ସବୁବେଳେ ଚିନ୍ତାରେ ରହୁଥିବା ଲୋକ ବା ଅଧିକ ଭାବୁଥିବା ଲୋକ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…(Best Motivational speech)

ବନ୍ଧୁଗଣ ଏହି ଦୁନିଆରେ ଯଦି ଖୁସିରେ ରହିବାକୁ ଚାହୁଁ ଛନ୍ତି ତା ହେଲେ ସବୁବେଳେ ନିଜ କଷ୍ଟକୁ ଲୁଚାଇ ରଖନ୍ତୁ । ନିଜ କଥା ଅନ୍ୟ ମାନଙ୍କୁ କୁହନ୍ତୁ ନାହିଁ । କିଛି ଭାଗ୍ୟ ହାରି ଯାଇଛି, କିଛି ସ୍ଵପ୍ନ ଭାଙ୍ଗି ଯାଇଛି, କିଛି ଲୋକ ବରବାଦ କରିଦେଲେ ଆଉ କିଛି ନିଜ ଲୋକ ଛାଡି ଦେଲେ । ଏହା ହେଉଛି ଦୁନିଆର ନିୟମ । କାହା ଉପରେ କେବେବି ଅଧିକ ନିର୍ଭର କରିବେ ନାହିଁ । ସମୟ ବୀତିବା ପରେ ଅନୁଭବ ହୋଇଥାଏ ଯିଏ ଚାଲିଗଲା ତାର ମୂଲ୍ୟ କଣ ।

ଯେଉଁ ଦିନ ଲୋକ ମାନଙ୍କୁ ଜଣା ପଡିବ ଯେ, ଆପଣଙ୍କ ପକେଟରେ ଟଙ୍କା ନାହିଁ ସେହି ଦିନ ଆପଣଙ୍କୁ ବି ଜଣା ପଡିଯିବ ଲୋକ ମାନେ ଆପଣଙ୍କୁ କେତେ ଭଲ ପାଉଛନ୍ତି । ସଉକ ସେହି ମାନଙ୍କର ନଥାଏ ଯେଉଁ ମାନେ ବହୁତ କମ ବର୍ଷରେ ଦାୟିତ୍ଵ ନେଇଥାନ୍ତି । ଅନ୍ୟ ମାନେ ଆପଣଙ୍କୁ ପସନ୍ଦ କରନ୍ତୁ କି ନକରନ୍ତୁ ଆପଣ କାହା ବିଷୟାରେ ଚିନ୍ତା କରନ୍ତୁ ନାହିଁ ।

ଆପଣ ନିଜକୁ ବୁଝିବା ପାଇଁ ବହୁତ ବର୍ଷ ଲଗାଇଛନ୍ତି ଆଉ ଅନ୍ୟ ମାନଙ୍କୁ ନିଜ ବିଷୟରେ ବୁଝେଇ ସମୟ ନଷ୍ଟ କରନ୍ତୁ ନାହିଁ । ବେଳେବେଳେ ସେହି ଲୋକ ମାନେ ବି ସମୟ ସହ ବଦଳି ଥାନ୍ତି ଯେଉଁ ମାନଙ୍କ ସମୟ ଆମ ବିନା କଟି ନଥାଏ । ସବୁବେଳେ ଗୋଟିଏ କଥା ମନେ ରଖନ୍ତୁ ଭଲ ସମୟକୁ ଦେଖିବାକୁ ହେଲେ ଖରାପ ସମୟକୁ ବି ଦେଖିବା ପାଇଁ ପଡିଥାଏ ତା ହେଲେ ହିଁ ଆପଣ ଜାଣିପାରିବେ ଭଲ ସମୟର ମୂଲ୍ୟ କଣ ରହିଛି ।

ନିଜ ନଜର ସବୁବେଳେ ସେହି ଜିନିଷ ଉପରେ ରଖନ୍ତୁ ଯାହାକୁ ଆପଣ ପାଇବା ପାଇଁ ଚାହୁଁ ଛନ୍ତି ଯାହାକୁ ଆପଣ ହରେଈ ସାରିଛନ୍ତି ତାହା ଉପରେ ନଜର ରଖି କିଛି ଲାଭ ମିଳିବ ନାହିଁ । ଅଧିକାଂଶ ସମସ୍ୟା ସେତେ ବଡ ହୋଇନଥାଏ ଯାହାକୁ ଆମେ କେବଳ ଚିନ୍ତା କରି କରି ବଡ କରିଥାଉ । ଖରାପ ସଙ୍ଗତ ସହ ରହିବା ଠାରୁ ଭଲ ହେବ ଆପଣ ଏକା ରହିବେ ।

କିଛି ଲୋକ ହୋଲି ଭଳିଆ ମିଶି ଥାନ୍ତି ସେମାନେ କିଛି ରଙ୍ଗ ଲଗେଇ ନଥାନ୍ତି ହେଲେ ଆପଣଙ୍କ ଜୀବନ ରଙ୍ଗୀନ କରିଦିଅନ୍ତି । ବନ୍ଧୁଗଣ ମୌନ ରହିବା ବି ଏକ ପ୍ରକାରର ସାଧନା ଅଟେ ଆଉ ଭାବି ଚିନ୍ତି କଥା କହିବା ଏକ କଳା ଅଟେ । ଭୟକୁ ସମାପ୍ତ କରିବାର ଏକ ମାତ୍ର ଉପାୟ ହେଉଛି ନିର୍ଭୟ ହୋଇ ତାର ସାମ୍ନା କରନ୍ତୁ ।

ଭୁଲ ଲୋକଙ୍କ ଉପରେ ବିଶ୍ଵାସ କରିବା ନିଜ ଜୀବନର ବାଜି ପକେଇବା ସହ ସମାନ ଅଟେ । ସବୁବେଳେ ଅନଲାଇନ ରହୁଥିବା ଲୋକମାନେ ନିଜ ଅସଲ ଜୀବନରେ ଏକା ଥାନ୍ତି । ଆମେ ସେହି ସମ୍ପର୍କକୁ ହରେଇବା ପାଇଁ ଭୟ କରିଥାଉ ଯାହାକୁ ଆମେ ପୂର୍ବରୁ ହିଁ ହରେଈ ଦେଇଛୁ । ତା ହେଲେ ବନ୍ଧୁଗଣ ଏହି ସବୁ କଥା ଗୁଡିକୁ ସବୁବେଳେ ମନେ ରଖି ଚାଲନ୍ତୁ ସବୁବେଳେ ଖୁସିରେ ରହିବେ ।

ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *