କଲେଜ ଯାଇନଥିଲା ଲିପା ହେଲେ ଅଜଣା ନମ୍ବରରୁ ଆସିଲା କଲ କହିଲା… ଲିପା ଆଉ ନାହିଁ, ଏପଟେ ମାମୁଁ କହୁଛନ୍ତି ମୋ ଭାଣିଜୀକୁ..

ଅଜଣା ନମ୍ବରରୁ କଲ୍ ଆସିଲା କଲ୍ ରେ କହିଲା ଲିପା ଆଉ ନାହିଁ… ତେବେ ଘର ମଧ୍ୟରୁ ମିଳିଛି +3 ଛାତ୍ରୀଙ୍କର ମୃତ ଦେହ । ତେବେ ଛାତ୍ରୀ ଜଣଙ୍କ ଭୁବନ ଥାନା ଅନ୍ତର୍ଗତ ଗଡନୃଶିହ୍ନ ପ୍ରସାଦ ଗ୍ରାମର ବ୍ରହ୍ମାନନ୍ଦ ନାୟକଙ୍କ ଝିଅ ପଦ୍ମିନୀ । ପଦ୍ମିନୀଙ୍କ ଡାକ ନାମ ଥିଲା ଲିପା । ଲିପା +3 ରେ ପାଠ ପଢୁଥିଲେ ଏପରିକି ସେ ଭଲ ପାଠ ମଧ୍ୟ ପଢୁଥିଲେ । ତେବେ ଅଚାନକ ଘର ଲୋକଙ୍କ ପାଖକୁ ଏକ ଅଜଣା ପୁଅ ଫୋନ କରିଥିଲା । ଲିପା ଚେତାଶୂନ୍ୟ ହୋଇ ପଡିଛି ବୋଲି ମଧ୍ୟ ଲିପାର ମାମୁଁଙ୍କୁ ଜଣାଇଥିଲା ।

ତାପରେ ଘରକୁ ଯାଇ ଦେଖିବା ବେଳକୁ ଚେତାଶୂନ୍ୟ ହୋଇ ଘରେ ପଡିଥିଲା ଲିପା । ତାପରେ ସଙ୍ଗେ ସଙ୍ଗେ ଲିପାର ଏଭଳି ଅବସ୍ଥା ଦେଖି ତାକୁ ମେଡିକାଲକୁ ନେଇଯାଇଥିଲେ । ତାପରେ ଯେଉଁ ନମ୍ବରରୁ ଜଣେ ଅଜଣା ଲୋକ ଲିପାଙ୍କ ମାମୁଁଙ୍କୁ ଫୋନ କରି ଜଣାଇଥିଲା । ଯେ ତୁମ ଝିଅ ଘରେ ଚେତାଶୂନ୍ୟ ହୋଇପଡିଛି । ଲିପାର ପରିବାର ଲୋକେ ସେହି ଅଜଣା ଲୋକକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ।

ହେଲେ ସେହି ଅଜଣା ଲୋକ ସହ ପରିବାର ଲୋକଙ୍କର ଫୋନରେ ଯୋଗାଯୋଗ ଆଉ ହୋଇପାରିନଥିଲା । ତେବେ ଲିପାକୁ ମେଡିକାଲକୁ ଆଣିବା ପରେ ଲିପା ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ । ହେଲେ ଛାତ୍ରୀ ଜଣଙ୍କର ମୃତ୍ୟୁ କିପରି ହେଲା ? ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଏହାରି ସବୁ ମଧ୍ୟରେ ଲିପାର ବେକରେ ଗୋଟେ ଦାଗ ରହିଛି ବୋଲି ଦେଖିବାକୁ ମିଳିଛି । ତେବେ ସୂଚନା ମୁତବକ ଲିପା ନାମକ ଛାତ୍ରୀ ଜଣଙ୍କ ଭୁବନ ବ୍ଲକ କୁନିଦା ଗ୍ରାମରେ ନିଜ ମାମୁଁଙ୍କ ଘରେ ରହି ପାଠ ପଢୁଥିଲେ ।

ଲିପାଙ୍କ ମାମୁଁ ସୁଦାମ ବାରିକ ତାଙ୍କ ଜନ୍ମସ୍ଥାନକୁ ଛାଡି ଅପରାହ୍ନରେ କ୍ରିକେଟ ଖେଳ ଦେଖିବାକୁ ଯାଇଥିଲେ । ହେଲେ ତା’ ର କିଛି ସମୟ ପରେ କେହି ଜଣେ ଅଜଣା ଲୋକ ଲିପାଙ୍କ ମାମୁଁ ସୁଦାମଙ୍କୁ ଫୋନ କରି କହିଥିଲେ । ଯେ ତୁ ଭାଣିଜୀ ଘରେ ଚେତାଶୂନ୍ୟ ହୋଇପଡିଛି । ତେବେ ସୁଦାମ ବାରିକ ଘରକୁ ଆସି ଲିପାକୁ ମେଡିକାଲ ନେଇଥିଲେ ମଧ୍ୟ ଲିପାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଲିପାଙ୍କର ମୃତ୍ୟୁ ଘଟଣା ଉପରେ ପୋଲିସ ଏବେ ତଦନ୍ତ ଆରମ୍ଭ କରିଦେଇଛି । ଖବରର ଅପଡେଟ ପାଇଁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଧନ୍ୟବାଦ   

Leave a Reply

Your email address will not be published. Required fields are marked *