ୍ରେଲର ଲଞ୍ଚ ହେବା ପରେ ଅଡୁଆ ଜାଲରେ ଫସି ଯାଇଛନ୍ତି ଆଲିୟା । କେବଳ ଆଲିୟା ନୁହେଁ ଏହି ଫିଲ୍ମର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂଶାଳୀଙ୍କ ପାଇଁ ମଧ୍ୟ ଅଡୁଆ ସୃଷ୍ଟି ହୋଇଯାଇଛି । ଏହି ଫିଲ୍ମରେ ଗଙ୍ଗୁବାଇଙ୍କୁ ଜଣେ ସମାଜସେବୀ ବଦଳରେ ଦେହଜୀବୀ ଭାବରେ ଚିତ୍ରିତ କରାଯାଇଛି । ଗଙ୍ଗୁବାଇଙ୍କ ପୋଷ୍ୟ ପୁତ୍ର ବାବୁରାଓ ଏହାକୁ ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂଶାଳୀ ଓ ଆଲିୟା ଭଟ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।
ପରେ ସଞ୍ଜୟ ଲିଲା ଭଂଶାଳୀ ଓ ଆଲିୟା ଭଟ୍ଟଙ୍କୁ କୋର୍ଟ ତରଫରୁ ନୋଟିସ ପଠା ଯାଇଥିଲା କିନ୍ତୁ ବୋମ୍ବେ ହାଇକୋର୍ଟ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ । ଏପଟେ ନିର୍ଦ୍ଦେଶକଙ୍କ ବିରୋଧରେ ମାନହାନି ମାମଲା ଉପରେ ରୋକ ଲଗାଇଦେଇଥିଲେ ମୁମ୍ବାଇ କୋର୍ଟ । ବାବୁରାଓ ଏନେଇ କହିଛନ୍ତି-‘ମୋ ମାକୁ ଏକ ଦେହାଜୀବୀ ରୂପେ ଏହି ଫିଲ୍ମରେ ଦେଖା ଯାଇଛି ।
ଏନେଇ ଆମ ପରିବାରରେ ଏବେ ବହୁତ ଝଗଡା ହେଉଛି । ଆମେ ମାନେ ବହୁତ ଚିନ୍ତାରେ ପଡିଯାଇଛୁ । ଏପରି କି ଆମକୁ ବାରମ୍ବାର ମୁମ୍ବାଇରେ ଘର ବଦଳାଇବାକୁ ପଡୁଛି ଓ ସମସ୍ତଙ୍କୁ ସଫେଇ ଦେବାକୁ ପଡୁଛି’ । ଯେତେବେଳେ ଗଙ୍ଗୁବାଇଙ୍କ ବହି ଲେଖା ଯାଇଥିଲା ସେତେବେଳେ ସେ ପରିବାର ଲୋକଙ୍କ ଅନୁମତି ନେଇ ନଥିଲେ ବୋଲି ମଧ୍ୟ ବାବୁରାଓ ଅଭିଯୋଗ କରିଛନ୍ତି ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।