ଅନେକ ଦିନ ପରେ ପୁଣି ଚର୍ଚ୍ଚାରେ ଆଦିତ୍ୟଙ୍କ ମର୍ଡର ମିଷ୍ଟ୍ରି । ବାପା ଆଣିଲେ ସାଂଘାତିକ ଅଭିଯୋଗ କହିଲେ ଯଦି ଆଦିତ୍ୟଙ୍କୁ ହତ୍ୟା ହୋଇଛି ତାହା କେବଳ ଆଶ୍ରମକୁ ନିଜ ହାତକୁ ଆଣିବା ପାଇଁ କରା ଯାଇଛି । କେବଳ ଆଦିତ୍ୟ ଙ୍କ ବୃଦ୍ଧାଶ୍ରମକୁ ହାତକୁ ନେବା ପାଇଁ ଆଦିତ୍ୟଙ୍କୁ ହତ୍ୟା କରା ଯାଇଛି । ଆଦିତ୍ୟଙ୍କ ବାପା ଏହା ମଧ୍ୟ କହିଛନ୍ତି କି ମୁଁ ନଥିବା ସମୟରେ ମୋ ସ୍ତ୍ରୀ ଉପରେ ଜୁଲୁମ କରେ ବିକାଶ ।
ତାକୁ ଡରାଏ ଧମକାଏ । ଭିଜିଟର ଆସିଲେ ଆଦିତ୍ୟଙ୍କ କଥା ପଚାରନ୍ତି ଯାହା ପାଇଁ ମା’ଙ୍କ ଆଖିରୁ ଲୁହ ଝରି ଆସେ ସେଥିପାଇଁ ବିକାଶ ତାଙ୍କୁ ଧମକାଏ । ଆଦିତ୍ଯଙ୍କ ମୃତ୍ୟୁ ପରେ ବୃଦ୍ଧାଶ୍ରମ କୁ ନେଇ ଲାଗି ରହିଛି ଝଗଡା। ବିକାଶ ସହିତ ଆଦିତ୍ୟଙ୍କ ବାପା ମା ଓ ବିଦ୍ୟାଶ୍ରୀ ଙ୍କ ମଧ୍ୟରେ ସବୁ ବେଳେ କଳହ ଲାଗି ରହୁଛି । ଆଦିତ୍ୟଙ୍କ ବାପା ମା’ ବିକାଶ ଙ୍କୁ ନେଇ ଖୋଲିଛନ୍ତି ଗୁମର । ସେ କହିଛନ୍ତି ଯଦି ଆଦିତ୍ୟର ହତ୍ୟା ହୋଇଛି ତାହା ଏକ ଷଡଯନ୍ତ୍ର ।
କେବଳ ବୃଦ୍ଧାଶ୍ରମକୁ ହାତକୁ ନେବା ପାଇଁ ଏମିତି ହୋଇଛି । କାରଣ ବୃଦ୍ଧାଶ୍ରମକୁ ଆସୁଛି ବହୁତ ଆଡୁ ଫଣ୍ଡିଙ୍ଗ । ସେ ଟଙ୍କା ଉପରେ ରହିଛି ବହୁତ ଲୋକଙ୍କର ନଜର । ଆଦିତ୍ୟଙ୍କ ବାପା ଏହା ମଧ୍ୟ କହିଛନ୍ତି କି ଆମେ ଏବେ କି ଜାଣିନୁ କି କିଏ କେତେ ଫଣ୍ଡିଙ୍ଗ କରୁଛନ୍ତି , କାରଣ ଏସବୁ ତଥ୍ୟ ବିକାଶ ପାଖରେ ରହିଛି ।
ଆଦିତ୍ୟଙ୍କ ପରିବାର ପାଇଁ ଏବେ ବିକାଶ ସାଜିଛି ଭିଲେନ । ସେ ସବୁବେଳେ ଆଦିତ୍ୟଙ୍କ ମା’ଙ୍କୁ ଡରାଉଛନ୍ତି ଧମକାଉଛନ୍ତି । ଆଦିତ୍ୟଙ୍କ ବାପା ଏହା ମଧ୍ୟ କହିଛନ୍ତି କି ଯେତେବେଳେ ସେ ବୃଦ୍ଧାଶ୍ରମରେ ନଥାନ୍ତି ସେତେବେଳେ ଆଦିତ୍ୟଙ୍କ ମା’ଙ୍କ ଉପରେ ବିକାଶ ଜୁଲମ କରେ । ପୁଅ କଥାକୁ ମନେ ପକେଇ କାନ୍ଦିଲେ କହେ କାହିଁକି ଏତେ ଦେଖେଇ ହେଇ କାନ୍ଦୁଚ ।
ସେ ଆହୁରି ମଧ୍ୟ ଏମିତି କିଛି କଥା କହିଛନ୍ତି ଯାହା ପୂର୍ବରୁ କେବେ ବି ସାମ୍ନାକୁ ଆସି ନଥିଲା । ବିକାଶ ଦିପୁ ହେଉଛନ୍ତି ଆଦିତ୍ୟଙ୍କ ଘନିଷ୍ଟ ବନ୍ଧୁ । ଆଦିତ୍ୟଙ୍କ ମୃତ୍ୟୁ ପରେ ବିକାଶ ଓ ଦିପୁ ବୃଦ୍ଧାଶ୍ରମ ଚଲାଉଥିଲେ । କିନ୍ତୁ କିଛି ଦିନ ପରେ ଦିପୁକୁ ମାଡ ମାରିବା କଥା କହିଥିଲେ ବିକାଶ । ଦୁଇ ଜଣଙ୍କ ମଧ୍ୟରେ ବହୁତ ପାଟି ତୁଣ୍ଡ ହୋଇଥିଲା ଯେଉଁଥି ପାଇଁ ଦିପୁ ଆଶ୍ରମ ଛାଡି ପଳାଇ ଥିଲେ ।
ଖାଲି ସେତିକି ନୁହେଁ କିଛି ଦିନ ପରେ ଦିପୁ 20 ରୁ ଅଧିକ ପିଲାଙ୍କୁ ନେଇ ଆଦିତ୍ୟଙ୍କ ବାପାଙ୍କୁ ଧମକାଇ ଆସିବାକୁ ନେଇ କହିଛନ୍ତି ଆଦିତ୍ୟଙ୍କ ବାପା । ତେବେ ବିକାଶ କୁ ନେଇ ଆଦିତ୍ୟଙ୍କ ବାପା-ମା ଏମିତି ଅଭିଯୋଗ ଆଣିଥିବା ବେଳେ ଅନ୍ୟପଟେ ବିକାଶକୁ ଫୋନ ଯୋଗେ ଆସିଛି ହତ୍ୟା ଧମକ । ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି ବିକାଶ ।