ଅଡୁଆରେ କଂଗ୍ରେସ ବିଧାୟକ ଓ ସାଂସଦ, ଏବେ କରିବେ କଣ ?

ଏବେ ଅକଳରେ ରାଜ୍ୟ କଂଗ୍ରେସ ବିଧାୟକ ଓ ସାଂସଦ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କଲେ ଅଡ଼ୁଆ ନହେଲେ ମୁସ୍କିଲ୍ । ଓଡ଼ିଶା ବିରୋଧୀ ହେବେ କି 9 ବିଧାୟକ ଜଣେ ସାଂସଦ ? ଏଆଇସିସି କହିବ ଆଗ ମାଟି ନା ପାର୍ଟି । ବନ୍ଧୁଗଣ ରାଜ୍ୟ କଂଗ୍ରେସ ଉପରେ ଏବେ ସମସ୍ତଙ୍କ ନଜର । ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପାର୍ଥୀ ଘୋଷଣା କରିବା ପରେ ରାଜ୍ୟ କଂଗ୍ରେସ ଏବେ ଅଡୁଆରେ ପଡି ଯାଇଛି ।

ଦଳର 9 ବିଧାୟକ ଓ ଜଣେ ସାଂସଦ କେଉଁ ଆଡକୁ ଢଳିବେ ସେନେଇ ସେମାନେ ନିଜ ଦ୍ଵନ୍ଦରେ ପଡିଥିବା ଆଲୋଚନା ହେଉଛି । ଦ୍ରୌପଦୀ ଏନଡିଏ ପାର୍ଥୀ ହୋଇଥିଲେ ବି ସେ ହେଉଛନ୍ତି ଜଣେ ଓଡିଆ ମହିଳା । ପ୍ରଥମ ଥର ପାଇଁ ବିଜେପି ଜଣେ ଆଦିବାସୀ ନେତ୍ରୀଙ୍କୁ ରାଷ୍ଟ୍ରପତି ପାର୍ଥୀ କରିଛି । ଦ୍ରୌପଦୀ ତାଙ୍କ ରାଜନୈତିକ ଜୀବନ ଲମ୍ବା ସମୟ ଓଡିଶାରେ କାଟି ଛନ୍ତି । ଦ୍ରୌପଦୀ ରାଇରମ ପୁରରେ ରହୁଛନ୍ତି ।

ଦ୍ରୌପଦୀ ରାଷ୍ଟ୍ରପତି ପାର୍ଥୀ ହେବା ପରେ ସାରା ରାଜ୍ୟ ଉତ୍ସାହିତ ହୋଇଛି । ଦଳମତ ନିର୍ବିଶେଷରେ ତାଙ୍କୁ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ସମର୍ଥନ କରିବା ପାଇଁ ଦାବି ହେଉଛି । ସିଧା ସଳଖ କହିଲେ ଦ୍ରୌପଦୀଙ୍କ ପାର୍ଥୀତ୍ଵ ଓଡିଶା ପାଇଁ ଏକ ସ୍ଵାଭିମାନର ପ୍ରସଙ୍ଗ ପାଲଟିଛି । ଏଭଳି ପରିସ୍ଥିତିରେ ରାଜ୍ୟ କଂଗ୍ରେସର ବିଧାୟକ ମାନେ ଦ୍ଵନ୍ଦରେ ପଡିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ଲାଗି ମିଳିତ ବିରୋଧୀ ଦଳର ପାର୍ଥୀ ହୋଇଛନ୍ତି ଜସବନ୍ତ ସିହ୍ନା ।

କଂଗ୍ରେସ ତାଙ୍କୁ ସମର୍ଥନ କରୁଛି ସେହି ଦ୍ରୁଷ୍ଟିରୁ ଓଡିଶା କଂଗ୍ରେସ ବିଧାୟକ ଏଆଇସିସି ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ପୂର୍ବରୁ ଏନଡିଏ ବିରୋଧରେ କଂଗ୍ରେସ ବିଧାୟକ ଏବଂ ସାଂସଦ ଭୋଟ ଦେଇଛନ୍ତି । ଏଥର କିନ୍ତୁ ଓଡିଶାରୁ ରାଷ୍ଟ୍ରପତି ପାର୍ଥୀ କରାଯାଇଥିବା କାରଣରୁ ଏନେଇ ଟିକେ ଚିନ୍ତା କରିବାକୁ ସେମାନେ ବାଧ୍ୟ ହୋଇଯାଇଛନ୍ତି ।

କାଳେ ଦ୍ରୌପଦୀଙ୍କ ବିରୋଧରେ ଗଲେ ଓଡିଶାରେ କଂଗ୍ରେସର ଏକ ନକରାତ୍ମକ ଛବି ସୃଷ୍ଟି ହେବ ସେହି ଆଶଙ୍କାରେ ପଡିଛନ୍ତି ନିଜେ ପିସିସି ସଭାପତି ଶରତ ପଟ୍ଟନାୟକ । ଏନେଇ ଆଗେ ଆଲୋଚନା ଆଉ ପରେ ନିଷ୍ପପତି ଦଳୀୟ ନିର୍ଦ୍ଦେଶ ଅନୁସାରେ ନିଆଯିବ ବୋଲି ସେ ଦିଲ୍ଲୀରେ କହିଛନ୍ତି । ତେଣୁ ବନ୍ଧୁଗଣ ବହୁତ ଶୀଘ୍ର ଜଣା ପଡିଯିବ ପାର୍ଟି ଆଗେ ନା ମାଟି ଆଗେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *