ଆଖି ବୁଜିଲା ବିଶ୍ଵର ଏକମାତ୍ର ଶାକାହାରୀ କୁମ୍ଭୀର, କାନ୍ଦୁଛି ପୁରା କେରଳ, କୁମ୍ଭୀରକୁ ନେଇ ରହିଛି ପୁରାତନ ଲୋକପ୍ରଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ବାବିୟା ଶେଷ ନିଶ୍ୱାସ ତ୍ୟାଗ କରିଛି । କେରଳର କାସରଗୋଡରେ ଥିବା ଶ୍ରୀ ଆନନ୍ଦପଦ୍ମନାଭ ମନ୍ଦିରରେ ସୋମବାର ଆଖି ବୁଜିଛି ଦିବ୍ୟ ବାବିୟା । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାବିୟା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଦିବ୍ୟ କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ୱିପ୍ରହରରେ ବାହାରକୁ ବାହାରୁଥିଲା ।

ଲୋକ ମାନ୍ୟତା ଅନୁଯାୟୀ, ବାବିୟା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା । ଆଉ ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ଥିଲା । ଶ୍ରଦ୍ଧାଳୁ ମାନେ ଉଭୟ ଭଗବାନ କୁମ୍ଭୀରକୁ ଏଠାରେ ପୂଜା କରିଥିବାର ନଜର ରହିଛି । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାବିୟା ଗତ କିଛି ଦିନ ହେବ ଅସୁସ୍ଥ ଥିଲା । ଏପରିକି ପଶୁ ଚିକିତ୍ସିକ ବାବିୟାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ ।

ଗତ ୨ ଦିନ ହେବ ଖାଇବାକୁ ଡକାଯାଉଥିଲେ ମଧ୍ୟ କୂଳକୁ ଖାଇବାକୁ ଆସୁନଥିଲା ବାବିୟା । ଏହାପୂର୍ବରୁ ବାବିୟାକୁ ଯେତେବେଳେ ପୂଜାରୀ ଖାଇବାକୁ ଡାକୁଥିଲେ ସେତେବେଳେ କୂଳରେ ପହଞ୍ଚି ଯାଉଥିଲେ । ପ୍ରତ୍ୟେକ ଦିନ ୨ ଥର ମନ୍ଦିର ପୂଜକ ବାବିୟାଙ୍କୁ ଭଗବାନଙ୍କ ପ୍ରସାଦ ଖାଇବାକୁ ଦେଉଥିଲେ । ଆଉ ଏହାକୁ ବେଶ ଆନନ୍ଦ ସହକାରେ ଖାଉଥିଲା ବାବିୟା ।

ଯେହେତୁ କେବଳ ଭଗବାନଙ୍କ ପ୍ରସାଦ ଖାଉଥିଲା ତେଣୁ ବାବିୟାକୁ ବିଶ୍ୱର ଶାକାହାରୀ କୁମ୍ଭୀର ଭାବେ ପରିଗଣିତ କରାଯାଉଥିଲା । ସବୁଠୁ ବଡ କଥା ହେଉଛି ବାବିୟା ନା କେବେ ମାଂସ ଖାଉଥିଲା ନା କେବେ ପୋଖରୀରେ ଥିବା ମାଛ ଉପରେ ଆକ୍ରମଣ କରିଥିଲା । ତେବେ ବାବିୟାକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି ଏବଂ ତାହା ଭିତରୁ ସବୁଠୁ ରୋଚକ ଲୋକକଥା ଅନୁଯାୟୀ, କୁମ୍ଭୀର ବାବିୟା ସେହି ଗୁମ୍ପାର ସୁରକ୍ଷା ଦେଇଥାଏ ଯେଉଁଥିରେ ଭଗବାନ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

କାହିଁ କେତେ ଦଶନ୍ଧି ପୂର୍ବରୁ ଜଣେ ସନ୍ଥ ଆନନ୍ଦପଦ୍ମନାଭସ୍ୱାମୀ ମନ୍ଦିରରେ ତପସ୍ୟା କରୁଥିଲେ । ଏହି ସମୟରେ ପ୍ରଭୁ ଶ୍ରୀକୃଷ୍ଣ ବାଳକ ରୂପରେ ଆସି ସନ୍ଥଙ୍କୁ ଚିଡାଇଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ତପସ୍ୱୀ ଜଣକ ମନ୍ଦିର ପରିସରରେ ଥିବା ପୋଖରୀକୁ କୁନି ବାଳକଙ୍କୁ ଠେଲି ଦେଇଥିଲେ । କିନ୍ତୁ ପରେ ସନ୍ଥ ନିଜର ଭୁଲ ବୁଝିପାରି ବାଳକକୁ ଖୋଜିଥିଲେ ମଧ୍ୟ ନିରାଶ ହୋଇଥିଲେ । ଆଉ ପ୍ରଚଳିତ ଲୋକ କଥା ଅନୁଯାୟୀ, ସେହିଠାରେ ଭଗବାନ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ।

ଆଉ କିଛି ସମୟ ମଧ୍ୟରେ ପୋଖରୀ ମଧ୍ୟରୁ ଏକ କୁମ୍ଭୀର ସାମ୍ନାକୁ ଆସିଥିଲା । ଆଉ ସେବେଠାରୁ ବାବିୟାକୁ ଭଗବାନଙ୍କ ଦୂତ ଭାବେ ପୂଜା କରି ଆସୁଥିଲେ ଶ୍ରଦ୍ଧାଳୁ । ବାବିୟାଙ୍କ ଦର୍ଶନ କଲେ ଶୁଭଫଳ ମିଳିଥାଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଥିଲା । ତେବେ ୨୦୨୦ରେ ବାବିୟା ମନ୍ଦିର ପରିସରକୁ ଚାଲି ଆସିଥିଲା । କିନ୍ତୁ ପୂଜକଙ୍କ କହିବା ପରେ ତୁରନ୍ତ ପୁଣି ପୋଖରୀ ମଧ୍ୟକୁ ଚାଲି ଯାଇଥିଲା ।

ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ତେବେ ବାବିୟାର ମୃତ୍ୟୁ ପରେ ମନ୍ଦିର ପରିସରରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡିଛି । ଜଣେ ସନ୍ଥଙ୍କୁ ଯେମିତି ସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଥାଏ ବାବିୟାକୁ ମଧ୍ୟ ଠିକ୍ ସେମିତି ସମ୍ମାନର ସହ ଶେଷ ବିଦାୟ ଦିଆଯିବ । ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ବାବିୟାର ଅନ୍ତିମ ସଂସ୍କାର କରିବେ ମନ୍ଦିର କର୍ତ୍ତୃପକ୍ଷ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *