ବନ୍ଧୁଗଣ ଦୁନିଆର ସମସ୍ତ ଲୋକ ସବୁବେଳେ ନିଜ କାମ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଚିନ୍ତାରେ ରହୁଛନ୍ତି । ଚିନ୍ତାରେ ରହିବା ଦ୍ଵାରା ଲୋକମାନଙ୍କୁ ଅନେକ ରୋଗ ଘାରୁଛି । ବନ୍ଧୁଗଣ ଡାକ୍ତର ମାନେ ବି କହିଛନ୍ତି ସବୁ କାମ ହସ ଖୁସିରେ କରିବା ଉଚିତ । ଆପଣ ମାନେ ନିଜର ସମସ୍ତ କାମକୁ ହସ ଖୁସିରେ କରି ଦେଖନ୍ତୁ ଦେଖିବେ ଆପଣ ଆଜୀବନ ସୁସ୍ଥ ରହିବେ । ତେଣୁ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ହସ ନେଇ ଆଜି ଆମେ ଆସିଛୁ ।
ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
୧. ସ୍ତ୍ରୀ- ସବୁ ସଫଳ ମଣିଷ ପଛରେ ସ୍ତ୍ରୀର ହାତ ଥାଏ ।
ସ୍ଵାମୀ- ଯଦି ଗୋଟେ ରୁ ଅଧିକ ସ୍ତ୍ରୀର ହାତ ରହିବ ତା ହେଲେ ?
ଭୟଙ୍କର ଜବାବ ଦେଲା ସ୍ତ୍ରୀ- ତା ହେଲେ ପରେ ତାକୁ ‘ସାବଧାନ ଇଣ୍ଡିଆ’ କାହାଣୀରେ ଦେଖା ଯାଇଥାଏ ।
୨. ଜଣେ ବୃଦ୍ଧ ମଣିଷ ଏକ କମ୍ପାନୀକୁ ଯାଇ ମ୍ୟାନେଜରକୁ କହିଲା- ଆପଣଙ୍କ କମ୍ପାନୀରେ ମୋର ପୁଅ କାମ କରୁଛି… ମୁଁ ତା ସହ ଦେଖା କରିପାରିବି ?
ମ୍ୟାନେଜର ବୃଦ୍ଧକୁ କିଛି ସମୟ ଦେଖିଲା ଆଉ କହିଲା- ଆପଣ ଟିକେ ଡେରିରେ ଆସିଲେ । ଆପଣଙ୍କ ପୁଅ ଆପଣଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଛୁଟି ନେଇ ଏବେ ଯାଇଛି ।
୩. ଶିକ୍ଷକ- ଟେବୁଲ ଉପରେ ଚାହା କିଏ ପକାଇଲା ? ଏହାକୁ ନିଜ ମାତୃ ଭାଷାରେ ଅନୁବାଦ କର ?
ଛାତ୍ର- ମାତୃ ଭାଷା ମାନେ ମାଙ୍କ ଭାଷା ତ ?
ଶିକ୍ଷକ- ହଁ ।
ଛାତ୍ର- ଆରେ ହାରମି, ଭଲ ଟେବୁଲକୁ ଖରାପ କରିଦେଲୁ ନା ଏବେ ମନକୁ ଶାନ୍ତି ମିଳିଗଲା ତ… ତୋ ବାପାଙ୍କୁ ଆସିବାକୁ ଦେ ସେ ହିଁ ତୋତେ ସବକ ଶିଖେଇବେ ।
୪. ବିବାହର ଗୋଟେ ଦିନ ପରେ ସ୍ଵାମୀ ନିଜ ସ୍ତ୍ରୀକୁ ମାରପିଟ କରିବାକୁ ଲାଗିଲା…
ଲୋକମାନେ ପଚାରିଲେ କଣ ପାଇଁ ମାରୁଛ ବିଚାରୀକୁ ?
ସ୍ଵାମୀ କହିଲା- ଇଏ ମୋର ଚାହାରେ ଗୋଟେ ତାବିଜ ପକେଇ ମୋତେ ପିଇବାକୁ ଦେଇଛି ।
ଇଏ ମୋତେ କବଜା କରିବାକୁ ଚାହୁଁଛି । ଆଉ ମୋ ମା ଠାରୁ ମୋତେ ଦୂରେଇବାକୁ ଚାହୁଁଛି ।
ସ୍ତ୍ରୀ କାନ୍ଦି କାନ୍ଦି କହିଲା- ସେଇଟା ତାବିଜ ନୁହେଁ ଟି ବେଗ ଥିଲା ।
୫. ବାପ- ପୁଅ ଟିକେ ୧ ମିନିଟ ପାଇଁ ତୋର ମୋବାଇଲ ଦେଲୁ…
ପୁଅ- ୧ ମିନିଟ ON ରୁହ ଅନ୍ କରିକି ଦେଉଛି ।
Delete Videos…
Delete Photos…
Delete Calls…
Delete Messages…
ନି ବାପା ଫୋନ ON ହେଇଗଲା ।
ବାପା- ନା ଥାଉ ମୋତେ ଖାଲି ସମୟ କେତେ ହେଲା କହ ?
6. ଝିଅ- ଆମେ ଝିଅ ମାନେ ପୁଅ ମାନଙ୍କ ଠାରୁ ଅଧିକ ସ୍ମାର୍ଟ ଅଟୁ ।
ଝିଅ- ଆଛା ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଲ ।
ଝିଅ- ପଚାର ?
ପୁଅ- Ek-Kiss ପରେ କଣ ହୁଏ ?
ଝିଅ- ତମ ପୁଅ ମାନଙ୍କ ମୁଣ୍ଡରେ ଖାଲି ଏଇ ସବୁ ପ୍ରଶ୍ନ ଘୁରି ବୁଲେ । ଏକ-କିସ୍ ପରେ ପ୍ରେମ ହୋଇଥାଏ ।
ପୁଅ- ଏକ-କିସ୍ (21) ପରେ ବାଇଶ (22) ଆସେ । ଅଧିକ ରୋମାଣ୍ଟିକ କାହିଁକି ହେଉଛ ଭଉଣୀ ପାଠ ପଢା ଉପରେ ଅଧିକ ଧ୍ୟାନ ଦିଅ ।
୮. ଆକବର (ବୀରବଲ କୁ)- କଥା ଦିଅ ବୀରବଲ କି ତୁମ ବାହାଘର ଯେବେ ହେବ ତ ତୁମ ସ୍ତ୍ରୀ କୁ ପ୍ରଥମେ ମୁଁ Kiss କରିବି
ବୀରବଲ – ଆଜ୍ଞା ହୁଜୁର, କିନ୍ତୁ ମୋର ବି ଗୋଟିଏ ସର୍ତ୍ତ
ଆକବର – କୁହ କଣ ସର୍ତ୍ତ ?
ବୀରବଲ – ମୁଁ ଆପଣଙ୍କ ଭଉଣୀକୁ ବାହାହେବି