କଣ ଆପଣଙ୍କ ହାତ, ଗୋଡ ଝିମିଝିମି ହେଇ ଯାଉଛି ? ତ ହେଇ ଯାଆନ୍ତୁ ସାବଧାନ ! ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି 3 ଟି ଜିନିଷ (Health Tips)

ବନ୍ଧୁଗଣ ଅନେକ ଥର ଆମ ମାନଙ୍କ ହାତ ଗୋଡ ଶୂନ୍ୟ ପଡି ଯାଇଥାଏ ଓ ଝିମ ଝିମ ହୋଇଥାଏ । ଯେତେବେଳେ ଆମ ଗୋଟିଏ ସ୍ଥାନରେ ବସି ରହିଥାଉ ବା ଆମର ଗୋଟିଏ ଅଙ୍ଗ ଉପରେ ଅଧିକ ଚାପ ପଡିଥାଏ ସେତେବେଳେ ସେହି ଅଙ୍ଗରେ ରକ୍ତ ସଂଚାଳନ ଠିକ ଭାବରେ ହୋଇପାରି ନଥାଏ ଯାହାଫଳରେ ଆମ ହାତ ଗୋଡ ଝିମଝିମ ଲାଗିଥାଏ । ହେଲେ ଯଦି ବାରମ୍ବାର ଆପଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଏହାକୁ ହାଲୁକାରେ ନିଅନ୍ତୁ ନାହିଁ କାରଣ ଏହା ଆଗାମୀ ସମୟରେ ଏକ ଗମ୍ଭୀର ରୋଗର ସଙ୍କେତ ହୋଇପାରେ ।

ବନ୍ଧୁଗଣ ଏହି ସମସ୍ୟା ହେବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଶରୀରରେ ପୋଷାକ ତତ୍ଵର ଅଭାବ ହେବା । ଯଦି ଆପଣଙ୍କ ଶରୀରରେ ଭିଟାମିନ ବି 12, ପୋଟାସିୟମ, କ୍ୟାଲସିୟମ, ଆଇରନ ଓ ମାଗ୍ନେସିୟମର ପରିମାଣ କମ ଥିବ ତା ହେଲେ ମଧ୍ୟ ଆପଣଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ଆପଣ ମାନେ ଚାହିଁଲେ ମେଡ଼ିସିନର ସେବନ କରିପାରିବେ ହେଲେ ମେଡ଼ିସିନ ଠାରୁ ଅଧିକ ଭଲ ହେବ ଯଦି ଆପଣ ନିଜ ଡାଏଟରେ ଏହି ସବୁ ଜିନିଷ ନେବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏହି ଉପଚାରକୁ କରି ଆପଣ ମାନେ ନିଜର ଏହି ସମସ୍ୟାକୁ ଅତି ଶୀଘ୍ର ଦୂର କରିପାରିବେ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ଚାହିଁଲେ ନିଜ ଘରେ ହାତ ଗୋଡକୁ ତେଲରେ ମାଲିସ କରି ଆରମ ଦେଇ ପାରିବେ । 

ହାତ ଗୋଡ ତେଲରେ ମାଲିସ କରିବା ଦ୍ଵାରା ଆମ ଶରୀରର ରକ୍ତ ସଂଚାଳନ ବହୁତ ଭଲ ଭାବରେ ହୋଇଥାଏ ଓ ଏହା ସହିତ ଆମ ମାଂସ ପେଶୀ ମଝବୁତ ହୋଇଥାଏ ଯାହାଫଳରେ ଆମର ଏହି ସମସ୍ୟା ଦୂର ହୋଇଥାଏ । ବନ୍ଧୁଗଣ ଯଦି ଆପଣଙ୍କୁ ଲମ୍ବା ସମୟ ଧରି ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ତା ହେଲେ ଆପଣ ଏକ ପାତ୍ରରେ ଗରମ ପାଣି ନିଅନ୍ତୁ ଓ ସେଥିରେ କିଛି ମାତ୍ରାରେ ଗୋଟା ଲୁଣ ପକାନ୍ତୁ । ଏହା ପରେ ଆପଣ ନିଜ ଗୋଡ ଓ ହାତକୁ ସେହି ଉଷୁମ ପାଣିରେ କିଛି ସମୟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ ।

ବନ୍ଧୁଗଣ ଆପଣ ମାନେ ଡାଲଚିନିର ସହ ଜଡିତ ଏକ ଉପଚାର ନିଶ୍ଚୟ କରନ୍ତୁ । ଆପଣ ମାନେ ଅଧା ଚାମଚ ଡାଲଚିନି ଗୁଣ୍ଡ ଏକ ଗ୍ଳାସ ଉଷୁମ ପାଣିରେ ମିଶାଇ ସେବନ କରନ୍ତୁ । ଏହା ବ୍ୟତୀତ ଆପଣ ମାନେ ଅଧା ଚାମଚ ଡାଲଚିନି ଗୁଣ୍ଡ ସହ ଏକ ଚାମଚ ମହୁ ନେଇ ସେବନ କରନ୍ତୁ ଓ ଶେଷରେ ଏକ ଗ୍ଳାସ ଉଷୁମ ପାଣି ପିଇଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କର ହାତ ଗୋଡରେ ଝିମ ଝିମ ହେବା ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ତା ହେଲେ ବନ୍ଧୁଗଣ ଏହି ସବୁ ଉପଚାରକୁ ନିଶ୍ଚୟ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *