‘ଆତ୍ମହତ୍ୟାର ଫଟୋ ଶୀଘ୍ର ଡିଲିଟ କରନ୍ତୁ, ନହେଲେ…’ ଅନୁରୋଧ କଲେ ଅଭିନେତା Akhila Patnaik, କଣ କହିଲେ ଦେଖନ୍ତୁ ଏହି Video

ରାଇମୋହନ ପରିଡା ଓଡ଼ିଆ ଦୁନିଆର ସୁନାମଧନ୍ୟ କଳାକାର । ତାଙ୍କ ନାମ ଓଡ଼ିଆ ଜଗତର ପ୍ରତେକ ବ୍ୟକ୍ତିଙ୍କୁ ଜଣା, ତାଙ୍କ ଦେହାନ୍ତରେ ଏବେ ପ୍ରତେକ କଳାକାର ବୃନ୍ଦ ମର୍ମାହତ । କୁହାଯାଏ ଆସିଛୁ ଏକା ଯିବୁବୀ ଏକା ଆଜି ଏହା ପ୍ରମାଣିତ ହୋଇଛି । ରାଇମୋହନଙ୍କ କଷ୍ଟ ତାଙ୍କ ସହ ହିଁ ବିଦାୟ ନେଇଛି ଏହି ଦୁନିଆରୁ । ଏହା ସତ୍ୟ ଘଟଣା ଅଟେ କି ରାଇମୋହନ ଏବେ ଆମ ଗହଣ ରେ ନାହାଁନ୍ତି । କିନ୍ତୁ ତାଙ୍କର ଅଭିନୟ ଆମ ପ୍ରତେକଙ୍କ ହୃଦୟରେ ଚିରଦିନ ପାଇଁ ରହିଯିବ।

ରାଇମୋହନ ପରିଡାଙ୍କ ଆତ୍ମହତୟଆ ଖବର ପାଇବା ପରେ ତାଙ୍କ ବାସଭବନ ପାଖକୁ ପ୍ରତେକ କଳାକାରଙ୍କ ସୁଅ ଛୁଟି ଥିଲା । ତାଙ୍କ ଦେହାନ୍ତ ଖବରରେ ସାରା ଓଡିଶାବାଶି ମଧ୍ୟ ଦୁଃଖ ପ୍ରକାଶ କରୁଛନ୍ତି । ତାଙ୍କ ସାଙ୍ଗରେ କାମ କରିଥିବା ପ୍ରତେକ କଳାକାରଙ୍କ ମତରେ ସେ ଏହି ଭଳି କମ କରିବେ ତାହା ପ୍ରତେକଙ୍କ ଚିନ୍ତାଧାରା ବାହାରେ ।

କିଛି ଦିନ ତଳେ ତାଙ୍କ ସହ ଦେଖା ହୋଇଥିବା କଳାକାର ମାନେ କହିଛନ୍ତିକି ସେ ଠିକ ଥିଲେ ଓ ଭଲ ଥିବା ଭଳି ଜଣା ଯାଉ ଥିଲେ । କିଛି ଦିନ ପରେ ତାଙ୍କ ଝିଅର ବାହାଘର ମଧ୍ୟ କରିବା କଥା ସେ କହିଥିଲେ । ମାତ୍ର ଆଜି ସକାଳ ହୁଏତ ଏକ ଅଭୂଲା ଦିନ ହୋଇ ରହିଗଲା ସବୁଙ୍କ ପାଇଁ, କାରଣ ନିଜକୁ ଫାଶୀ ଲଗାଇ ଆତ୍ମହତୟଆ କରିଛନ୍ତି ରାଇମୋହନ ।

ତାଙ୍କ ଦେହାନ୍ତକୁ ନେଇକି ଅଖିଳ ପଟ୍ଟନାୟକ କହିଛନ୍ତି କି ସେ ଯେଉଁ ସମୟରେ ଓଡିଆ ଜଗତରେ ନୂଆ ନୂଆ ପାଦ ଦେଇଥିଲେ ସେତେବେଳେ ରାଇମୋହନ ଏକ ପ୍ରକ୍ଷାତ ନାମ ହୋଇ ସାରିଥିଲା । ତଥାପି ସେ ନିଜର ଜୁନିୟର କଳାକକାର ମାନଙ୍କ ସହ ଏକ ସାନ ଭାଇ ଭଳି ବ୍ୟବହାର କରୁଥିଲେ । ରାଇମୋହନ ସବୁ ବେଳେ ନୂଆ ନୂଆ ଉପାୟ ମଧ୍ୟ ବତାଉଥିଲେ କି କେଉଁ ଭଳି ଭାବେ ଜୁନିୟର କଳାକାର ମାନେ କ୍ୟାମେରା ଆଗରେ ନର୍ଭସ ହେବେନି ଓ ନିଜର ଅଭିନୟ ଭଲ ଭାବେ କରିବେ ।

ସେମାନଙ୍କ ମଧ୍ୟରୁ ଜଣେ ଭାଗ୍ଯବାନ ବ୍ୟକ୍ତି ଥିଲେ ଅଖିଳ ଯିଏ କି ତାଙ୍କ ନିର୍ଦେଶନା ମଧ୍ୟ ଦେଖିଛନ୍ତି ଓ ତାଙ୍କ ସହ କାମ କରିବାର ସୁବର୍ଣ୍ଣ ସୁଯୋଗ ମଧ୍ୟ ପାଇଛନ୍ତି ବୋଲି ଅଖିଳ ନିଜେ ସ୍ଵୀକାର କରିଛନ୍ତି। ସେ ଏକ ଅନୁରୋଧ କରିଛନ୍ତି ସବୁ ଓଡିଶାବାଶିଙ୍କୁ କି  ରାଇମୋହନଙ୍କ ଯେଉଁ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାକୁ ଡିଲେଟ କରିବା ପାଇଁ ।

ସେ କହଛନ୍ତି କି ପରିବାର ଲୋକମାନେ କିମ୍ବା ପିଲା ମାନେ ଏହାକୁ ଦେଖିବା ଭଲ କଥା ନୁହେଁ । ଏହି ଭଳି ଦୁଃଖଦ ସମୟରେ ରାଇମୋହନଙ୍କ ଫୋଟୋକୁ ସେୟାର କରିବା ଠିକ ନୁହେଁ । ଏହାକୁ ମେଲ କରିକି ଗୁଗୁଲ ରୁ ଡିଲେଟ କରାଯାଉ । ଏହା ସହ ଅଖିଳ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ରାଇମୋହନଙ୍କ ମୃତ୍ୟୁରେ ।

Leave a Reply

Your email address will not be published. Required fields are marked *