ବନ୍ଧୁଗଣ ବଲିଉଡର ଫେମସ ଫିଲ୍ମ ନିର୍ମାତା କରନ ଜୋହାରଙ୍କ ଚାଟ ସୋ ‘କଫି ବିଥ’ କରନ ବହୁତ ଲୋକପ୍ରିୟ ଅଟେ । ଏବେ ସପ୍ତମ ସିଜନ ଚାଲିଛି ଆଉ ଏହି ସିଜନରେ ଅନେକ ସେଲିବ୍ରେଟି ତାଙ୍କ ସୋକୁ ଆସିଛନ୍ତି । ଏବେ ତାଙ୍କର ଏହି ସୋ ଶେଷ ହେବାକୁ ଯାଉଛି । ଏହି ସିଜନର ଶେଷ ସୋ ଟେଲିକାଷ୍ଟ ହୋଇ ସାରିଛି । ଏହି ସୋରେ ଦର୍ଶକ ମାନେ ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ନାମ ନେଇ କରନଙ୍କର ବହୁତ ମଜାକ ଉଡେଇ ଛନ୍ତି ।
ଏହା ସହିତ ଦର୍ଶକ ମାନେ କରନଙ୍କୁ ଅନେକ କଡା ପ୍ରଶ୍ନ ବି ପଚାରି ଛନ୍ତି । ଅଧିକାଂଶ ସମୟ କରନ ଆଲିୟାଙ୍କ ନାମ ନେଇଥାନ୍ତି । ଏଥିପାଇଁ ତାଙ୍କୁ ଅନେକ ଥର ଟ୍ରୋଲ ହେବାକୁ ପଡିଥାଏ । ଏହି ସିଜନର ଶେଷ ପର୍ଯ୍ୟାୟରେ ତନ୍ମୟ ଭଟ୍ଟ, କୁଶା କପିଲା, ନିହାରିକା ଏନଏମ ଏବଂ ଦାନିଶ ଆସିଥିଲେ ।
ଏହି ସୋରେ କରନ ସାମ୍ନାରେ ବସିଥିବା ଜୁରୀଙ୍କୁ ପ୍ରଶ୍ନ ପଚାରିଲେ ଯେ, କଣ ମୁଁ ସୋରେ ବାରମ୍ବାର ଆଲିୟା ଭଟ୍ଟଙ୍କ ନାମ ହେଉଛି, ସୋକୁ ଆସିଥିବା ଦାନିଶ ଏହାର ଉତ୍ତର ଦେଇ କହିଲେ, ମୁଁ ଗତ କିଛି ଦିନ ତଳେ ଫିଲ୍ମ ବ୍ରହ୍ମାସ୍ତ୍ର ଦେଖିଲି । ସେହି ଫିଲ୍ମରେ ଯେମିତି ଆଲିୟା ବାରମ୍ବାର ଶିବା, ଶିବା, ଶିବା କହୁଥିବାର ନଜର ଆସୁଛନ୍ତି ସେହିଭଳି ଆପଣ ସୋରେ ଆଲିୟା, ଆଲିୟା, ଆଲିୟା କହୁଥିବାର ନଜର ଆସନ୍ତି ।
Alia and Ranveer won Best Episode of #KoffeeWithKaran7 and Alia also mentioned she doesn't like Karan mentioning her name in all the episodes #AliaBhatt pic.twitter.com/5jcDiYZpUX
— Tisha (@itstisha_7) September 29, 2022
ଏହା ଶୁଣିବା ପରେ କରନ ନିଜକୁ ଆଉ ରୋକି ପାରିଲେ ନାହିଁ ସେ ତୁରନ୍ତ ଆଲିୟା ଭଟ୍ଟଙ୍କୁ ଫୋନ କରିଲେ । କରନ ଆଲିୟାଙ୍କୁ କହିଲେ, ସୋରେ ବାରମ୍ବାର ତାଙ୍କ ନାମ ନେବା କାରଣରୁ ଜୁରୀ ତାଙ୍କର ମଜାକ ବନାଉ ଛନ୍ତି । ଏହା ଶୁଣିବା ପରେ ଆଲିୟା କହିଲେ, ମୁଁ ବି ଆପଣଙ୍କୁ ଆଗରୁ କହିଥିଲି ଆପଣ ଏବେ ଠାରୁ ମୋର ନାମ ନିଅନ୍ତୁ ନାହିଁ । ଏଥିପାଇଁ ଆପଣଙ୍କୁ ମୋର ପ୍ରମିସ ଖାଇବାକୁ ହେବ ।
ଆଜି ଠାରୁ ଆପଣ ମୋ ବିଷୟରେ କେବଳ ଖରାପ କଥା କହିବେ । ଆଲିୟାଙ୍କ କଥା ଶୁଣିବା ପରେ କରନ କହିଲେ, କଣ ଆମକୁ ଟ୍ବିଟରରେ ମଙ୍କ ଫାଇଟ କରିବା ଉଚିତ । ଏହା ପରେ ଆଲିୟା କହୁଛନ୍ତି ହଁ ଆସ ଲଢେଇ କରିବା । ବନ୍ଧୁଗଣ ଆଲିୟା ଏଭଳି ଭାବରେ କରନଙ୍କୁ ବେଜିତ କରିଦେଇଛନ୍ତି ଆଉ ଅନେକ ୟୁଜର୍ସ ଏଥିପାଇଁ କରନଙ୍କୁ ଟ୍ରୋଲ କରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।