ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଲହୁଲୁହାଣ.. ଅଧା ବାହାଘରରୁ ବେଦୀରୁ ଉଠିଗଲା କନ୍ୟା, ଆଉ ତା’ପରେ…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସାରା ଓଡିଶାରେ ଏକ ଖବର ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଆଉ ଅନେକ ଲୋକ ଏହି ଘଟଣାକୁ ନେଇ ନିଜର ମତ ପ୍ରକାଶ କରୁଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବିବାହ ପାଇଁ ଆସିଥିଲା ରୋଷଣୀ ପାଇଁ ବର ସାଙ୍ଗରେ ଥିଲେ ବରଯାତ୍ରୀ । ଡିଜେ ବାଜାର ତାଳେ ତାଳେ ନାଚରେ ମସଗୁଲ ହୋଇ ଯାଇଥିଲେ ସଭିଏଁ । ଆଉ ସେତିକି ବେଳେ ନାଚିବାକୁ ନେଇ ହୋଇଥିଲା ଗଣ୍ଡୋଗଳ । ବରଯାତ୍ରୀ ପକ୍ଷର ଜଣେ ଯୁବକ କନିଆର ବଡ ଭାଇକୁ ଆ-କ୍ର-ମ-ଣ କରିଥିଲା ଯେଉଁଥି ପାଇଁ ଅଧା ବିବାହରୁ ବେଦୀରୁ ଉଠି ପଡିଥିଲା କନିଆ । ତେବେ ବିବାହକୁ ସେଇଠି ବନ୍ଦ କରି ଦେଇଥିଲେ କନିଆ ଘର ଲୋକେ ।

ଏଭଳି ଏକ ଖବରକୁ ନେଇ କଣ୍ଟାବାଞ୍ଜି ତୁରେକେଲା ଥାନା ମୁରେବାହାଲ ଗାଁରେ ଚର୍ଚ୍ଚା ହେବାକୁ ଲାଗିଛି । ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ ଆ-କ୍ର-ମ-ଣରେ କନିଆର ବଡ ଭାଇ ଗୁରୁତ୍ଵର ହେଇଛି ଏବଂ ତାଙ୍କ ସମ୍ପର୍କୀୟ ଆହାତ ହୋଇଛନ୍ତି । କନିଆ ପକ୍ଷଙ୍କ କହିବା ଅନୁସାରେ ରାତିରେ ବରଯାତ୍ରୀ ଆସିଥିବା ବେଳେ ନାଚିବାକୁ ନେଇ ହୋଇଥିଲା ଗଣ୍ଡୋଗଳ ।

ସେହି ସମୟରେ ବରଯାତ୍ରୀ ପକ୍ଷରୁ ଜଣେ ଯୁବକ କନିଆର ବଡ ଭାଇକୁ ଆ-କ୍ର-ମ-ଣ କରିଥିଲେ । ବଡ ଭାଇ ଗୁରୁତ୍ଵର ଆହତ ହୋଇଥିବା ବେଳେ ତାଙ୍କୁ ରାୟପୁର ହସ୍ପିଟାଲରେ ଭର୍ତ୍ତି କରା ଯାଇଛି । ବରଯାତ୍ରୀଙ୍କ ଭିତରୁ ଦୁଇ ଜଣଙ୍କୁ ତୁରେକଲା ପୋଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ଘଟିବା ପରେ ବର ଶିଶୁପାଳ ହୋଇ ଫେରିଛି ।

ଅବଶ୍ୟ ବରର କିଛି ଭୁଲ ନାହିଁ ହେଲେ ତାର ଭୁଲ ହେଉଛି ସେ ତା ସାଙ୍ଗ ମାନଙ୍କୁ ନେଇ କନିଆ ଘରକୁ ଯାଇଥିଲା । ସାଙ୍ଗ ମାନରେ ନାଚରେ ଏତେ ମସଗୁଲ ହୋଇଗଲେ ଯେ କନିଆ ଭାଇ ଉପରେ ଆ-କ୍ର-ମ-ଣ କରିବାକୁ ପଛେଇଲେ ନାହିଁ ଯାହା ଦ୍ଵାରା ବର ଶିଶୁପାଳ ହୋଇ ଫେରିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *