ଅଚାନକ ଏକ ପଡିଆ ଉପରେ ଓଲ୍ହାଇଲା ଅଜଣା Helicopter, ଧୁଳି ଉଡାଇ ଚାକର କାଟିଲା, Gajapati ରେ ଭୟର ବାତାବରଣ ! ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଚାନକ ଲ୍ୟାଣ୍ଡିଂ ଉଦ୍ୟମ କରିଛି ଅଜଣା ହେଲିକପ୍ଟର । ଗଜପତି ଷ୍ଟାଡିୟମରେ ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରିବାରୁ ସେଠାରେ ଖେଳୁଥିବା ପିଲା ମାନେ ଭୟଭୀତ ହୋଇ ଯିଏ ଯୁଆଡେ ଦୌଡ଼ି ଥିଲେ । ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିଛି ହେଲିକପ୍ଟର । ତେବେ ହେଲିକପ୍ଟର ର ଲ୍ୟାଣ୍ଡିଂ କୁ ନେଇ ଗଜପତି ପୋଲିସ କିମ୍ବା ପ୍ରଶାସନ ପାଖରେ କୌଣସି ଖବର ନଥିବାର ସୂଚନା ମିଳିଛି ।

ତେବେ ହେଲିକପ୍ଟର ଟି ହଠାତ କାହିଁକି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ଗଜପତି ଜିଲ୍ଲା ର ଷ୍ଟାଡିୟମରେ ଏହି ହେଲିକପ୍ଟର ଟି ସୂଚନା ନଥାଇ ଲ୍ୟାଣ୍ଡିଂ କରିଛି ତାହାର ବର୍ତ୍ତମାନ ପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ ହୋଇପାରି ନାହିଁ ଅଥବା ସୂଚନା ପ୍ରାପ୍ତ ହୋଇନାହିଁ ଯେ, କାହିଁକି ଉକ୍ତ ହେଲିକପ୍ଟର ଟି ଅଚାନକ ଏଠାରେ ଏଭଳି ଲ୍ୟାଣ୍ଡିଂ କରିଛି ।

ହୁଏତ ଆପତ୍ତିକାଳୀନ ବା ଏମର୍ଯନ୍ସି ପଡ଼ିଥାଇ ପାରେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସ୍ପଷ୍ଟ ଖବର ସାମ୍ନା କୁ ଆସି ନାହିଁ । ଏହି ଭିଯୁଆଲ୍ସ ଯାହା ଆସୁଛି ସେଥିରୁ ଦେଖିବାକୁ ମିଳୁଛି ଯେ, ଗଜପତି ର ଏକ ପଡ଼ିଆ ରେ ହଠାତ ହେଲିକପ୍ଟର ଲ୍ୟାଣ୍ଡିଂ କରିଛି ଏବଂ ପଡ଼ିଆ ରେ ଖେଳୁଥିବା ପିଲାମାନେ ଏହାକୁ ଦେଖି ଆଶ୍ଚର୍ଯ୍ୟ ତଥା ଭୟଭୀତ ହୋଇ ସେଠାରୁ ପଳାଇ ଥିଲେ ।

ତେବେ ଏହି ହେଲିକପ୍ଟର ର ଏଭଳି ହଠାତ ଲ୍ୟାଣ୍ଡିଂ କରୁଥିବା କୁ ନେଇ ମିଡିଆ ରିପୋର୍ଟର ଙ୍କ ତରଫ ରୁ ଏହା ସୂଚନା ଆସୁଛି ଯେ, ସନ୍ଧ୍ୟା ୪ଟା ସମୟ ରେ ପିଲାମାନେ ଗଜପତି ଷ୍ଟାଡିୟମରେ ଖେଳୁଥିବା ସମୟରେ ଉକ୍ତ ହେଲିକପ୍ଟର ଟି ସେଠାରେ ଥରେ ନୁହେଁ ବରଂ ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଛନ୍ତି ଦୁଇ ଦୁଇ ଥର ଗ୍ରାଉଣ୍ଡ ପାଖରେ ବୁଲୁଥିଲା । ଯଦିଓ ହେଲିକ୍ୟାପ୍ଟର ଟି ସମ୍ପୂର୍ଣ୍ଣ ରୂପରେ ମାଟି କୁ ଛୁଇଁ ନଥିଲା କିନ୍ତୁ ପ୍ରାୟ ୨ ରୁ ୩ ଫୁଟ ଉଚ୍ଚତା ରେ ଥିଲା ।

ପ୍ରତ୍ୟକ୍ଷ ଦର୍ଶୀ ଙ୍କ କହିବାନୁଯାୟୀ ହେଲିକ୍ୟାପ୍ଟର ର ପବନ ରେ ନିକଟରେ ଥିବା ଏକ ସ୍କୁଟି ମଧ୍ୟ ଉଡି ଯାଇଥିଲା । ଏହା ଦ୍ବାରା ଭୟଭୀତ ହୋଇ ଚାରି ପାଖରେ ଥିବା ଲୋକମାନେ ମଧ୍ୟ ଦୌଡ଼ି ପଳାଇ ଥିଲେ । ଏହି ସମ୍ବନ୍ଧରେ ଗଜପତି ପୋଲିସ ତଥା ଏସ୍ପି ଙ୍କୁ ମଧ୍ୟ କୌଣସି ସୂଚନା ପ୍ରାପ୍ତ ହୋଇନାହିଁ । ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଏହି ସମ୍ବନ୍ଧରେ କୌଣସି ସୂଚନା ନାହିଁ । ସେଥିପାଇଁ ନିହାତି ଭାବରେ ଏହାକୁ ଅଚାନକ ଲ୍ୟାଣ୍ଡିଂ ବୋଲି କୁହାଯିବ ।

ଏହା ସମ୍ପୂର୍ଣ୍ଣ ରୂପରେ ଲ୍ୟାଣ୍ଡିଂ କରି ନଥିଲା କିନ୍ତୁ ପାଖାପାଖି ଗ୍ରାଉଣ୍ଡ ପାଖରେ ପହଂଚି ଥିଲା । ଯାହା ପ୍ରତ୍ୟକ୍ଷ ଦର୍ଶୀ ଙ୍କ ମନରେ ଭୟ ସୃଷ୍ଟି କରିଛି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *