ଜମା ବି କେହି ଘରୁ ବାହାରନ୍ତୁନି, ମୋବାଇଲକୁ ଆସିଲା ଏଭଳି ମେସଜ, ଅଧିକାଂଶ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ…

ମୋବାଇଲକୁ ଆସିଲା ଏଭଳି ମେସେଜ, ଘରୁ ପଦାକୁ ବାହାରନ୍ତୁ ନାହିଁ । ହଁ ଅଜ୍ଞା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ସାରା ରାଜ୍ୟରେ ସ୍ଥିତି ପୁରା ଭୟଙ୍କର ହୋଇ ପଡିଲାଣି । ଲୋକମାନେ ସକାଳ 8 ଟା ପରେ ଘରୁ ପଦାରୁ ବାହାରକୁ ବାହାରିବା ମଧ୍ୟ ମୁସ୍କିଲ ହୋଇଯାଉଛି । ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ସାରା ରାଜ୍ୟରେ ପ୍ରଚଣ୍ଡରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଉପକୂଳରୁ ପ୍ରାନ୍ତ ଉତ୍ତରରୁ ଦକ୍ଷିଣ ଅସହ୍ୟ ଖରାରେ ଜଳୁଛି ରାଜ୍ୟ ।

ଏହି ଖରାରେ ସାଧାରଣ ଜନଜୀବନ ଅସ୍ତ ବ୍ୟସ୍ତ ହୋଇ ପଡୁଛି । ଦିନକୁ ଦିନ ଖରା ତାତୀରେ ବୃଦ୍ଧି ପାଉଛି । ରାଜ୍ୟର ଅନୁଗୁଳ ଜିଲ୍ଲାରେ 44 ଡିଗ୍ରୀରୁ ଅଧିକ ଖରା ରହି ରାଜ୍ୟର ସବୁଠାରୁ ଉତପ୍ତ ସହର ପାଲଟିଛି । ରାଜ୍ୟରେ ଆହୁରି 2 ରୁ 3 ଡିଗ୍ରୀ ମଧ୍ୟ ଖରା ତାତୀ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଆସନ୍ତା 4 ଦିନ ଧରି ଆପଣଙ୍କ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରୀ ରହିବ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ଏଥିସହ ଟାଣ ଖରାରେ ଘରୁ ପଦାକୁ ବାହାରନ୍ତୁ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଭଳି କିଛି ମେସେଜ ପ୍ରତ୍ଯେକ ମୋବାଇଲକୁ ପାଣିପାଗ ବିଭାଗ ତରଫରୁ ଆସିଛି ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜନସାଧାରଣଙ୍କୁ ଆଗୁଆ ସତର୍କ ଏହି ମେସେଜ ଦ୍ଵାରା କରାଯାଇଛି। ତେବେ ଏହି ସମୟରେ ଖରାରେ ଘରୁ ପଦାକୁ ଅତି ଦରକାର ନଥିଲେ ବାହାରନ୍ତୁ ନାହିଁ । ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ଵାଭାବିକ ତୁଳନାରେ 4 . 6 ଡିଗ୍ରୀ ଉପରେ ରହିବ । ଯାହା ଫଳରେ ସେହି ସବୁ ସ୍ଥାନରେ ଭୀଷଣରୁ ଅତି ଭୀଷଣ ଗ୍ରୀଷ୍ମ ଲହରୀ ରାଜ୍ୟରେ ପ୍ରଭାବ ପକାଇବ ।

ସୂର୍ଯ୍ୟଙ୍କ ପ୍ରଖର କିରଣ ତେଜ ପାଇଁ ତାପମାତ୍ରା ଅସ୍ଵାଭାବିକ ଭାବରେ ବୃଦ୍ଧି ଦିନକୁ ଦିନ ପାଇବାରେ ଲାଗିଛି । ଯାହାକୁ ଦ୍ରୁଷ୍ଟିରେ ରଖି ଅଧିକାଂଶ ଜିଲ୍ଲାରୁ ରେଡ ୱାର୍ଣ୍ଣିଂ ଜାରୀ ହୋଇଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *