ଆଜିକାଲି ସମସ୍ତେ ଏସିଡିଟି ଭଳି ସମସ୍ୟାର ସାମ୍ନା କରୁଛନ୍ତି । ଏସିଡିଟିକୁ ମେଡିକାଲ ଭାଷାରେ GERD କୁହାଯାଏ । GERDର ଫୁଲ ଫର୍ମ ହେଉଛି Gastroesophageal Reflux Disease । ଅର୍ଥାତ ଆମ ପେଟ ଭିତରେ ଯେଉଁ ଏସିଡ ତିଆରି ହୁଏ ତାହା ଉପରକୁ ଉଠି ଆମ ଖାଦ୍ୟ ନଳୀକୁ ଜଳାଏ ତାକୁ ହିଁ GERD କୁହାଯାଏ । ଏହାର ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା ହେବା, ଛାତି ଜଳିବା ଭଳି ଲାଗିବା, ଖାଦ୍ୟ ଖାଇବାରେ ଅସୁବିଧା ହେବା, କଫ ହେବା, କେତେକ କେସରେ ଆସ୍ଥାମାକୁ ବଢାଇ ଦେବା ଓ କଥାବାର୍ତ୍ତାରେ କଷ୍ଟ ହେବା ।
ବର୍ତ୍ତମାନ ଚାଳନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ ଏସିଡିଟି ସମସ୍ୟାକୁ ବୁଦ୍ଧି କରିଥାଏ । ପ୍ରଥମତଃ ଯେଉଁ ସବୁ ଖାଦ୍ୟରେ ଅଧିକ ଫ୍ୟାଟ ଥାଏ । ଯେମିତି ଫାଷ୍ଟଫୁଡ, ପିଜ୍ଜା, ବର୍ଗର, ଆଳୁ ଚିପ୍ସ, ବଟର, ଚିଜ, ରେଡ ମାଂସ, ତେଲ ଦ୍ଵାରା ତିଆରି ଖ୍ୟାଦ ସବୁରେ ଅଧିକ ଫ୍ୟାଟ ଥାଏ । ଏହି ସବୁ ଖାଦ୍ୟ ଆମର ଫିଲ୍ଟରକୁ ରିଲାକ୍ସ କରିଦିଏ, ଯେଉଁ କାରଣରୁ ପେଟ ଭିତରେ ଅଧିକ ଏସିଡ ଉପରକୁ ଉଠିଯାଏ ଓ ଏସିଡିଟି ଭଳି ସମସ୍ୟା ସୃଷ୍ଟି କରେ ।
କଫି, ଚକୋଲେଟ, ମଦ୍ୟଅପାନ, କମଳା, ସପୁରୀ, ଭଳି ଖାଦ୍ୟ ଆମ ଶରୀରରେ ଏସିଡିଟି ସମସ୍ୟାକୁ ବୁଦ୍ଧି କରିଥାଏ । ବର୍ତ୍ତମାନ ଚାଳନ୍ତୁ ଜାଣିବା ସେହି ଖାଦ୍ୟ ବିଷୟରେ ଯାହା ସବୁ ଏସିଡିଟିକୁ କମ କରିବାରେ ସାହାର୍ଯ୍ୟ କରେ । ଯେମିତି ଅଦା ଏସିଡ ପ୍ରସ୍ତୁତ ହେବାର ପରିମାଣକୁ କମ କରିଦିଏ ଓ ଏହାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ଗ୍ୟାସ ସମସ୍ୟାରେ ସାହାର୍ଯ୍ୟ କରେ ।
ଅଦାକୁ ଆପଣ ଚା ରେ ପକାଇ ସେବନ କରି ପାରିବେ ନଚେତ ଚକୋଲେଟ ଭଳି ଚୁସି ଚୁସି ଖାଇ ପାରିବେ । ଯାହା ଦ୍ଵାରା ଶରୀରକୁ ଆରାମ ମିଳିଥାଏ । ଦହିର ବି ସେବନ କରି ପାରିବେ । ଦହି ପେଟକୁ ଥଣ୍ଡା ରଖିବା ସହ ଏସିଡିଟିକୁ କମ କରିବାରେ ବି ସାହାର୍ଯ୍ୟ କରିଥାଏ । ଏମିତି ବହୁତ ଫଳ ଓ ପନିପରିବା ଅଛନ୍ତି ଯାହା ଏସିଡିଟିକୁ କମ କରିବାରେ ସାହାର୍ଯ୍ୟ କରିଥାଏ । ଯେମିତି ସେଓ, ତରଭୁଜ, ସମସ୍ତ ପ୍ରକାରର ପନିପରିବା ଖାଇଲେ ଏସିଡିଟିର ସମସ୍ୟା କମ ହୋଇଯାଏ ।
ଓଟ୍ସ ବି ଶରୀର ଏସିଡିଟି ସମସ୍ୟା ପାଇଁ ଭଲ ଅଟେ । ଓଟ୍ସରେ ଫାଇବାର ଥାଏ ଯାହାକି ଏସିଡିଟି ସମସ୍ୟାକୁ କମ କରିଦିଏ । ଏମିତିରେ ଅଦା, ଦହି, ଓଟ୍ସ, ଫଳ ଓ ପନିପରିବା ସେବନ କରି ଏସିଡିଟି ସମସ୍ୟାକୁ ଏଡାଇ ପାରିବେ । ଏହା ଛଡା ଯେଉଁ ସବୁ ଖାଦ୍ୟ ସେବନ କରିବା ପାଇଁ ମନା କରାଯାଇଛି ସେ ଗୁଡିକ ଠାରୁ ଦୂରେଇ ରୁହନ୍ତୁ । ଏହା ସତ୍ବେ ବି ଯଦି ଏସିଡିଟି ସମସ୍ୟା ହେଉଛି ତେବେ ଡାକ୍ତରଙ୍କୁ ଦେଖାନ୍ତୁ ।
ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।