Airtel ଦେଲା ନିଉ ଇୟର ଗିଫ୍ଟ, Prepaid plans ଉପରେ ଭାରି Discount !

ବନ୍ଧୁଗଣ, ବର୍ଷ ୨୦୨୧ ଆମ୍ଭଠାରୁ ବିଦାୟ ନେବାକୁ ବସିଛି । ନୂଆବର୍ଷ ର ଠିକ ପୂର୍ବରୁ Airtel କମ୍ପାନୀ ନିଜ ଗ୍ରାହକ ଙ୍କ ପାଇଁ ଉପହାର ନେଇ ଆସିଅଛି । କିଛି ଦିନ ପୂର୍ବେ ସମସ୍ତ ଟେଲିକମ କମ୍ପାନୀ ଗୁଡିକ ନିଜର ପ୍ରିପେଡ ପ୍ଳାନ ଗୁଡିକ ମହଙ୍ଗା କରି ଦେଇଥିଲେ । ମାତ୍ର ଏହା ମଧ୍ୟରେ Airtel ଅଫର ନେଇ ଆସିଅଛି । ଏହି ଅଫର ଅନୁସାରେ ମୋବାଇଲ ରିଚାର୍ଜ ଉପରେ ଡିଶକାଉଣ୍ଟ ମିଳିବାକୁ ଯାଉଅଛି । Airtel ନିଜର କେତେକ ପ୍ଳାନ ଉପରେ ୫୦ ଟଙ୍କା ର ଡିଶକାଉଣ୍ଟ ଦେଉଅଛି ।

ମାତ୍ର ଏହି ଡିଶକାଉଣ୍ଟ ର ଫାଇଦା ନେବା ନିମନ୍ତେ ଆପଣଙ୍କ ପାଖରେ Airtel ଥାଙ୍କସ ଆପ ର ହେବା ଆବଶ୍ୟକ ଅଟେ । ଆପଣଙ୍କୁ ପ୍ଲାନ୍ସ ସବ୍ସକ୍ରାଇବ କରିବା ଦ୍ଵାରା ଆଡିସନାଲ ଡେଟା ମଧ୍ୟ ଦିଆଯାଉଅଛି । Airtel ର ୩୫୯ ଟଙ୍କା ର ପ୍ଳାନ ରେ ନୀତିଦିନ ୨ GB ଡାଟା ଦିଆଯାଇଥାଏ । ଏହି ପ୍ଳାନ ସହିତ ଅନଲିମିଟେଡ କଲ୍ସ ଏବଂ ୧୦୦ SMS ର ମଧ୍ୟ ସୁବିଧା ରହିଅଛି । ତେବେ ଏହି ପ୍ଳାନ କୁ ଯେତେବେଳେ ଆପଣ ରିଚାର୍ଜ କରିବେ ତେବେ ଆପଣଙ୍କୁ କେବଳ ୩୦୯ ଟଙ୍କା ହିଁ ଖର୍ଚ୍ଚ କରିବାକୁ ହେବ ।

ଅର୍ଥାତ ଏହି ପ୍ଳାନ ଉପରେ କମ୍ପାନୀ ସମୁଦାୟ ୫୦ ଟଙ୍କା ର ଫାଇଦା ଦେବାକୁ ଯାଉଅଛି । ଏହି ପ୍ଳାନ ସହିତ ଏଡିସନାଲ ୨ GB ଡାଟା ଦିଆ ଯାଉଅଛି । ଏହାକୁ ଭାଲିଡିଟି ଥିବା ଅବସ୍ଥାରେ କେବେ ମଧ୍ୟ ରୀଡୀମ କରି ପାରିବେ । Airtel କମ୍ପାନୀ ୫୯୯ ର ପ୍ଳାନ ଉପରେ ମଧ୍ୟ ୫୦ ଟଙ୍କା ର ଡିଶକାଉଣ୍ଟ ଦେବାକୁ ଯାଉଅଛି । ଏହି ପ୍ଳାନ ସହିତ Disney+ Hotstar ମୋବାଇଲ ର ମଧ୍ୟ ଆକ୍ସେସ ମିଳିବ ।

ଏଥିରେ ନୀତିଦିନ ୩ GB ଡାଟା ସହିତ ଅନଲିମିଟେଟ କଲ ଏବଂ ୨୮ ଦିନର ଭାଲିଡିଟି ଦିଆଯାଇଥାଏ । ଏହି ପ୍ଳାନ କୁ ଆପଣ ଡିଶକାଉଣ୍ଟ ସହିତ କେବଳ ୫୪୯ ଟଙ୍କାରେ କିଣି ପାରନ୍ତି । Airtel ରେ ପୂର୍ବ ରୁ ୫୪୯ ର ପ୍ଳାନ ରହିଅଛି । ଏଥିରେ ନୀତିଦିନ ୨ GB ଡାଟା ସହିତ ୫୬ ଦିନର ଭାଲିଡିଟି ରହୁଅଛି । ଏହି ପ୍ଳାନ ମଧ୍ୟ ଅନଲିମିଟେଡ voice କଲ ଏବଂ ୧୦୦ sms ସହିତ ଆସିଥାଏ ।

ଏହା ସହିତ କମ୍ପାନୀ ୪ GB ଡାଟା ମଧ୍ୟ ଦେଉଅଛି । ମୋଟ ଉପରେ କହିବାକୁ ଗଲେ, Airtel ର ଏହି ଅଫର ଗ୍ରାହକଙ୍କ ପାଇଁ ଲାଭ ଦାୟକ ସାବ୍ୟସ୍ଥ ହେବ । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଉପରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *