‘ଭବିଷ୍ୟତରେ ମିଳନ ବି ହେଇପାରେ’ ହାଇକୋର୍ଟ ଗଲେ Sumit, ମିଡିଆ ଆଗରେ କହିଲେ କିଛି ଏମିତି…ଦେଖନ୍ତୁ ଏହି Video

ବନ୍ଧୁଗଣ, ତପସ୍ଵିନୀ ଏବଂ ସୁମିତ ଘଟଣା ପ୍ରାୟ ସମସ୍ତେ ଜାଣିଛନ୍ତି । ୨ ମାସ ହବ ଧାରଣା ରେ ବସିଲା ପରେ ତପସ୍ଵିନୀ ଙ୍କୁ ଆଇନ ତରଫରୁ ନ୍ୟାୟ ମିଳିଥିଲେ ମଧ୍ୟ ସୁମିତ ଘର ଲୋକେ ତଥା ନିଜେ ସୁମିତ ତପସ୍ଵିନୀ ଙ୍କୁ ଆପଣାଇବାକୁ ରାଜି ନୁହଁନ୍ତି । ବର୍ତ୍ତମାନ ସୁମିତ ମିଡିଆ ସମୁଖରେ କିଛି ଏହିଭଳି କହିଛନ୍ତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସୁମିତ କହିଛନ୍ତି ଯେ, ମୁଁ କହିବା ପାଇଁ ଚାହୁଁଛି ଯେ ଏତେ ସବୁ ମୋ ପରିବାର ସହିତ ଘଟିଲା ମୋ ସହିତ ଘଟିଲା, ମୋର ମାନ ସନ୍ନମାନ ମୋର ପରିବାରର ମାନ ସନ୍ନମାନ ସବୁ ଗଲା ।

ଏଣୁ ମୁଁ ଭାବୁଛି ଯେ ଏଇ ଜନ୍ମ ରେ ତାହା ଆଉ ରିକୋଭରି କରି ପାରିବା ନାହିଁ । ତପସ୍ଵିନୀ ପାଇଁ ମୋର ମାନସିକ ଅବସ୍ଥା ବହୁତ ଖରାପ । ଏହି ସବୁ ନେଇ ମୋର ମାନସିକ ଅବସ୍ଥା ବହୁତ ଖରାପ ହୋଇ ସାରିଲାଣି । ତାହା ପାଇଁ ମୁଁ ବର୍ତ୍ତମାନ ଛୁଟି ରେ ଅଛି । ମାତ୍ର ସମୟ ହେଉଛି ବହୁତ ବଳବାନ । ମାତ୍ର ଆଗକୁ କଣ ହେବ କଣ ନାହିଁ ତାହା ମୁଁ କହି ପାରିବି ନାହିଁ ।

ପୁଣି ଆମ୍ଭେ ମିଶିପାରୁ, ମାତ୍ର ତାହା ମାନେ ନାହିଁ ଯେ ଘର ଭିତର ଚାରି କାନ୍ଥ ର କଥା, ଦାଣ୍ଡ କୁ ଆଣି ଗୋଟେ ଡ୍ରାମା ସୃଷ୍ଟି କରିବା । ମାତ୍ର ଏହା ଯାହା ହେଲା କିଛି ଠିକ ହେଲାନି । ମାତ୍ର ମୋ ମାନସିକ ଅବସ୍ଥା ଠିକ ନାହିଁ ଯେ ହେତୁ ମୁଁ ଏ ବିଷୟରେ ଆଉ କିଛି କହିବାକୁ ଚାହୁଁନି । ଯାହା କହିବାର ଅଛି ଓକିଲ ବାବୁ ସବୁ କହିବେ ।

ମୁଁ ତାଙ୍କୁ ସାବି ବୁଝାଇ ଦେଇଛି । ସେ ସବୁ କଥା ବୁଝିବେ ଏବଂ କୋର୍ଟ ଆଗରେ ନିଜ କଥା ରଖିବେ । ମାତ୍ର ବର୍ତ୍ତମାନ ମୁଁ ଛୁଟି ରେ ହିଁ ଅଛି । ମୁଁ ହସ୍ପିଟାଲ ଯାଇ ସେଠାରେ ରୋଗୀ ଦେଖିବା ଅବସ୍ଥା ରେ ନାହିଁ । ଯେ ହେତୁ ଆଜି କୋର୍ଟ ରେ ମୋର ସିଗନେଚର ଦରକାର ହେଲା । ଏଣୁ ମୁଁ ବାଧ୍ୟ ହେଇ ଆଜି ସାଇନ କରିବା ପାଇଁ ଏଠାକୁ ଆସିଛି । ତେବେ ବନ୍ଧୁଗଣ ଏହିଭଳି ଭାବରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ସୁମିତ ।

ତେବେ ଏହି ଘଟଣା ଟି ବର୍ତ୍ତମାନ ପୁଣି କେଉଁ ଦିଗ ଆଡକୁ ଯାଉଅଛି ତାହା ଅପେକ୍ଷାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *