ବାହାଘରକୁ ଯାଉଥିଲେ ସ୍ୱାମୀ ସ୍ତ୍ରୀ ଓ ଝିଆରି… ଅଧାବାଟରେ ଯାତ୍ରା ଗାଡି 3 ଜଣଙ୍କ ଉପରେ ମାଡ଼ିଗଲା…

ଯାତ୍ରା ପାର୍ଟି ଗାଡି ତଳେ ଚାଲିଗଲା ଜୀବନ ! ସ୍ଵାମୀ, ସ୍ତ୍ରୀ ଓ ଝିଆରୀ ବେଶ ହସଖୁସିରେ ବାହାଘରିଆ ଯିବା ପାଇଁ ଘରୁ ବାହାରି ପଡିଥିଲେ । ବାଇକରେ ଯାଉଥିବା ସମୟରେ ତାଙ୍କ ଉପରେ ମାଡି ଯାଇଥିଲା ଯାତ୍ରା ପାର୍ଟି ଗାଡି । ଯାତ୍ରା ଜ୍ୱେଲ ସ୍ଵର୍ଣ୍ଣ ମନ୍ଦିର ଟ୍ରକ ତଳେ ଚାଲିଗଲା ଜୀବନ । ସୂଚନା ମୁତାବକ ଭଉଣୀର ବାହାଘରକୁ ଯାଉଥିଲେ । ହେଲେ ଭଉଣୀର ବାହାଘରକୁ ଯିବା ହିଁ ତାଙ୍କର ଶେଷ ଦିନ ହୋଇଯିବ ବୋଲି ସେ କେବେବି ଭାବିନଥିଲେ ।

ମନ ଖୁସିରେ ସ୍ଵାମୀ, ସ୍ତ୍ରୀ ଓ ଝିଆରୀ ଘରୁ ବାହାଘରକୁ ଯିବା ପାଇଁ ବାହାରି ପଡିଥିଲେ । ହେଲେ ଅଧା ବାଟରେ ଯେପରି ଜମ ଜଗିବସିଥିଲା । ତାପରେ ଏହାରି ଭିତରେ ଯାତ୍ରା ସ୍ଵର୍ଣ୍ଣ ମନ୍ଦିର ଟ୍ରକ ବାଇକଟିକୁ ଧକ୍କା ଦେଇଥିଲା । ଯେଉଁ ବାଇକରେ ସ୍ଵାମୀ, ସ୍ତ୍ରୀ ଓ ତାଙ୍କ ଝିଆରୀ ଯାଉଥିଲେ । ଏତେ ଜୋରରେ ଟ୍ରକଟି ବାଇକକୁ ଧକ୍କା ଦେଇଥିଲା । ଯେ ରାସ୍ତା ମଝିରେ ବାଇକଟି ଛିଟିକି ପଡିଥିଲା । ସମସ୍ତଙ୍କ ସ୍ଵାସ୍ଥବସ୍ତା ମଧ୍ୟ ଗୁରୁତର ହୋଇପଡିଥିଲା ।

ତେବେ ଘଟଣା ସ୍ତଳରେ ସ୍ତ୍ରୀ ଲୋକ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଏପଟେ ସ୍ଵାମୀ ଓ ଝିଆରୀ ଟ୍ରକ ଧକ୍କା ହେବ ଫଳରେ ରାସ୍ତା କଡକୁ ଛିଟିକି ପଡିଥିଲେ । ଫଳରେ ତାଙ୍କ ସ୍ଵାସ୍ଥବସ୍ତା ଅତି ଗୁରୁତର ହୋଇ ପଡିଥିଲା । ଯେଉଁ ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକ ଧାଇଁ ଆସିଥିଲେ । ହେଲେ ଦୁର୍ଘଟଣା ପରେ ଯାତ୍ରା ଜ୍ୱେଲ ସ୍ଵର୍ଣ୍ଣ ମନ୍ଦିର ଘଟଣା ସ୍ତଳରୁ ଫେରାର ମାରିଥିଲା । ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ବଳଙ୍ଗା ମୁଖ୍ୟ ରାସ୍ତାର ଭୀମବଜାର ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ।

ତେବେ ଖୁସି ମନରେ ବାଇକରେ ସ୍ଵାମୀ, ସ୍ତ୍ରୀ ଓ ଝିଆରୀ 3 ଜଣ ବାହାଘରକୁ ଯାଉଥିବା ସମୟରେ ଅଧା ରାସ୍ତାରେ ଏଭଳି ଗାଡି ଦୁର୍ଘଟଣା ଘଟିଥିଲା । ଯେଉଁଠାରେ ଗୋଟେ ଯାତ୍ରା ଗାଡି ଅର୍ଥାତ ଯାତ୍ରା ଜ୍ୱେଲ ସ୍ଵର୍ଣ୍ଣ ମନ୍ଦିର ଟ୍ରକ ଗୋଟେ ବାଇକକୁ ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା । ତେବେ ଘଟଣା ସ୍ତଳରୁ ଏବେ ଟ୍ରକଟି ଫେରାର ହୋଇଆଜିଛି । ପୋଲିସ ଘଟଣା ସ୍ତଳରେ ପହଞ୍ଚି ଗାଡିକୁ ଜବତ କରି ରଖିବା ସହ ତଦନ୍ତ ଜାରୀ ରଖିଛି । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *