ନମସ୍କାର ବନ୍ଧୁଗଣ ତେବେ ଆଜି କାଲି ହେଉଛି ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ବିଭିନ୍ନ ସୋସିଆଲ ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ । ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ଏହାକୁ ଭିଡିଓ ର ଗନ୍ତାଘର ମଧ୍ୟ କୁହାଯାଏ । ତେବେ ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି ।
ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି । ଦେଶ ର କୌଣସି ନା କୌଣସି ସ୍ଥାନରେ କିଛି ନା କିଛି ଅଦ୍ଭୁତ ଘଟଣା ଘଟିଥାଏ ଯାହାକି କାହାର କ୍ୟାମେରା କିମ୍ବା ସିସିଟିଭି ରେ ରେକର୍ଡ ହୋଇ ଯାଇଥାଏ । ତେବେ ସେହି ଘଟଣା ବିଷୟରେ ଜାଣିଲେ କିମ୍ବା ଦେଖିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ ।
ତେବେ ସେହି ଭଳି ଏକ ଦୃଶ୍ୟ ବର୍ତ୍ତମାନ ଦେଖିବାକୁ ମିଳୁଛି ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଠି ଦେଖିବାକୁ ମିଳୁଛି କି କିଛି ଯୁବକ ୫୦୦ ଟଙ୍କିଆ ନୋଟ ବଣ୍ଡଲ କୁ ଧରି ଆକାଶରେ ଉଡାଉଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ଆଲୋଚନା କରିନେବା । ତେବେ କାରରେ ଆସିଲେ ଟଙ୍କା ବର୍ଷା କଲେ । କ୍ଷଣିକ ପାଇଁ କେହି କିଛି ବୁଝିପାରିଲେନି କାହିଁକି ଏଭଳି ହେଉଛି ।
ହାଇଦ୍ରାବାଦର ଓଲଡ୍ ସିଟି ସ୍ଥିତ ଚାରମିନାର ନିକଟରେ ଏଭଳି କିଛି ଘଟଣା ସମସ୍ତଙ୍କୁ ଚକିତ କରିଥିଲା । କିଛି ଯୁବକ କାରରେ ଆସି ଟଙ୍କା ଫିଙ୍ଗୁଥିବା ସମସ୍ତଙ୍କ ନଜରକୁ ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୪ଟା ସମୟରେ କିଛି ଯୁବକ ଚାରିଟି କାରରେ ଗୁଲଜାର ହାଉସ୍ ଫାଉଣ୍ଟେନ୍ ନିକଟକୁ ଆସି ପାଟିତୁଣ୍ଡ କରିବା ସହିତ ୨୦ ଟଙ୍କିଆ ଟଙ୍କା ବିଡା ବାହାର କରି ଉଡାଇଥିଲେ ।
ଭିତରେ ଥିବା ସଫେଇ କର୍ମଚାରୀ ମାନେ ଏହି ଘଟଣାକୁ ଦେଖି ସେଠାରେ ପହଞ୍ଚିଥିଲେ । ୨୦ ଟଙ୍କିଆ ନୋଟ୍ ସବୁ ତଳେ ପଡିଥିବା ଦେଖି ସେଗୁଡିକୁ ଗୋଟାଇବା ଆରମ୍ଭ କରିଥିଲେ ।ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ କିଛି ଯୁବକ ଗୁଲଜାର ହାଉସ ଫାନଟମ୍ ନିକଟକୁ ଆସି ହୋ ହଲ୍ଲା କରିବା ସହିତ ଟଙ୍କା ଫିଙ୍ଗିଥିଲେ । ପରେ ସେମାନେ କାଲି କମାନ୍ ଆଡକୁ ଚାଲି ଯାଇଥିଲେ । ଘଟଣାକୁ ନେଇ ଚାରମିନାର ଥାନାଧିକାରୀ ଗୁରୁ ନାଇଡୁ କହିଛନ୍ତି ପୁରା ବିଚ୍ ରାସ୍ତାରେ ଏଭଳି ଘଟଣା ଘଟିଛି ।
ଏକ ବରଯାତ୍ରୀ ଶୋଭାଯାତ୍ରା ଯାଉଥିବା ବେଳେ ନିକଟରେ ଏହି ଘଟଣା ଦେଖିବାକୁ ମିଳିଛି । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଖୋଳତାଡ ଜାରି ରହିଛି । ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଯୁବକମାନେ ଫିଙ୍ଗିଥିବା ନୋଟ୍ ଗୁଡିକ ସତ କିମ୍ବା ଜାଲ୍ ନୋଟ ସେ ନେଇ ତଦନ୍ତ ଜାରି ରହିଥିବା ଗୁରୁ ନାଇଡୁ କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।