ପୁଣି ଥରେ ଆକାଶରେ ଝୁଲିଲା ଜୀବନ, ମଝି ରାସ୍ତାରେ ଅଟକିଗଲା କେବୁଲ କାର, ଆଉ ତା’ ପରେ …ଯାହା ହେଲା ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।

ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ । ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ ।

ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଯାନ୍ତ୍ରିକ ସମସ୍ୟା କାରଣରୁ ଏକ ରୋପ ୱେ ଫସି ଯିବାରୁ ମଝି ଆକାଶରେ ଅଟକି ରହିଛି ୮ ଜୀବନ ।

ହିମାଚଳ ପ୍ରଦେଶ ସାଲୋନ ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା । ବିଗତ ୨ ଘଣ୍ଟା ଧରି ଏଠାରେ ଉଦ୍ଧାର ଅଭିଯାନ ଜାରି ରହିଛି । ଏହି ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ମଧ୍ୟରେ ଫସି ରହିଥିବା ଲୋକ ପର୍ଯ୍ୟଟକ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା କୁହାଯାଇଛି । ଯାନ୍ତ୍ରିକ ସମସ୍ୟା କାରଣରୁ ଏକ ଟିମ୍ବର ଟ୍ରେଲ ରୋପ ୱେ କେବୁଲ କାର ରାସ୍ତାରେ ଅଟକି ଯାଇଥିବା ଜଣାପଡିଛି ।

କେବୁଲ କାର ମଧ୍ୟରେ ଫସି ରହିଥିବା ଲୋକଙ୍କ ଭିଡ଼ିଓ ସାମ୍ନାକୁ ଆସିଛି । ଭିଡିଓ ମାଧ୍ୟମରେ ଲୋକେ ଉଦ୍ଧାର କରିବାକୁ କହୁଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ପ୍ରୟାସ ଜାରି ରହିଛ । ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଏକ କେବୁଲ କାର ବ୍ୟବହାର କରାଯାଉଛି । ତେବେ ଘଟଣାସ୍ଥଳରେ ଟିମ୍ବର ଟ୍ରେଲ ଅପରେଟର ଦଳକୁ ପଠାଯାଇଛି । ଅନ୍ୟପଟେ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି ।


ପ୍ରାୟ ୨ ଘଣ୍ଟା ଧରି ଫସି ରହିଥିବା କେବୁଲ କାର ୧୧ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା । ଉଦ୍ଧାର କାର୍ଯ୍ୟକୁ ଆଗେଇ ନେବା ପାଇଁ ଏନଡିଆରଏଫ ବଳକୁ ମଧ୍ୟ ଡକା ଯାଇପାରେ ।  ତେବେ ଏହା ପୂର୍ବରୁ ଗତ ୧୯୯୨ ମସିହାରେ  ହିମାଚଳ ପ୍ରଦେଶରେ ଏପରି ଏକ ସମାନ ରୋପୱେ ଦୁର୍ଘଟଣା ଘଟିଥିଲା । ଯେଉଁଠି ପ୍ରାୟ ୩ ଦିନ ଧରି ୧୦ ଜଣ ଲୋକ ଟ୍ରଲି ମଧ୍ୟରେ ଫସି ରହିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିଲେ ।

ସେତେବେଳେ ସେନା ଏବଂ ବାୟୁସେନା ଯବାନ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଥିଲେ । ସେହି ଘଟଣାକୁ ମନେ ପଡିଲେ ଲୋକେ ଏବେ ମଧ୍ୟ ଥରି ଉଠିଥାନ୍ତି । ଗତ ଅପ୍ରେଲରେ ଝାଡଖଣ୍ଡ ଦେଓଘର ଜିଲ୍ଲାରେ ଏକ ରୋପୱେ କେବୁଲ କାର ୪୦ ଘଣ୍ଟା  ଧରି ଫସି ରହିବାରୁ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *