Air Port ରୁ ବାହାରୁ ବାହାରୁ ପୁଅକୁ ଚପଲରେ ପିଟିଲା ମା, ଲୋକେ ମହିଲେ ‘ମା’ର ଭାରତୀୟ ରୂପ’, ଆପଣ ନିଜ ହସକୁ ଅଟକେଇ ପାରିବେନି, ଦେଖନ୍ତୁ ଏହି ମଜାଦାର Video

ବନ୍ଧୁଗଣ, ଏହି ବିଶାଳ ଆଧୁନିକ ଯୁଗରେ ଆଜିକାଲି ସମସ୍ତେ ଇଣ୍ଟରନେଟ ସହିତ ଜଡିତ ହୋଇ ଅଛନ୍ତି । ମୁଖ୍ୟତ ଦେଶ ବିଦେଶର ନାନା ପ୍ରକାରର ଖବର କୁ ସର୍ବ ପ୍ରଥମେ ଆମ୍ଭେ ସୋସିଆଲ ମିଡିଆ ରେ ଦେଖିବାକୁ ପାଉଅଛୁ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଏକ ମଜାଦାର ବିଷୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଗୋଟେ ପଟେ ପୁଅ ନିଜ ହାତରେ ଏକ ବୋର୍ଡ ରେ ଧରିଛି We Missed You caption, ଅନ୍ୟପଟେ ମା’ ହାତରୁ ଚପଲ ମାଡ ।

ଏୟାରପୋର୍ଟ ରୁ ବାହାରୁ ବାହାରୁ ପୁଅକୁ ଗୋଡାଇ ଗୋଡାଇ ପିଟୁଛି ମା’ । ସୋସିଆଲ ମିଡିଆ ରେ ବର୍ତ୍ତମାନ ଏହି ଭିଡିଓ ବେସ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଜଣେ ମା’ ନିଜ ପୁଅ କୁ ଚପଲ ରେ ପିଟୁଥିବାର ଦେଖିବାକୁ ମିଳିଛି । ଏହି ମଜାଦାର ଭିଡିଓ ଟି ଭାଇରାଲ ହେବା ପରେ ଏହା ମା’ ର ଭାରତୀୟ ରୂପ ବୋଲି କିଛି ଲୋକ କହିଛନ୍ତି । ଦୁନିଆରେ ମା’ ର ସ୍ନେହ ସବୁଠାରୁ ନିଆରା ଅଟେ ।

ମା’ ର ମମତା ଏବଂ ତାର ଶାସନ ସବୁଠାରୁ ଅଲଗା ଅଟେ । ମା ର ସନ୍ତାନ ଅଝଟ ହେଲେ ତାକୁ ନିଜ ପଣତ କାନୀରେ ରେ ପୋଛି ଯେପରି ବୁଝାଇଥାଏ, ଠିକ ତାର ବିପରୀତ ଉଚିତ ଶିକ୍ଷା ଦେବାକୁ ତାକୁ ଶାସନ ମଧ୍ୟ କରିଥାଏ । ସେଥିପାଇଁ ତ ମା କୁ ମମତାମୟୀ ର ଆକ୍ଷା ଦିଆଯାଇଛି । ଏୟାରଫୋର୍ସ ରେ ପୁଅ ଯିବା ମାତ୍ରେ ମା ମାରିବାକୁ ଲାଗିଲେ । ଏହାକୁ ପୁଅ ନିଜ ସାଙ୍ଗ ଙ୍କ ଦ୍ଵାରା ସେଠାରେ ରେକର୍ଡ କରୁଥିଲା ।

ଏହାକୁ ଦେଖି ମା ନିଜ ପାଦରୁ ଚପଲ କାଢି ପିଟିବାକୁ ଲାଗିଲା । ସେପଟେ ପୁଅ ନିଜ ହାତରେ ଧରିଥିବା ଫୁଲତୋଡା ଫିଙ୍ଗି ଦୌଡିବାକୁ ଲାଗିଲା । ତେବେ ଭାରତରେ ଘରେ ଘରେ ପିଲା ମାନଙ୍କୁ ମା ମାନେ ଏମିତି ମାରନ୍ତି । ଆଉ ମା’ର ମାଡ ମଧ୍ୟରେ ସ୍ନେହ ଲୁଚି ଅଛି ବୋଲି କିଛି ଲୋକେ କହିଛନ୍ତି ।

ଏହି ଭିଡିଓ କୁ ସମୁଦାୟ ୮ ଲକ୍ଷରୁ ଅଧିକ ଦେଖି ସାରିଲେଣି । ତେବେ ଆପଣଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରିବା ପାଇଁ ଭୁଲାନ୍ତୁ ନାହିଁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *